Advertisment

ଅଜୟଙ୍କୁ ନେଇ ହେଉଥିବା ଆଲୋଚନା ମିଛ!

ମୁମ୍ବାଇ: ଫିଲ୍ମ ‘ଆଦିପୁରୁଷ’ ପାଇଁ ଅଜୟ ଦେବଗନଙ୍କୁ ଅଫର୍ ମିଳିଥିଲା। ହେଲେ ସେ ଏଥିରେ କାମ କରିବାକୁ ମନା କରି ଦେଇଥିଲେ। କାରଣ ତାଙ୍କୁ ଏଥିରେ ରାବଣ ଭୂମିକାରେ ଅଭିନୟ କରିବାକୁ ଅଫର୍ କରାଯାଇଥିଲା। ତେବେ ସେ ରାବଣ ନୁହେଁ ରାମ ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲେ। ସେଥିପାଇଁ ଏହି ଅଫର୍‌କୁ ଗ୍ରହଣ କରି ନଥିଲେ। ଏମିତି କିଛି ଖବର ଅଜୟ ଦେବଗନଙ୍କୁ ନେଇ ପ୍ରସାରିତ ହୋଇଛି। ତେବେ ଅଜୟଙ୍କ ମୁଖପାତ୍ର ଏହି ଖବରକୁ ସଂପୂର୍ଣ୍ଣ ଭାବେ […]

ଅଦ୍ୟତନ ହୋଇଛି
ଅଜୟଙ୍କୁ ନେଇ ହେଉଥିବା ଆଲୋଚନା ମିଛ!

ajay

Advertisment

ମୁମ୍ବାଇ: ଫିଲ୍ମ ‘ଆଦିପୁରୁଷ’ ପାଇଁ ଅଜୟ ଦେବଗନଙ୍କୁ ଅଫର୍ ମିଳିଥିଲା। ହେଲେ ସେ ଏଥିରେ କାମ କରିବାକୁ ମନା କରି ଦେଇଥିଲେ। କାରଣ ତାଙ୍କୁ ଏଥିରେ ରାବଣ ଭୂମିକାରେ ଅଭିନୟ କରିବାକୁ ଅଫର୍ କରାଯାଇଥିଲା। ତେବେ ସେ ରାବଣ ନୁହେଁ ରାମ ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲେ। ସେଥିପାଇଁ ଏହି ଅଫର୍‌କୁ ଗ୍ରହଣ କରି ନଥିଲେ। ଏମିତି କିଛି ଖବର ଅଜୟ ଦେବଗନଙ୍କୁ ନେଇ ପ୍ରସାରିତ ହୋଇଛି। ତେବେ ଅଜୟଙ୍କ ମୁଖପାତ୍ର ଏହି ଖବରକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି।

Advertisment

ସେ କହିଛନ୍ତି, ଅଜୟଙ୍କୁ ରାବଣ ଭୂମିକାରେ ଅଭିନୟ କରିବାକୁ ଅଫର୍ ମିଳି ନଥିଲା। ଏହି ଫିଲ୍ମରେ କୌଣସି ପ୍ରକାର ରୋଲ୍‌ରେ ଅଭିନୟ କରିବାକୁ ନିର୍ମାତା ତାଙ୍କୁ ଅଫର୍ ଦେଇ ନାହାନ୍ତି।

ସୂଚନାଯୋଗ୍ୟ, ଏମିତି ବି ଖବର ଆସିଥିଲା ଯେ ଅଜୟ ‘ଆଦିପୁରୁଷ’ରେ ଶିବଙ୍କ ଭୂମିକାରେ ଅଭିନୟ କରିବେ।

Advertisment

‘ଆଦିପୁରୁଷ’ ହେଉଛି ଓମ୍ ରାଉତଙ୍କ ଫିଲ୍ମ। ‘ରାମାୟଣ’ ଆଧାରରେ ଏହି ଫିଲ୍ମ ହେଉଛି ବୋଲି ଜଣାପଡ଼ିଛି। ପ୍ରଭାସ ଏହି ଫିଲ୍ମରେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିବେ। ସୈଫ ଅଲୀ ଖାନ୍ ‘ରାବଣ’ ଭୂମିକାରେ ଅଭିନୟ କରିବେ।

Ajay Devgan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe