Advertisment

ଫୁଟ୍‌ବଲ୍‌ କୋଚ୍‌ ଭୂମିକାରେ ଅଜୟ

ମୁମ୍ବାଇ: ଫୁଟ୍‌ବଲ୍ ଖେଳକୁ ନେଇ ଏକ ଫିଲ୍ମ ତିଆରି ହେଉଛି। ଏହାର ନାଁ ରଖାଯାଇଛି ‘ମୈଦାନ’। ଏଥିରେ ଲିଡ୍ ରୋଲ୍‌ରେ ଅଛନ୍ତି ଅଜୟ ଦେବଗନ୍‌। ଆଉ ୟା ଭିତରେ ଫିଲ୍ମର ରିଲିଜ୍ ତାରିଖ ଜଣାପଡ଼ିଛି। Release date finalized… Ajay Devgn’s next film #Maidaan – based on the sport #football – to release on 27 Nov 2020… Costars Keerthy Suresh… Directed by Amit Ravindernath Sharma [#BadhaaiHo]… […]

ଅଦ୍ୟତନ ହୋଇଛି
ଫୁଟ୍‌ବଲ୍‌ କୋଚ୍‌ ଭୂମିକାରେ ଅଜୟ

ajay-devgan

Advertisment

ମୁମ୍ବାଇ: ଫୁଟ୍‌ବଲ୍ ଖେଳକୁ ନେଇ ଏକ ଫିଲ୍ମ ତିଆରି ହେଉଛି। ଏହାର ନାଁ ରଖାଯାଇଛି ‘ମୈଦାନ’। ଏଥିରେ ଲିଡ୍ ରୋଲ୍‌ରେ ଅଛନ୍ତି ଅଜୟ ଦେବଗନ୍‌। ଆଉ ୟା ଭିତରେ ଫିଲ୍ମର ରିଲିଜ୍ ତାରିଖ ଜଣାପଡ଼ିଛି।

Advertisment

https://twitter.com/taran_adarsh/status/1193570839955787776

ଅଜୟଙ୍କ ଏହି ଫିଲ୍ମଟି ୨୦୨୦ ନଭେମ୍ବର ୨୭ରେ ପରଦାକୁ ଆସିବା। ଦେଶର ଜଣାଶୁଣା ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତିା

ଏହି ଫିଲ୍ମରେ ଅଜୟ ଦେବଗନ୍ ଫୁଟ୍‌ବଲ୍ କୋଚ୍ ସଇଦ୍ ଅବଦୁଲ୍‌ ରହିମ୍‌ଙ୍କ ଭୂମିକାରେ ଅଭିନୟ କରିବେ। ତାଙ୍କ ଦିଗ୍‌ଦର୍ଶନରେ କେମିତି ଭାରତୀୟ ଫୁଟବଲ୍ ଟିମ୍ ୧୯୫୬ରେ ଅଲିମ୍ପିକ୍ସର ସେମିଫାଇନାଲ୍‌ରେ ପହଞ୍ଚି ପାରିଥିଲା, ତାହାକୁ ନେଇ ଫିଲ୍ମଟିର କାହାଣୀ ଗତିଶୀଳ ହୋଇଛି। ଏହି ଫିଲ୍ମରେ ତାମିଲ ଅଭିନେତ୍ରୀ କୀର୍ତ୍ତି ସୁରେଶଙ୍କୁ ମଧ୍ୟ ଦେଖିବାକୁ ମିଳିବ।

Advertisment

https://www.instagram.com/p/BmIIUjTBcWg/?utm_source=ig_web_copy_link

ଏଯାଏ ଏହି ଫିଲ୍ମର ପୂରା ଷ୍ଟାରକାଷ୍ଟ୍ ସ୍ଥିର ହୋଇ ନାହିଁ। ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ଶୁଟିଂ ଆରମ୍ଭ ହୋଇଯିବ ବୋଲି ସୂଚନା ମିଳିଛି। ଫିଲ୍ମଟିକୁ ବୋନି କପୁର, ଆକାଶ ଚାୱଲା ଓ ଅରୁଣାଲା ଜୟ ସେନଗୁପ୍ତା ମିଶି ପ୍ରଯୋଜନା କରୁଥିବାବେଳେ ଏହାର ନିର୍ଦ୍ଦେଶନା ଦେବେ ଫିଲ୍ମ ‘ବଧାଇ ହୋ’ର ନିର୍ଦ୍ଦେଶକ ଅମିତ ରବୀନ୍ଦ୍ରନାଥ ଶର୍ମା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe