Advertisment

ଘୋଷଣା ହେଲା ଅଜୟଙ୍କ ଆଗାମୀ ଫିଲ୍ମ

ମୁମ୍ବାଇ: ବଲିଉଡ୍ ଅଭିନେତା ଅଜୟ ଦେବଗନ୍‌ ଏବେ ‘ତାନାଜୀ’ର ସଫଳତାର ଭରପୂର ମଜା ନେଉଛନ୍ତି। ତାଙ୍କର ‌ଏହି ଫିଲ୍ମଟି  ୩୦୦ କୋଟିରୁ ଅଧିକ ଆୟ କରି ବ୍ଲକବଷ୍ଟର୍‌ ହୋଇଯାଇଛି। ତେବେ ଏଥିମଧ୍ୟରେ ଅଜୟଙ୍କ ଆଗାମୀ ଫିଲ୍ମର ମଧ୍ୟ ଘୋଷଣା ହୋଇଯାଇଛି। ସେ ନିଜ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ ଜରିଆରେ ଏ ନେଇ ସୂଚନା ଦେଇଛନ୍ତି। Yes, I’m doing the Hindi remake of the Tamil film Kaithi. Releases on February 12, 2021 🙏 […]

author-image
Chinmayee Roy
ଅଦ୍ୟତନ ହୋଇଛି
ଘୋଷଣା ହେଲା ଅଜୟଙ୍କ ଆଗାମୀ ଫିଲ୍ମ

ajay

ମୁମ୍ବାଇ: ବଲିଉଡ୍ ଅଭିନେତା ଅଜୟ ଦେବଗନ୍‌ ଏବେ ‘ତାନାଜୀ’ର ସଫଳତାର ଭରପୂର ମଜା ନେଉଛନ୍ତି। ତାଙ୍କର ‌ଏହି ଫିଲ୍ମଟି  ୩୦୦ କୋଟିରୁ ଅଧିକ ଆୟ କରି ବ୍ଲକବଷ୍ଟର୍‌ ହୋଇଯାଇଛି। ତେବେ ଏଥିମଧ୍ୟରେ ଅଜୟଙ୍କ ଆଗାମୀ ଫିଲ୍ମର ମଧ୍ୟ ଘୋଷଣା ହୋଇଯାଇଛି। ସେ ନିଜ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ ଜରିଆରେ ଏ ନେଇ ସୂଚନା ଦେଇଛନ୍ତି।

Advertisment

https://twitter.com/ajaydevgn/status/1233240481833705472?s=20

ଅନେକ ଦିନ ହେଲାଣି ଅଜୟ ତାମିଲ୍ ଫିଲ୍ମ ‘କୈଥି’ର ରିମେକ୍ କରିବେ ବୋଲି ଚର୍ଚ୍ଚା ହେଉଥଲା। ତେବେ ସେ ଏକ ଟ୍ୱିଟ୍‌ କରି ଏହି ଚର୍ଚ୍ଚାକୁ ସ୍ପଷ୍ଟ କରିଦେଇଛନ୍ତି। ସେ ଲେଖିଛନ୍ତି, “ହଁ, ମୁଁ ତାମିଲ୍‌ ଫିଲ୍ମ ‘କୈଥି’ର ହିନ୍ଦୀ ରିମେକ୍‌ରେ କାମ କରୁଛି। ଫିଲ୍ମଟି ୨୦୨୧ ଫେବୃଆରୀ ୧୨ରେ ରିଲିଜ୍ ହେବ।” ‘କୈଥି’ର ହିନ୍ଦୀ ରିମେକ୍‌ର ଘୋଷଣା ଫେବୃଆରୀରୁ ହୋଇସାରିଥିଲା। ହେଲେ ଏହାର ଷ୍ଟାରକାଷ୍ଟ ନେଇ କୌଣସି ସୂଚନା ଦିଆଯାଇ ନଥିଲା। ଫିଲ୍ମର ଲିଡ୍‌ ଆକ୍ଟର କିଏ ହେବେ, ସେ ନେଇ ବହୁତ କଳ୍ପନାଜଳ୍ପନା ଲାଗି ରହିଥିଲା। ଏପରିକି ସଲ୍‌ମାନ୍‌ ଖାନ୍‌ ଓ ହ୍ରିତିକ୍‌ ରୋଶନଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲା। ହେଲେ ଏବେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଅଜୟ ହିଁ ‘କୈଥି’ରେ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ।

https://www.instagram.com/p/B7D12t-pRDE/?utm_source=ig_web_copy_link

ଫିଲ୍ମର ନିର୍ମାତା କମ୍ପାନୀ ‘ରିଲାଏନ୍ସ ଏଣ୍ଟରଟେନମେଣ୍ଟ’ର ସିଇଓ ଶିବାଶିଷ ସରକାର କହିଛନ୍ତି, “କୈଥି’ ଏକ ବହୁତ ଭଲ ଥ୍ରୀଲର୍‌ ଫିଲ୍ମ। ଏହି ଫିଲ୍ମଟି ସେମାନଙ୍କ ପାଇଁ ଯେଉଁମାନେ ସସ୍‌ପେନ୍ସ ଓ କ୍ରାଇମ୍‌ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି। ଏହା ଏକ ଏଭଳି ଫିଲ୍ମ ଯାହା ଆପଣ ପୂର୍ବରୁ କେବେ ଦେଖି ନଥିବେ।”

Advertisment

ଫିଲ୍ମ ‘କୈଥି’ ଏକ ଜବରଦସ୍ତ ଆକ୍ସନ ଓ କ୍ରାଇମ୍‌ ଥ୍ରୀଲର୍‌, ଯାହା ଗତବର୍ଷ ଅକ୍ଟୋବର ୨୫ରେ ରିଲିଜ୍‌ ହୋଇଥିଲା। ଏଥିରେ କାର୍ତ୍ତିକ ଶିବକୁମାର, ସୁନୀଲ୍‌ କୁମାର୍ ଓ ଧୀନା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହାର ନିର୍ଦ୍ଦେଶନା ଲୋକେଶ କନଗରାଜ୍ ଦେଇଥିଲେ।

ଏହି ଫିଲ୍ମରେ ଜେଲ୍‌ରୁ ବାହାରିଥିବା ଜଣେ ଅପରାଧୀ ନିଜ ଝିଅକୁ ପ୍ରଥମ ଥର ପାଇଁ ଭେଟିବାକୁ ଚାହୁଁଛନ୍ତି। ହେଲେ ପୁଲିସ୍‌ ଓ ଡ୍ରଗ୍‌ ମାଫିଆଙ୍କ ଭିତରେ ଚାଲିଥିବା ଯୁଦ୍ଧ ଭିତରେ ସେ ଫସିଯାଉଛନ୍ତି। ଏହାପରେ ସେ କିଭଳି ନିଜ ଝିଅକୁ ଭେଟୁଛନ୍ତି, ତାହା ହିଁ ଫିଲ୍ମର କାହାଣୀ ରହିଛି।