a222
ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ଅନେକ ସିନେ ଷ୍ଚାର ଲୋକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ଅଭିନେତା ସୋନୁ ସୁଦ୍ ପ୍ରବାସୀ ଶ୍ରମିକଙ୍କୁ ପ୍ଲେନ୍ ଓ ବସ୍ ଯୋଗେ ଘରକୁ ପଠାଉଥିବାର ଦେଖିବାକୁ ମିଳିଛି।
ସଲମାନ୍ଙ୍କ କଥା କୁହନ୍ତୁ କିମ୍ୱା ଶାହରୁଖ୍ ଖାନ୍, ଲକଡାଉନ ସମୟରେ ଘରେ ନବସି ସମସ୍ତେ କିଛି ନା କିଛି ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ଏମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ବଲିଉଡ୍ ଅଭିନେତା ଅଜୟ ଦେବଗନ୍।
ମୁମ୍ୱାଇର ଧାରବୀରେ ଥିବା ଏକ ହସ୍ପିଟାଲରେ ୨୦୦ ବେଡ୍ ପାଇଁ ଅଜୟ ଅକ୍ସିଜେନ୍ ସିଲିଣ୍ଡର ଓ ଦୁଇଟି ଭେଣ୍ଟିଲେଟର ଦାନ କରିଛନ୍ତି। ଧାରବୀରେ ମୋଟ ଜନସଂଖ୍ୟା ୬.୫ ଲକ୍ଷ ଥିବାବେଳେ ଏଠାରେ ୧୫୦୦ କରୋନା ରୋଗୀ ରହିଛନ୍ତି। ଅଜୟ ତାଙ୍କ ଫିଲ୍ମ ଫାଉଣ୍ଡେସନ ପକ୍ଷରୁ ମୁମ୍ୱାଇ ମୁନିସିପାଲ୍ ଜରିଆରେ ଏହି ସାହାଯ୍ୟ କରିଛନ୍ତି।
ଏକ ଟ୍ୱିଟ୍ ଯୋଗେ ଅଜୟ କହିଥିଲେ, ସେ ଧାରବୀରେ ଥିବା ୭୦୦ ପରିବାରକୁ ଖାଦ୍ୟ ସାମଗ୍ରୀ ଓ ହାଇଜିନ୍ କିଟ୍ ଦେଇଛନ୍ତି। ଏଥି ସହିତ ସେ ‘ମିସନ୍ ଧାରବୀ’ ନାମରେ ଏକ ଅଭିଯାନ କରି ଗରିବ ପରିବାରଙ୍କୁ ସାହାଯ୍ୟ କରିବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ।
କେବଳ ଏତିକି ନୁହେଁ, ଲକଡାଉନ ସମୟରେ ଅଜୟ ଦେବଗନ୍ ସମସ୍ୟାରେ ଥିବା ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀଙ୍କୁ ୫୨ ଲକ୍ଷ ଟଙ୍କା ମଧ୍ୟ ଦାନ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/a222-1.jpg)