Advertisment

ଏୟାର୍‌ କମାଣ୍ଡର୍‌ ଗେଟ୍‌ଅପ୍‌ରେ ଅଜୟ

ମୁମ୍ବାଇ: ୨୦୨୦ରେ ବକ୍ସ ଅଫିସ୍‌ରେ ଧୂମ୍‌ ମଚାଇବ ଅଜୟ ଦେବ୍‌ଗନ୍‌ଙ୍କ ଫିଲ୍ମ। ଜାନୁଆରୀ ୧୦ରେ ତାଙ୍କ ଫିଲ୍ମ ’ତାନାଜି’ ପରଦାକୁ ଆସୁଥିବାବେଳେ ଆଗକୁ ଅଭିଷେକ ଦୁଧାଇଆଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଭୂଜ୍‌: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ରେ ସେ ନଜର ଆସିବେ। ବର୍ତ୍ତମାନ ଫିଲ୍ମର ପ୍ରଥମ ଲୁକ୍‌ ମଧ୍ୟ ସାମ୍ନାକୁ ଆସିଯାଇଛି। ନିର୍ଦ୍ଦେଶକ ନିଜେ ଅହି ଫଟୋକୁ ଶୋଆର୍ କରିଛନ୍ତି। It’s a privilege to present @ajaydevgn sir’s first look as Sq. Ld. Vijay […]

author-image
Chinmayee Roy
ଏୟାର୍‌ କମାଣ୍ଡର୍‌ ଗେଟ୍‌ଅପ୍‌ରେ ଅଜୟ

ajay

ମୁମ୍ବାଇ: ୨୦୨୦ରେ ବକ୍ସ ଅଫିସ୍‌ରେ ଧୂମ୍‌ ମଚାଇବ ଅଜୟ ଦେବ୍‌ଗନ୍‌ଙ୍କ ଫିଲ୍ମ। ଜାନୁଆରୀ ୧୦ରେ ତାଙ୍କ ଫିଲ୍ମ ’ତାନାଜି’ ପରଦାକୁ ଆସୁଥିବାବେଳେ ଆଗକୁ ଅଭିଷେକ ଦୁଧାଇଆଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଭୂଜ୍‌: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ରେ ସେ ନଜର ଆସିବେ। ବର୍ତ୍ତମାନ ଫିଲ୍ମର ପ୍ରଥମ ଲୁକ୍‌ ମଧ୍ୟ ସାମ୍ନାକୁ ଆସିଯାଇଛି। ନିର୍ଦ୍ଦେଶକ ନିଜେ ଅହି ଫଟୋକୁ ଶୋଆର୍ କରିଛନ୍ତି।

Advertisment

https://twitter.com/AbhishekDudhai6/status/1212322197177434112

ଫଟୋରେ ଅଜୟ ଦେବଗନ ଏୟାରଫୋର୍ସ ଅଫିସର୍ ଗେଟ୍‌ଅପ୍‌ରେ ବିମାନ ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛି।  ସୂଚନା ଅନୁଯାୟୀ ଏହି ଫିଲ୍ମରେ ସେ ଭାରତୀୟ ବାୟୁସେନାର ଜଣେ ସ୍କ୍ୱାଡ୍ରନ ଲିଡର ଭାବେ ନଜର ଆସିବେ। ଅଜୟଙ୍କ ଏହି ଫଟୋ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଛି।

ସୂଚନା ଅନୁଯାୟୀ, ଫିଲ୍ମଟି ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧର ଏକ ସତ କାହାଣୀକୁ ନେଇ ନିର୍ମାଣ କରାଯାଇଛି। ଫିଲ୍ମରେ ଅଜୟ ୱିଙ୍ଗ୍ କମାଣ୍ଡର ବିଜୟ କାର୍ଣ୍ଣିକଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ବିଜୟ କାର୍ଣ୍ଣିକ ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭୁଜ ଏୟାରବେସର ଦାୟିତ୍ୱରେ ଥିଲେ। ପାକିସ୍ତାନ ସୈନ୍ୟ ଏହି ଏୟାରବେସ ଉପରେ ଆକ୍ରମଣ କରିଥିଲା। ଏହାପରେ ମଧ୍ୟ କାର୍ଣ୍ଣିକ ନିଜର ଅପରେସନ୍ ଜାରି ରଖିଥିଲେ। ତାଙ୍କର ଏହି ବୀରତ୍ୱ ଉପରେ ନିର୍ମାଣ ହେଉଥିବା ଏହି ଫିଲ୍ମଟି ଅଗଷ୍ଟ ମାସ ୧୪ ତାରିଖରେ ରିଲିଜ୍ ହେବ।

Advertisment