Advertisment

ଝିଅକୁ ଟ୍ରୋଲ୍‌ କରିବାରୁ ରାଗିଲେ ଅଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ଅନେକ ଶାନ୍ତ ସ୍ୱଭାବର। ତାଙ୍କୁ ସୋଶାଲ୍‌ ମିଡିଆରେ ଯେତେ ଟ୍ରୋଲ୍‌ କଲେ କି ତାଙ୍କ ବିରୋଧରେ କେହି କିଛି କଡ଼ା ବୟାନ ଦେଲେ ବି ସେ କେବେ ହେଲେ ଭଡ଼କି ନାହାଁନ୍ତି କି କେବେ ରାଗରେ କାହାକୁ କିଛି କହି ନାହାଁନ୍ତି। ବର୍ତ୍ତମାନ କିନ୍ତୁ ଅଜୟ ବହୁତ ରାଗିଯାଇଛନ୍ତି। ପ୍ରଥମଥର ପାଇଁ ସେ ଟ୍ରୋଲଙ୍କୁ ଟାର୍ଗେଟ୍‌ କରିଛନ୍ତି। ନିକଟରେ ଅଜୟ ନିଜ ଅପକମିଂ ଫିଲ୍ମ ‘ତାନାଜୀ’ର ପ୍ରମୋଶନ ପାଇଁ ଗଣମାଧ୍ୟମକୁ […]

ଝିଅକୁ ଟ୍ରୋଲ୍‌ କରିବାରୁ ରାଗିଲେ ଅଜୟ

ajay

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ଅନେକ ଶାନ୍ତ ସ୍ୱଭାବର। ତାଙ୍କୁ ସୋଶାଲ୍‌ ମିଡିଆରେ ଯେତେ ଟ୍ରୋଲ୍‌ କଲେ କି ତାଙ୍କ ବିରୋଧରେ କେହି କିଛି କଡ଼ା ବୟାନ ଦେଲେ ବି ସେ କେବେ ହେଲେ ଭଡ଼କି ନାହାଁନ୍ତି କି କେବେ ରାଗରେ କାହାକୁ କିଛି କହି ନାହାଁନ୍ତି। ବର୍ତ୍ତମାନ କିନ୍ତୁ ଅଜୟ ବହୁତ ରାଗିଯାଇଛନ୍ତି। ପ୍ରଥମଥର ପାଇଁ ସେ ଟ୍ରୋଲଙ୍କୁ ଟାର୍ଗେଟ୍‌ କରିଛନ୍ତି।

Advertisment

ନିକଟରେ ଅଜୟ ନିଜ ଅପକମିଂ ଫିଲ୍ମ ‘ତାନାଜୀ’ର ପ୍ରମୋଶନ ପାଇଁ ଗଣମାଧ୍ୟମକୁ ସାକ୍ଷାତକାର ଦେଉଥିଲେ। ଏହି ସମୟରେ ତାଙ୍କ ମନ ଖରାପ ଥିବା ଦେଖିବାକୁ ମିଳିଥିଲା। ଏଠାରେ ସେ ତାଙ୍କ ଝିଅଙ୍କୁ ସୋଶାଲ୍‌ ମିଡିଆରେ ଟ୍ରୋଲ୍‌ କରୁଥିବା ଲୋକମାନଙ୍କ ଉପରେ ବର୍ଷିଥିଲେ। ସୂଚନା ଅନୁଯାୟୀ ନିକଟରେ ଅଜୟଙ୍କ ପିତା ବୀରୁ ଦେବଗନ୍‌ଙ୍କର ଦେହାନ୍ତ ହେବା ପରେ ତାଙ୍କ ଝିଅ ନ୍ୟାଶାଙ୍କର କିଛି ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏହି ଫଟୋରେ ସେ ଏକ ବିୟୁଟି ପାର୍ଲର ସାମ୍ନାରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଜେଜେବାପାଙ୍କ ଦେହାନ୍ତର ତୁରନ୍ତ ପରେ ନ୍ୟାଶା ପାର୍ଲର୍‌ ଯାଉଥିବା ଯୋଗୁ ଲୋକେ ତାଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରିଦେଲେ। ଏହା ପୂର୍ବରୁ ତାଙ୍କ ଡ୍ରେସ୍‌କୁ ନେଇ ମଧ୍ୟ ଟ୍ରୋଲ୍‌ କରାଯାଇଥିଲା। ଅଜୟ ସାକ୍ଷାତ୍‌କାରରେ ଝିଅ ସପକ୍ଷରେ ବାହାରି ଟ୍ରୋଲଙ୍କୁ କଡ଼ା ଜବାବ ଦେଇଥିଲେ।

publive-imageଅଜୟ କହିଥିଲେ, ‘ଟ୍ରୋଲଙ୍କୁ ଜଣା ନଥାଏ ଯେ ସେମାନେ କ’ଣ କହୁଛନ୍ତି। ମୁଁ ଏ ବିଷୟରେ ଆଗରୁ କେବେ ବି କଥା ହୋଇନାହିଁ। କିନ୍ତୁ ଏବେ ମୁଁ କହିବାକୁ ଚାହୁଁଛି। ମୁଁ ଯେତେବେଳେ ନିଜ ପିତାଙ୍କୁ ହରାଇଲି ତା’ର ଦୁଇ ଦିନ ପର୍ଯ୍ୟନ୍ତ ପିଲାମାନେ ଅନେକ ଦୁଃଖି ଥିଲେ। ନ୍ୟାଶା ବହୁତ କାନ୍ଦୁଥିଲେ ଓ ଘରେ ଅନେକ ଲୋକ ଥିଲେ। ଏହି ସମୟରେ ଘରର ମାହୋଲ୍ କିଭଳି ଥାଏ ସମସ୍ତଙ୍କୁ ଜଣା।। ମୁଁ ହିଁ ନ୍ୟାଶାଙ୍କୁ ବାହାରେ ବୁଲି ଆସିବାକୁ କହିଥିଲି। ସେ ଯିବାକୁ ଚାହୁଁନଥିଲା। କିନ୍ତୁ ତାଙ୍କ ମନ ବଦଳାଇବା ପାଇଁ ମୁଁ ହିଁ ତାଙ୍କୁ ବାହାରକୁ ପଠାଇଲି। ସେ କୁଆଡ଼େ ଯିବେ କିଛି ଜାଣିପାରିଲେ ନି ତେଣୁ ସେ ପାର୍ଲର ପଳେଇଲେ।’

Advertisment

ଆଜୟ ଆଗକୁ କହିଥିଲେ, ‘ପାର୍ଲର ବାହାରେ ଲୋକମାନେ ତାଙ୍କ ଫଟୋ ଉଠାଇ ଟ୍ରୋଲ୍‌ କରିବା ଆରମ୍ଭ କରିଦେଲେ ଯେ ଜେଜେଙ୍କ ମୃତ୍ୟୁ ହୋଇଛି ଆଉ ନ୍ୟାଶା ପାର୍ଲର ଯାଉଛନ୍ତି’। ଅଜୟ ଏଠି ପ୍ରଶ୍ନ କରିଥିଲେ ଯେ କ’ଣ ଏମାନଙ୍କର ଏପରି କରିବା ଉଚିତ୍? ସେ ଆହୁରି କହିଥିଲ, ‘ମୁଁ ତାଙ୍କୁ ବାହାରକୁ ପଠାଇଥିଲି ତାଙ୍କ ମୁଡ୍‌ ଠିକ୍‌ କରିବା ପାଇଁ, ହେଲେ ସେ ଘରକୁ ଫେରିବା ପୂର୍ବରୁ ସୋଶାଲ୍‌ ମିଡିଆରେ ତାଙ୍କ ଫଟୋ ଭାଇରାଲ୍‌ ହୋଇସାରିଥିଲା। ଆଉ ଏସବୁ ଦେଖି ସେ ଆହୁରି କାନ୍ଦିବାକୁ ଲାଗିଲେ।’ ଏହାପରେ ଅଜୟ ରାଗି ପ୍ରଶ୍ନ କରିଥିଲେ, ‘ନ୍ୟାଶା ୧୫-୧୬ ବର୍ଷର ପିଲା, ସେ ପୁଣି କାହାର କ’ଣ ବିଗାଡ଼ିଛନ୍ତି? ଆମେ ଫିଲ୍ମ ଲାଇନ୍‌ରେ ଅଛୁ ତେଣୁ ଆପଣମାନେ ଆମକୁ ଜଜ୍‌ କରୁଛନ୍ତି। କମ୍‌ ସେ କମ୍‌ ପିଲାମାନଙ୍କୁ ତ ଛାଡ଼ିଦିଅନ୍ତୁ!’

ସୂଚନାଯୋଗ୍ୟ, ଅଜୟଙ୍କ ଫିଲ୍ମ ‘ତାନାଜୀ’ ଆସନ୍ତା ବର୍ଷ ଜାନୁୟାରୀ ୧୦ରେ ରିଲିଜ୍‌ ହେବ। ଏଥିରେ କାଜୋଲ୍‌ ଓ ସୈଫି ଅଲ୍ଲୀ ଖାନ୍‌ଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ସପ୍ତଦଶ ଶତାବ୍ଦୀର ମରାଠା ସାମ୍ରାଜ୍ୟର ମହାନ ଯୋଦ୍ଧା ତାନାଜୀ ମାଲୁସରେଙ୍କ ଉପରେ ତିଆରି ହୋଇଛି। ଏହି ଯୋଦ୍ଧାଙ୍କୁ ୧୬୭୦ ମସିହାରେ ହୋଇଥିବା ସିହ୍ନାଗଡ଼ ଯୁଦ୍ଧ ପାଇଁ ସ୍ମରଣ କରାଯାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe