Advertisment

କରୋନା ଭାଇରସକୁ ନେଇ ରିଲିଜ୍ ହେଲା ଅଜୟଙ୍କ ଗୀତ

ମୁମ୍ବାଇ: ସାରା ବିଶ୍ୱ ଏବେ କରୋନା ବିରୋଧରେ ଯୁଦ୍ଧ ଚଲାଇଛି। ଭାରତ ସରକାର ମଧ୍ୟ କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍ ଅବଧିକୁ ମେ’ ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରୁଛନ୍ତି। ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ସୋଶାଲ୍ ମିଡିଆ ଜରିଆରେ ଲୋକମାନଙ୍କୁ ସଚେତନ କରାଉଛନ୍ତି। ଆଉ ଏହି କ୍ରମରେ ଅଭିନେତା ଅଜୟ ଦେବଗନ୍ ଏକ ଗୀତ ରିଲିଜ୍ କରିଛନ୍ତି, ଯେଉଁଥିରେ ରହିଛି ସଚେତନତା ବାର୍ତ୍ତା। […]

ଅଦ୍ୟତନ ହୋଇଛି
କରୋନା ଭାଇରସକୁ ନେଇ ରିଲିଜ୍ ହେଲା ଅଜୟଙ୍କ ଗୀତ

ajay

Advertisment

ମୁମ୍ବାଇ: ସାରା ବିଶ୍ୱ ଏବେ କରୋନା ବିରୋଧରେ ଯୁଦ୍ଧ ଚଲାଇଛି। ଭାରତ ସରକାର ମଧ୍ୟ କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍ ଅବଧିକୁ ମେ’ ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରୁଛନ୍ତି। ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ସୋଶାଲ୍ ମିଡିଆ ଜରିଆରେ ଲୋକମାନଙ୍କୁ ସଚେତନ କରାଉଛନ୍ତି। ଆଉ ଏହି କ୍ରମରେ ଅଭିନେତା ଅଜୟ ଦେବଗନ୍ ଏକ ଗୀତ ରିଲିଜ୍ କରିଛନ୍ତି, ଯେଉଁଥିରେ ରହିଛି ସଚେତନତା ବାର୍ତ୍ତା।

Advertisment

https://twitter.com/ajaydevgn/status/1253949420195872768?s=20

ଅଜୟ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓର ଲିଙ୍କ୍ ଶେଆର୍ କରିଛନ୍ତି। ଏହି ଭିଡିଓଟିକୁ ସେ କରୋନା ଭାଇରସକୁ ନେଇ ତିଆରି କରିଛନ୍ତି। ଏହାକୁ ଶେଆର୍ କରି ସେ ଲେଖିଛନ୍ତି- ଅପେକ୍ଷା କର, ଦେଖ ଏବଂ ପ୍ରାର୍ଥନା କର... ଆମେ ଏକାଠି ଏହି ଝଡ଼ର ସାମ୍ନା କରିବା। ନିରାପଦ ରହିବା ଓ ଖୁସି ରହିବା... ନିଜ ଲୋକଙ୍କ ପାଇଁ #ThaharJa।

ଦେବଗନଙ୍କ ଏହି ଗୀତର ନାମ ହେଉଛି 'ଠହର ଜା'। ଏହି ଗୀତ ଲକ୍‌ଡାଉନ୍‌ରେ ଲୋକଙ୍କୁ ନିଜ ପରିବାର ସହିତ ଘରେ ରହିବାକୁ ପ୍ରୋତ୍ସାହିତ କରୁଛି। ଗୀତଟିର ବିଶେଷତ୍ତ୍ୱ ହେଉଛି ଅଜୟ ଏହାର ସଂପୂର୍ଣ୍ଣ ଶୁଟିଂ ନିଜ ଘରେ ହିଁ କରିଛନ୍ତି। ଏହି ଗୀତରେ ଅନେକ ଭାବପ୍ରବଣ କ୍ଲିପ୍ ଦେଖାଯାଇଛି। ଗୀତଟିକୁ ସୋଶାଲ୍ ମିଡିଆରେ ବେଶ୍ ପସନ୍ଦ କରାଯାଉଛି। ଲୋକଙ୍କୁ ସଚେତନ କରିବା ପାଇଁ ଅଜୟଙ୍କ ଏହି ଉଦ୍ୟମକୁ ତାଙ୍କ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି ଓ ପ୍ରଶଂସାରେ ପୋତି ପକାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe