Advertisment

ସୁପରହିଟ୍ ତାମିଲ୍ ଫିଲ୍ମର ହିନ୍ଦୀ ରିମେକରେ ନଜର ଆସିବେ ଅଜୟ

ମୁମ୍ବାଇ: ଜାନୁଆରୀ ମାସରେ ରିଲିଜ୍ ହୋଇଥିଲା ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ତାନାଜୀ’। ତାଙ୍କର ‌ଏହି ଫିଲ୍ମଟି  ୩୦୦ କୋଟିରୁ ଅଧିକ ଆୟ କରି ବ୍ଲକବଷ୍ଟର୍‌ ହୋଇଥିଲା। ତେବେ ଏଥିମଧ୍ୟରେ ଖବର ଆସିଛି ଅଜୟଙ୍କ ଆଗାମୀ ଫିଲ୍ମକୁ ନେଇ। ଆଗକୁ ତାଙ୍କୁ ଏକ ସୁପର ହିଟ୍ ତାମିଲ୍ ଫିଲ୍ମର ହିନ୍ଦୀ ରିମେକରେ ଦେଖିବାକୁ ମିଳିବ। ସୂଚନା ଅନୁଯାୟୀ,୨୦୧୯ରେ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ ‘କୈଥି’ର ଅଫିସିଆଲ୍ ହିନ୍ଦୀ ରିମେକରେ ନଜର ଆସିବେ ଅଜୟ। ତାଙ୍କ ପୂର୍ବରୁ […]

author-image
Chinmayee Roy
ଅଦ୍ୟତନ ହୋଇଛି
୭୦୦ ପରିବାରଙ୍କ ଦାୟିତ୍ୱ ନେଲେ ଅଜୟ

AJAY

ମୁମ୍ବାଇ: ଜାନୁଆରୀ ମାସରେ ରିଲିଜ୍ ହୋଇଥିଲା ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ତାନାଜୀ’। ତାଙ୍କର ‌ଏହି ଫିଲ୍ମଟି  ୩୦୦ କୋଟିରୁ ଅଧିକ ଆୟ କରି ବ୍ଲକବଷ୍ଟର୍‌ ହୋଇଥିଲା। ତେବେ ଏଥିମଧ୍ୟରେ ଖବର ଆସିଛି ଅଜୟଙ୍କ ଆଗାମୀ ଫିଲ୍ମକୁ ନେଇ। ଆଗକୁ ତାଙ୍କୁ ଏକ ସୁପର ହିଟ୍ ତାମିଲ୍ ଫିଲ୍ମର ହିନ୍ଦୀ ରିମେକରେ ଦେଖିବାକୁ ମିଳିବ।

Advertisment

ସୂଚନା ଅନୁଯାୟୀ,୨୦୧୯ରେ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ ‘କୈଥି’ର ଅଫିସିଆଲ୍ ହିନ୍ଦୀ ରିମେକରେ ନଜର ଆସିବେ ଅଜୟ। ତାଙ୍କ ପୂର୍ବରୁ ଏହି ଫିଲ୍ମର ଲିଡ୍ ରୋଲ୍‌ ପାଇଁ ସଲମାନ୍ ଖାନ୍ ଓ ହ୍ରିତିକ୍ ରୋଶନଙ୍କ ନାଁ ଚର୍ଚ୍ଚାରେ ରହିଥିଲା। ହେଲେ ଶେଷରେ ତାଙ୍କ ନାଁ ହିଁ ଫାଇନାଲ୍ ହୋଇଛି। ସେହିପରି ପୂର୍ବରୁ ଏହି ହିନ୍ଦୀ ରିମେକ୍ ଫିଲ୍ମର ନିର୍ଦ୍ଦେଶନା ଲୋକେଶ କନଗରାଜ ଦେବେ ବୋଲି କୁହାଯାଉଥିଲା। ସେ ତାମିଲ ଭାଷାରେ ରିଲିଜ୍ ହୋଇଥିବା ‘କୈଥି’ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ବର୍ତ୍ତମାନର ଖବର ଅନୁଯାୟୀ, ଲୋକେଶ ଅନ୍ୟ ଏକ ଫିଲ୍ମରେ ବ୍ୟସ୍ତଥିବାରୁ ଏହାର ‘କୈଥି’ର ହିନ୍ଦୀ ରିମେକ୍‌ର ନିର୍ଦ୍ଦେଶନା ଦେଇପାରିବେ ନାହିଁ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଅଜୟଙ୍କ ଏହି ଫିଲ୍ମର ନିର୍ଦ୍ଦେଶନା ଧର୍ମେନ୍ଦ୍ର ଶର୍ମା ଦେବେ। ସେ ଜଣେ ଫିଲ୍ମ ଏଡିଟର୍। ସେ ଅଜୟଙ୍କ ଫିଲ୍ମ ‘ତାନାଜୀ’ର ମଧ୍ୟ ଏଡିଟିଂ କରିଥିଲେ। ଏହା ବ୍ୟତୀତ ସେ ଅଜୟଙ୍କ ସମ୍ପର୍କୀୟ ଭାଇ।ଏହି ଫିଲ୍ମ ଜରିଆରେ ସେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିବାକୁ ଯାଉଛନ୍ତି।

Advertisment