Advertisment

ସାମ୍ନାକୁ ଆସିଲା 'ମୈଦାନ'ରେ ଅଜୟଙ୍କ ଫାଷ୍ଟ ଲୁକ୍

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ତାଣାଜୀ’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ଅଜୟ ଦେବଗନ, ସୈଫ ଅଲ୍ଲୀ ଖାନ୍ ଓ କାଜୋଲଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ତେବେ ବକ୍ସ ଅଫିସ୍‌ରେ ଏହାର ଜଲୱା ଜାରି ରହିଥିବାବେଳେ ଅଜୟ ଆଉ ଏକ ଫିଲ୍ମର ଘୋଷଣା କରିଦେଇଛନ୍ତି।  ତାଙ୍କ ଅପକମିଂ ଫିଲ୍ମ ‘ମୈଦାନ’ରେ ତାଙ୍କର ଫାଷ୍ଟ ଲୁକ୍ ରିଲିଜ ହୋଇଛି। ଅଜୟ ଫିଲ୍ମରେ ନିଜର ପ୍ରଥମ ଲୁକ୍ ସୋଶାଲ୍ ମିଡିଆରେ ଶେଆର୍ କରି […]

ସାମ୍ନାକୁ ଆସିଲା 'ମୈଦାନ'ରେ ଅଜୟଙ୍କ ଫାଷ୍ଟ ଲୁକ୍

maidaan

Advertisment

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ତାଣାଜୀ’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ଅଜୟ ଦେବଗନ, ସୈଫ ଅଲ୍ଲୀ ଖାନ୍ ଓ କାଜୋଲଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ତେବେ ବକ୍ସ ଅଫିସ୍‌ରେ ଏହାର ଜଲୱା ଜାରି ରହିଥିବାବେଳେ ଅଜୟ ଆଉ ଏକ ଫିଲ୍ମର ଘୋଷଣା କରିଦେଇଛନ୍ତି।  ତାଙ୍କ ଅପକମିଂ ଫିଲ୍ମ ‘ମୈଦାନ’ରେ ତାଙ୍କର ଫାଷ୍ଟ ଲୁକ୍ ରିଲିଜ ହୋଇଛି।

Advertisment

ଅଜୟ ଫିଲ୍ମରେ ନିଜର ପ୍ରଥମ ଲୁକ୍ ସୋଶାଲ୍ ମିଡିଆରେ ଶେଆର୍ କରି ଲେଖିଛନ୍ତି, ‘‌ଏହି କାହାଣୀ ହେଉଛି ଭାରତୀୟ ଫୁଟବଲ୍‌ର ସୁବର୍ଣ୍ଣ ସମୟର ଓ ସବୁଠୁ ବଡ଼ ଓ ସଫଳ କୋଚ୍‌ଙ୍କର।’। ଭାରତର ପୂର୍ବତନ ଫୁଟବଲ କୋଚ୍ ସୈୟଦ ଅବଦୁଲ୍‌ ରହିମ୍‌ଙ୍କ ଜୀବନୀକୁ ନେଇ ଏହି ଫିଲ୍ମଟି ତିଆରି ହୋଇଛି। ଅଜୟ ଏଥିରେ ସୈୟଦ ଅବଦୁଲ୍‌ ରହିମଙ୍କ ଭୂମିକାରେ ନଜର ଆସିବେ। କୋଚ୍ ରହିମଙ୍କ ନେତୃତ୍ୱରେ କେମିତି ଭାରତୀୟ ଫୁଟବଲ୍ ଟିମ୍ ୧୯୫୬ରେ ଅଲମ୍ପିକ୍ସରେ ସେମିଫାଇନାଲ୍‌ରେ ପହଞ୍ଚିଥିଲା, ତାହା ହିଁ ରହିଛି ଫିଲ୍ମର କାହାଣୀ।

https://twitter.com/ShribashA/status/1222743831600222208?s=20

ଏହି ଫଟୋରେ ଅଜୟ ଏକ ସିମ୍ପଲ୍‌ ଲୁକ୍‌ରେ ନଜର ଆସିଛନ୍ତି। ଏଥିରେ ସେ ସିଧାସାଧା ପ୍ୟାଣ୍ଟ-ସର୍ଟ ପିନ୍ଦି ହାତରେ ଏକ ଛତା ଧରି ଫୁଟ୍‌ବଲ୍‌କୁ ମାରୁଥିବା ଦେଖିବାକୁ ମିଳିଛିବା ‘ମୈଦାନ’ରେ ଅଜୟଙ୍କ ସହ ସାଉଥ୍‌ର ଲୋକପ୍ରିୟ ଅଭିନେତ୍ରୀ କିର୍ତ୍ତି ସୁରେଶଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମଟିକୁ ବୋନି କପୁର, ଆକାଶ ଚାଓ୍ୱଲା ପ୍ରଯୋଜନା କରୁଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅମିତ ରବୀନ୍ଦ୍ରନାଥ ଶର୍ମା। ଏହି ଫିଲ୍ମଟି ୨୦୨୦ ନଭେମ୍ବର ୨୭ରେ ପରଦାକୁ ଆସିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe