/odisha-reporter/media/post_attachments/uploads/2020/04/AJAY.jpg)
AJAY
ମୁମ୍ବାଇ: କରୋନା ଭାଇରସ୍ ମହା ସଂଗ୍ରାମରେ ଅଭିନେତା ଅଜୟ ଦେଭଗନ୍ ପୁଣି ଥରେ ସାହାଯ୍ୟର ହାତ ବଢ଼ାଇଛନ୍ତି। ପୂର୍ବରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିର ଶ୍ରମିକମାନଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇଦେଇଥିଲେ। ଏହା ବ୍ୟତୀତ ସେ ସୋଶାଲ୍ ମିଡିଆ ଜରିଆରେ ଲୋକଙ୍କୁ ସଚେତନ ମଧ୍ୟ କରୁଥିଲେ। ଆଉ ଏବେ ସେ ଏହି କଠିନ ପରିସ୍ଥିତିରେ ୭୦୦ ପରିବାରଙ୍କ ଦାୟିତ୍ୱ ନେଇଛନ୍ତି।
https://twitter.com/ajaydevgn/status/1265540393480962049?s=20
ଅଜୟ ଟ୍ୱିଟ୍ କରି ଏ ସମ୍ପର୍କିତ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ଧାରାବୀ କୋଭିଡ୍-୧୯’ର କେନ୍ଦ୍ର ପାଲିଟିଛି ବହୁ ଲୋକ MCGM(Municipal Corporation of Greater Mumbai)ର ସାହାଯ୍ୟରେ ଦିନ ରାତି କାମ କରୁଛନ୍ତି। ବହୁ ଏନଜିଓ ମାଧ୍ୟମରେ ଲୋକଙ୍କ ପାଖରେ ରାସନ ଓ ହାଇଜିନ୍ କିଟ୍ ମଧ୍ୟ ପହଞ୍ଚାଯାଉଛି। ଆମେ ୭୦୦ ପରିବାରକୁ ସାହାଯ୍ୟ କରୁଛୁ। ମୁଁ ଆପଣଙ୍କଠୁ ବି ଦାନର ଆଶା କରୁଛି।’
https://twitter.com/ajaydevgn/status/1265142511325995008?s=20
କିଛି ସମୟ ପୂର୍ବରୁ ଅଜୟ ପ୍ରବାସୀଙ୍କୁ ଘରକୁ ପଠାଉଥିବା ଅଭିନେତା ସୋନୁ ସୁଦ୍ଙ୍କର ଟ୍ୱିଟ୍ କରି ପ୍ରଶଂସା କରିଥିଲେ। ସେ ଲେଖିଥିଲେ, ‘ପ୍ରବାସୀ ଶ୍ରମିକଙ୍କୁ ଘରକୁ ସୁରକ୍ଷିତ ପଠାଇବାର ଆପଣ ଯେଉଁ କାମ କରୁଛନ୍ତି, ତାହା ବହୁକ ପ୍ରଶଂସନୀୟ। ଆପଣଙ୍କୁ ବହୁତ ଶକ୍ତି ମିଳୁ ସୋନୁ।’
ସୂଚନାଯୋଗ୍ୟ ଅଜୟ ପୂର୍ବରୁ କରୋନା ମୁକାବିଲା ପାଇଁ ପିଏମ୍ କେୟାର୍ସ ଫଣ୍ଡରେ ଏକ କୋଟି ଦାନ କରିଛନ୍ତି। ଏହା ବ୍ୟତୀତ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଶ୍ରମିକଙ୍କୁ ମଧ୍ୟ ୫୧ ଲକ୍ଷ ଟଙ୍କାର ସାହାଯ୍ୟ ଯୋଗାଇଛନ୍ତି। ଏହା ବ୍ୟତୀତ ସେ ସୋଶାଲ୍ ମିଡିଆ ପୋଷ୍ଟ ଜରିଆରେ କରୋନା ଆରୋଗ୍ୟଙ୍କୁ ପ୍ଲାଜମା ଦାନ କରିବାକୁ ମଧ୍ୟ ଅନୁରୋଧ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
