Advertisment

'ସତ୍ତେ ପେ ସତ୍ତା'ରେ ଅଜୟ ଦେବଗନ୍‌ !

ମୁମ୍ବାଇ: ଫର୍‌ହା ଖାନ୍‌ଙ୍କ ଅପ୍‌କମିଂ ପ୍ରୋଜେକ୍ଟ ‘ସତ୍ତେ ପେ ସତ୍ତା’ ପାଇଁ ଏବେ ଅଜୟ ଦେବଗନ୍‌ଙ୍କ ନାଁ ଚର୍ଚ୍ଚାକୁ ଆସିଛି। ଅନେକ ଦିନ ହେଲାଣି ଫିଲ୍ମ ନିର୍ମାତା ରୋହିତ୍‌ ଶେଟ୍ଟୀ ଓ ଫର୍‌ହା ଖାନ୍‌ ଏହି ଫିଲ୍ମ ପା‌ଇଁ ଲିଡ୍‌ ହିରୋ ଖୋଜିବାରେ ବ୍ୟସ୍ତ ଅଛନ୍ତି। କୁହାଯାଉଛି, ଏବେ ସେମାନଙ୍କର ଏହି ସନ୍ଧାନ ଶେଷ ହୋଇଛି। ଏହି ଫିଲ୍ମ ପାଇଁ ନିର୍ମାତା ଅଜୟ ଦେବଗନ୍‌ଙ୍କୁ ବାଛିଛନ୍ତି। ସୂଚନା ଅନୁଯାୟୀ, ଫର୍‌ହା ଓ ରୋହିତ ପ୍ରଥମେ ହ୍ରିତିକ୍‌ ରୋଶନ୍ […]

ଅଦ୍ୟତନ ହୋଇଛି
ଫୁଟ୍‌ବଲ୍‌ କୋଚ୍‌ ଭୂମିକାରେ ଅଜୟ

ajay-devgan

Advertisment

ମୁମ୍ବାଇ: ଫର୍‌ହା ଖାନ୍‌ଙ୍କ ଅପ୍‌କମିଂ ପ୍ରୋଜେକ୍ଟ 'ସତ୍ତେ ପେ ସତ୍ତା' ପାଇଁ ଏବେ ଅଜୟ ଦେବଗନ୍‌ଙ୍କ ନାଁ ଚର୍ଚ୍ଚାକୁ ଆସିଛି। ଅନେକ ଦିନ ହେଲାଣି ଫିଲ୍ମ ନିର୍ମାତା ରୋହିତ୍‌ ଶେଟ୍ଟୀ ଓ ଫର୍‌ହା ଖାନ୍‌ ଏହି ଫିଲ୍ମ ପା‌ଇଁ ଲିଡ୍‌ ହିରୋ ଖୋଜିବାରେ ବ୍ୟସ୍ତ ଅଛନ୍ତି। କୁହାଯାଉଛି, ଏବେ ସେମାନଙ୍କର ଏହି ସନ୍ଧାନ ଶେଷ ହୋଇଛି। ଏହି ଫିଲ୍ମ ପାଇଁ ନିର୍ମାତା ଅଜୟ ଦେବଗନ୍‌ଙ୍କୁ ବାଛିଛନ୍ତି।

Advertisment

ସୂଚନା ଅନୁଯାୟୀ, ଫର୍‌ହା ଓ ରୋହିତ ପ୍ରଥମେ ହ୍ରିତିକ୍‌ ରୋଶନ୍ , ସଲ୍‌ମାନ୍‌ ଖାନ୍, ରଣବୀର ସିଂହ ଓ ଅକ୍ଷୟ କୁମାରଙ୍କୁ ଏହି ଫିଲ୍ମ ପାଇଁ ଅଫର୍‌ ଦେଇଥିଲେ। ହେଲେ କୌଣସି ନା କୌଣସି କାରଣରୁ ସେମାନେ ରାଜି ହୋଇ ନଥିଲେ। ଏହା ପରେ ଅଜୟ ଦେବଗନଙ୍କ ସହିତ କଥାବାର୍ତ୍ତା ହୋଇଥିଲା। ଆଉ ସେ କୁଆଡ଼େ ଏଥିପାଇଁ ରାଜି ହୋଇଛନ୍ତି। ରୋହିତଙ୍କ ସହିତ ଭଲ ବନ୍ଧୁତା ଥିବା ଯୋଗୁ ଅଜୟ ଏହି ଫିଲ୍ମ କରିବାକୁ ରାଜି ହୋଇଯାଇଛନ୍ତି ବୋଲି କୁହାଯାଉଛି।

ଏହି ଫିଲ୍ମରେ ଲିଡ୍‌ ହିରୋଇନ୍ ଭାବେ କ୍ୟାଟ୍ରିନା କୈଫ ଅଭିନୟ କରିବେ ବୋଲି ଶୁଣିବାକୁ ମିଳିଛି। ଏହା ବି ଶୁଣିବାକୁ ମିଳିଛି ଯେ ଏବେ ନିର୍ମାତା ତାଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ପୂର୍ବରୁ ଅଜୟ ଓ କ୍ୟାଟ୍ରିନା ଫିଲ୍ମ ‘ରାଜନୀତି’ରେ ଏକାଠି କାମ କରିଥିଲେ। ହେଲେ ଏଥିରେ ସେମାନେ ଯୋଡ଼ି ଭାବେ ଅଭିନୟ କରି ନଥିଲେ। ତେଣୁ ଯଦି ଏ ଖବର ସତ ହୁଏ, ତା’ହେଲେ ପରଦାରେ ପୁଣି ଏକ ନୂଆ ଯୋଡ଼ି ଦେଖିବାକୁ ମିଳିବ।

Advertisment

ଚର୍ଚ୍ଚା ହେଉଛି,  ଫର୍‌ହା ଓ ରୋହିତଙ୍କ ଏହି ଫିଲ୍ମଟି ୧୯୮୨ରେ ଆସିଥିବା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌। ଆଗରୁ ରୋହିତ-ଅଜୟଙ୍କ ଯୋଡ଼ି ବକ୍ସ ଅଫିସରେ ଧମାଲ୍‌ କରିଛନ୍ତି। ଏ ଦୁହିଁଙ୍କ ସିନେମା ‘ଗୋଲମାଲ୍’, ‘ଗୋଲମାଲ୍‌ ରିଟର୍ଣ୍ଣସ୍’, ‘ସିଂଘମ୍’, ‘ସିଂଘମ୍ ରିଟର୍ଣ୍ଣସ୍’, ‘ଗୋଲ୍‌ମାଲ୍ ୩’ ଓ ‘ଗୋଲ୍‌ମାଲ୍‌ ଏଗେନ୍‌’ ବ୍ଲକବଷ୍ଟର ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe