Advertisment

ଅଜୟ ଦେବଗନ ଓ କାଜୋଲଙ୍କ ମଧ୍ୟରେ ସତନାମ ପାଚେରି!

ମୁମ୍ବାଇ: ଆଗାମୀ  ଫିଲ୍ମ ‘ଶିବାୟ’ ର ପ୍ରମୋଶନ ପାଇଁ ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ଆମେରିକା ଯାଇଛନ୍ତି। ଅଜୟଙ୍କ ସହିତ ପତ୍ନୀ କାଜୋଲ ବି ସେଠାକୁ ଯାଇଛନ୍ତି। ସେଠାରେ ସେମାନଙ୍କର ବାସ୍କେଟ୍‌ ବଲ୍ ଖେଳାଳି ସତନାମ ସିଂହଙ୍କ ସହିତ ଦେଖା ହୋଇଥିଲା। ଏହି ସାକ୍ଷାତ ବେଳେ ତିନିହେଁ ଫଟୋ ଉଠାଇଥିଲେ। ଏହି ଫଟୋକୁ ଅଜୟ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ସେୟାର କରିଛନ୍ତି ଏବଂ ଏଥିରେ ଏକ କୌତୁକ କ୍ୟାପ୍‌ସନ୍ ଦେଇଛନ୍ତି। ସେ ଲେଖିଛନ୍ତି,“କାଜୋଲ ଓ ମୋ ମଧ୍ୟରେ […]

ଅଜୟ ଦେବଗନ ଓ କାଜୋଲଙ୍କ ମଧ୍ୟରେ ସତନାମ ପାଚେରି!

satnam

Advertisment

satnamମୁମ୍ବାଇ: ଆଗାମୀ  ଫିଲ୍ମ ‘ଶିବାୟ’ ର ପ୍ରମୋଶନ ପାଇଁ ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ଆମେରିକା ଯାଇଛନ୍ତି। ଅଜୟଙ୍କ ସହିତ ପତ୍ନୀ କାଜୋଲ ବି ସେଠାକୁ ଯାଇଛନ୍ତି। ସେଠାରେ ସେମାନଙ୍କର ବାସ୍କେଟ୍‌ ବଲ୍ ଖେଳାଳି ସତନାମ ସିଂହଙ୍କ ସହିତ ଦେଖା ହୋଇଥିଲା। ଏହି ସାକ୍ଷାତ ବେଳେ ତିନିହେଁ ଫଟୋ ଉଠାଇଥିଲେ। ଏହି ଫଟୋକୁ ଅଜୟ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ସେୟାର କରିଛନ୍ତି ଏବଂ ଏଥିରେ ଏକ କୌତୁକ କ୍ୟାପ୍‌ସନ୍ ଦେଇଛନ୍ତି। ସେ ଲେଖିଛନ୍ତି,“କାଜୋଲ ଓ ମୋ ମଧ୍ୟରେ ପାଚେରି ଛିଡ଼ା ହୋଇଛି।” ସତନାମ ଡେଙ୍ଗା ହୋଇଥିବା ଯୋଗୁଁ ଓ କାଜୋଲ ଏବଂ ତାଙ୍କ ମଝିରେ ଛିଡ଼ା ହୋଇ ଫଟୋ ଉଠାଇଥିବା ଯୋଗୁଁ ଅଜୟ ଏଭଳି ମଜାଳିଆ କ୍ୟାପ୍‌ସନ୍‌ଟିଏ ଦେଇଛନ୍ତି।

Advertisment

ଅଜୟ ଆହୁରି ଲେଖିଛନ୍ତି,“ସତନାମ ଆମେ ତୁମ ପାଇଁ ଗର୍ବିତ।”

‘ଶିବାୟ’ ଅକ୍ଟୋବର ୩୦ ରିଲିଜ୍‌ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe