Advertisment

୭୩ ବର୍ଷରେ  ଅମିତାଭ

ଭୁବନେଶ୍ୱର: ୭୩ବର୍ଷରେ ପଦାର୍ପଣ କରିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ୧୧ ଅକ୍ଟୋବର ୧୯୪୨ରେ ଅମିତାଭ ଜନ୍ମଗ୍ରହଣ କରିଥିଲେ। ପ୍ରସିଦ୍ଧ କବି ହରିବଂଶ ରାୟ ବଚ୍ଚନଙ୍କ ସୁପୁତ୍ର ଅମିତାଭ ବଚ୍ଚନ ଅଭିନୟ ଜୀବନ ଆରମ୍ଭ କରିଥିଲେ ‘ସାତ ହିନ୍ଦୁସ୍ତାନୀ’ ଫିଲ୍ମରୁ। ତେବେ ଏହି ଫିଲ୍ମ ସଫଳ ହୋଇ ନ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବଲିଉଡରେ ବହୁ ହିଟ୍ ଫିଲ୍ମ ଦେଇଥିଲେ ଅମିତାଭ। ନିଜର କଣ୍ଠର ଯାଦୁ ପାଇଁ ଦର୍ଶକ ତଥା ଶ୍ରୋତାଙ୍କ ନିକଟରେ ସ୍ୱତନ୍ତ୍ର […]

author-image
Rakesh Mallick
ଅଦ୍ୟତନ ହୋଇଛି
୭୩ ବର୍ଷରେ  ଅମିତାଭ

wbjh

ଭୁବନେଶ୍ୱର: ୭୩ବର୍ଷରେ ପଦାର୍ପଣ କରିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ୧୧ ଅକ୍ଟୋବର ୧୯୪୨ରେ ଅମିତାଭ ଜନ୍ମଗ୍ରହଣ କରିଥିଲେ। ପ୍ରସିଦ୍ଧ କବି ହରିବଂଶ ରାୟ ବଚ୍ଚନଙ୍କ ସୁପୁତ୍ର ଅମିତାଭ ବଚ୍ଚନ ଅଭିନୟ ଜୀବନ ଆରମ୍ଭ କରିଥିଲେ ‘ସାତ ହିନ୍ଦୁସ୍ତାନୀ’ ଫିଲ୍ମରୁ। ତେବେ ଏହି ଫିଲ୍ମ ସଫଳ ହୋଇ ନ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବଲିଉଡରେ ବହୁ ହିଟ୍ ଫିଲ୍ମ ଦେଇଥିଲେ ଅମିତାଭ। ନିଜର କଣ୍ଠର ଯାଦୁ ପାଇଁ ଦର୍ଶକ ତଥା ଶ୍ରୋତାଙ୍କ ନିକଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅମିତାଭ। ଅଗ୍ନିପଥ ସିନେମାରେ ଡାଏଲଗ ଡେଲିଭରି ତାଙ୍କ ପାଇଁ ଭିନ୍ନ ଏକ ପରିଚୟ ସୃଷ୍ଟି କରିଥିଲା। ‘କୌନ ବନେଗା କରୋଡ ପତି’ରେ ଅମିତାଭ ଜଣେ ଉପସ୍ଥାପକ ଭାବେ ଅତି ନିଖୁଣ ଉପସ୍ଥାପନ କରିଥିଲେ। ତାଙ୍କ ଜନ୍ମ ଦିନରେ ତାଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା।

Advertisment

ଅମିତାଭଙ୍କୁ  ନିଆର ଢ଼ଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ  ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏକ ବାଲୁକା କଳା ମାଧ୍ୟମରେ ସେ ଅମିତାଭଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ୫ ଟନ୍ ବାଲିରେ ନିର୍ମିତ ଏହି ବାଲୁକା କଳାରେ ଅମିତାଭଙ୍କ ମୁଖମଣ୍ଡଳ ଶୋଭାପାଉଛି। ରଙ୍ଗିନ ବାଲୁକାକଳାରେ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଛି। ଅମିତାଭଙ୍କ ଫ୍ୟାନମାନେ ପର୍ଯ୍ୟଟନକ୍ଷେତ୍ର ପୁରୀ ବେଳାଭୂମିରୁ ଶୁଭକାମନା ବାର୍ତ୍ତା ମଧ୍ୟ ଜଣାଇଛନ୍ତି।