/odisha-reporter/media/post_attachments/uploads/2016/02/gote-sua-gote-sari1.jpg)
gote sua-gote-sari
ଭୁବନେଶ୍ୱର: ଆଜି ରିଲିଜ୍ ହୋଇଛି ଓଲିଉଡର ସୁପରହିଟ୍ ଯୋଡି ଅନୁଭବ-ବର୍ଷା ଅଭିନୀତ ଫିଲ୍ମ ‘ଗୋଟେ ଶୁଆ ଗୋଟେ ଶାରୀ’। ଏକା ସାଙ୍ଗରେ ଓଡ଼ିଶାର ୯୦ଟି ହଲରେ ରିଲିଜ୍ ହୋଇଛି ଏହି ଫିଲ୍ମ। ଏଥିରେ ଅନୁଭବ-ବର୍ଷାଙ୍କ ରୋମାନ୍ସ ସହ ଇମୋସନ୍,ଆକ୍ସନ୍ ଓ ଫ୍ୟାମିଲି ଡ୍ରାମା ଭରପୂର ରହିଛି। ଏହି ଫିଲ୍ମଟି ମା’ ତାରିଣୀ ଫିଲ୍ମ ପ୍ରଡକ୍ସନର ଷଷ୍ଠ ଅବଦାନ। ଏହି ଫିଲ୍ମକୁ ନିରଞ୍ଜନ ରଣା ପ୍ରଯୋଜନା ଦେଇଥିବା ବେଳେ କାହାଣୀ ଲେଖିଛନ୍ତି ଗୀତଞ୍ଜଳି ରଣା। ଏହି ଫିଲ୍ମରେ କାର୍ଯ୍ୟକାରୀ ପ୍ରଯୋଜକ ଭାବେ ରହିଛନ୍ତି ଅଭିଜିତ ରଣା। ଏଥିରେ ସଙ୍ଗୀତ ଦେଇଛନ୍ତି ପ୍ରେମ ଆନନ୍ଦ ଓ ରବି ନାରାୟଣ ନନ୍ଦ। ଏହି ଫିଲ୍ମକୁ ମୃତ୍ୟୁଞ୍ଜୟ ସାହୁ ନିର୍ଦ୍ଦେଶନା ଦେଇଥିବା ବେଳେ ସଂଳାପ ଲେଖିଛନ୍ତି ଡଃ ନିର୍ମଳ ନାୟକ।
Advertisment
ପୂର୍ବରୁ ଅନେକ ହିଟ୍ ମୁଭି ଦେଇଥିବା ବର୍ଷା ଓ ଅନୁଭବଙ୍କ ଯୋଡ଼ି ଏହି ଫିଲ୍ମରେ ମଧ୍ୟ ସଫଳତା ପାଇବେ ବୋଲି ଆଶା କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
