Advertisment

ଆଜି ଗଜଲ୍ ସମ୍ରାଟ ଜଗଜୀତ ସିଂଙ୍କ ଜୟନ୍ତୀ

ମୁମ୍ୱାଇ: ଗଜଲ ସମ୍ରାଟ ଜଗଜୀତ୍ ସିଂଙ୍କ ଆଜି ଜନ୍ମ ଦିନ। ୧୯୪୧ ମସିହା ଫେବୃଆରୀ ୮ ତାରିଖରେ ରାଜସ୍ଥାନର ଶ୍ରୀଗଙ୍ଗନଗରରେ ସେ ଜନ୍ମ ଗ୍ରହଣ କରିଥିଲେ। ପିଲାଟି ଦିନରୁ ସେ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲେ।  ପତ୍ନୀ ଚିତ୍ରା ସିଂଙ୍କ ସହ ମିଳିତ ଭାବେ ଗାଇଥିବା ଗୀତ ୧୯୭୦ ଓ ୮୦ ଦଶକରେ ବେଶ୍ ଲୋକପ୍ରିୟ ହୋଇଥିଲା। ‘ଆର୍ଥ’, ‘ସାଥ୍‌ ସାଥ୍‌’ରେ ଉଭୟ ଗାଇଥିବା  ଗୀତ ସେ ସମୟରେ ସର୍ବାଧିକ ବିକ୍ରି ହୋଇଥିବା ଆଲବମ୍‌ର ମାନ୍ୟତା ପାଇଥିଲା। […]

author-image
Rakesh Mallick
ଅଦ୍ୟତନ ହୋଇଛି
ଆଜି ଗଜଲ୍ ସମ୍ରାଟ ଜଗଜୀତ ସିଂଙ୍କ ଜୟନ୍ତୀ

Jagjit-Singh

ମୁମ୍ୱାଇ: ଗଜଲ ସମ୍ରାଟ ଜଗଜୀତ୍ ସିଂଙ୍କ ଆଜି ଜନ୍ମ ଦିନ। ୧୯୪୧ ମସିହା ଫେବୃଆରୀ ୮ ତାରିଖରେ ରାଜସ୍ଥାନର ଶ୍ରୀଗଙ୍ଗନଗରରେ ସେ ଜନ୍ମ ଗ୍ରହଣ କରିଥିଲେ। ପିଲାଟି ଦିନରୁ ସେ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲେ।  ପତ୍ନୀ ଚିତ୍ରା ସିଂଙ୍କ ସହ ମିଳିତ ଭାବେ ଗାଇଥିବା ଗୀତ ୧୯୭୦ ଓ ୮୦ ଦଶକରେ ବେଶ୍ ଲୋକପ୍ରିୟ ହୋଇଥିଲା।

Advertisment

‘ଆର୍ଥ’, ‘ସାଥ୍‌ ସାଥ୍‌’ରେ ଉଭୟ ଗାଇଥିବା  ଗୀତ ସେ ସମୟରେ ସର୍ବାଧିକ ବିକ୍ରି ହୋଇଥିବା ଆଲବମ୍‌ର ମାନ୍ୟତା ପାଇଥିଲା।

ସେ ହିନ୍ଦୀ ବ୍ୟତୀତ ଅନ୍ୟ ଭାଷାରେ ମଧ୍ୟ ଅନେକ ଗୀତ ଗାଇଛନ୍ତି। ‘ହୋ ଠୋଁ ସେ ଛୁଁ ଲୋ ତୁମ୍’,’ଚିଠି ନା କୋଇ ସନ୍ଦେଶ’, ‘ଝୁକି ଝୁକିସି ନଜର’, ‘ୱୋ ତୁଟେ ଫୁଲ’ ପରି କେତେକ ଗଜଲ୍ ଶ୍ରୋତଙ୍କ ନିକଟରେ ବେଶ୍ ଆଦୃତ ହୋଇଥିଲା। ନିଜର ଅଧିକାଂଶ ଗଜଲ ଜଗଜିତ୍ ନିଜେ କମ୍ପୋଜ୍ କରୁଥିଲେ।

Advertisment

୨୦୦୩ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ଏପରି ତାଙ୍କ ସମ୍ମାନରେ ସରକାର ୨୦୧୪ ଫେବୃଆରୀରେ ଡାକ ଟିକଟ ପ୍ରଚଳନ କରିଥିଲେ।

୭୦ ବର୍ଷ ବୟସରେ ୨୦୧୧ ଅକ୍ଟୋବର ୧୦ରେ ଏହି ଗଜଲ ସମ୍ରାଟଙ୍କ ପରଲୋକ ହୋଇଥିଲା।