ପାରସ୍‌ଙ୍କ ପୋଲ୍‌ ଖୋଲିଲେ ଗର୍ଲଫ୍ରେଣ୍ଡ ଆକାଂକ୍ଷା

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ର ଗତ ‘ୱିକେଣ୍ଡ କା ବାର୍‌’ ଏପିସୋଡ୍‌ ବେଶ୍ ମଜାଦାର୍‌ ଥିଲା। କାରଣ ଏହି ଏପିସୋଡ୍‌ରେ ଶୋ’ର ହୋଷ୍ଟ ସଲ୍‌ମାନ୍‌ ଖାନ୍‌ ଘରର ସଦସ୍ୟ ପାରସ୍‌ ଛାବ୍ରାଙ୍କର କ୍ଲାସ୍‌ ନେଇଥିଲେ। ଶୋ’ରେ ମାହିରା ଶର୍ମାଙ୍କ ସହ ଅତି ଅନ୍ତରଙ୍ଗ ହେଉଥିବାରୁ ସଲ୍‌ମାନ୍‌ ତାଙ୍କୁ ଗାଳି ଦେଇଥିଲେ। ଆଉ ଗାଳି ଶୁଣିବା ପରେ ପାରସ୍ କହିଥିଲେ ଯେ ଘର ବାହାରେ ଥିବା ତାଙ୍କ ଗର୍ଲଫ୍ରେଣ୍ଡ ଆକାଂକ୍ଷା ପୁରୀଙ୍କ ସହ ତାଙ୍କ ସମ୍ପର୍କ କିଛି ଠିକ୍‌ […]

paras-chabra

Chinmayee Roy
  • Published: Monday, 20 January 2020
  • , Updated: 20 January 2020, 01:25 PM IST

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ର ଗତ ‘ୱିକେଣ୍ଡ କା ବାର୍‌’ ଏପିସୋଡ୍‌ ବେଶ୍ ମଜାଦାର୍‌ ଥିଲା। କାରଣ ଏହି ଏପିସୋଡ୍‌ରେ ଶୋ’ର ହୋଷ୍ଟ ସଲ୍‌ମାନ୍‌ ଖାନ୍‌ ଘରର ସଦସ୍ୟ ପାରସ୍‌ ଛାବ୍ରାଙ୍କର କ୍ଲାସ୍‌ ନେଇଥିଲେ। ଶୋ’ରେ ମାହିରା ଶର୍ମାଙ୍କ ସହ ଅତି ଅନ୍ତରଙ୍ଗ ହେଉଥିବାରୁ ସଲ୍‌ମାନ୍‌ ତାଙ୍କୁ ଗାଳି ଦେଇଥିଲେ। ଆଉ ଗାଳି ଶୁଣିବା ପରେ ପାରସ୍ କହିଥିଲେ ଯେ ଘର ବାହାରେ ଥିବା ତାଙ୍କ ଗର୍ଲଫ୍ରେଣ୍ଡ ଆକାଂକ୍ଷା ପୁରୀଙ୍କ ସହ ତାଙ୍କ ସମ୍ପର୍କ କିଛି ଠିକ୍‌ ନାହିଁ। ତେଣୁ ସେ ତାଙ୍କ ସହ ବ୍ରେକ୍‌ଅପ୍‌ କରିବାକୁ ଚାହୁଁଛନ୍ତି।

https://www.instagram.com/p/BzxkXSnFXX0/?utm_source=ig_web_copy_link

ପାରସ୍‌ ଟେଲିଭିଜନ୍‌ରେ ଖୋଲାଖୋଲି ଏଭଳି ମନ୍ତବ୍ୟ ଦେବା ପରେ ତାଙ୍କ ଗର୍ଲଫ୍ରେଣ୍ଡ ଆକାଂକ୍ଷା ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। କିନ୍ତୁ ସେ ପୂରା ଓଲଟା କଥା କହିଛନ୍ତି। ସେ କହିଛନ୍ତି ଯେ ପାରସ୍‌ ‘ବିଗ୍‌ ବସ୍‌’ ଘରୁ ବାହାରିବା ପରେ ତାଙ୍କ ସହ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ସେ ତାଙ୍କୁ ବିବାହ ପୂର୍ବରୁ କ୍ୟାରିୟର୍‌ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।

ଆକାଂକ୍ଷା ଆହୁରି କହିଛନ୍ତି ଯେ ପାରସ୍‌ ଓ ସେ ୨୦୨୦ରେ ହିଁ ବିବାହ କରିବାକୁ ଯୋଜନା କରିଥିଲେ। ହେଲେ ଏବେ ସେ ଏଇ ବାହାଘର ବିଷୟରେ କିଛି ବି କହିପାରିବେ ନାହିଁ। କାରଣ ସେ ପାରସ୍‌ଙ୍କ ଅପେକ୍ଷାରେ ଅଛନ୍ତି।  ‘ବିଗ୍‌ ବସ୍‌’ ଘରୁ ସେ କେବେ ବାହାରକୁ ଆସିବେ, ତାକୁ ହିଁ ସେ ଅପେକ୍ଷା କରିଛନ୍ତି।

https://www.instagram.com/p/BxCEgjuFu9q/?utm_source=ig_web_copy_link

ସୂଚନାଯୋଗ୍ୟ, ପାରସ୍‌ଙ୍କ ସହ ସଂପର୍କକୁ ନେଇ ଅନେକ କଥା ସ୍ପଷ୍ଟ ହେବାକୁ ଚାହୁଁଛନ୍ତି ଆକାଂକ୍ଷା। କାରଣ ଗତ ‘ୱିକେଣ୍ଡ କା ବାର୍‌’ ଏପିସୋଡ୍‌ରେ ପାରସ୍‌ କହିଥିଲେ ଯେ ଆକାଂକ୍ଷା ଜୋର୍‌ଜବରଦସ୍ତ ତାଙ୍କ ପଛରେ ପଡ଼ିଛନ୍ତି। ତେବେ ସେ ତାଙ୍କ ସହ ରହିବାକୁ ଚାହାନ୍ତି ନାହିଁ। ତାଙ୍କର ଏଭଳି ମନ୍ତବ୍ୟ ଆକାଂକ୍ଷା ବହୁତ ବାଧିଛି।

https://www.instagram.com/tv/B7dc-jogox4/?utm_source=ig_web_copy_link

Related story