ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିକାଲି କଳାକାରମାନେ ତାଙ୍କ ପ୍ରଶଂସକମାନଙ୍କ ସହ ଯୋଗାଯୋଗ କରିବାର ଏକ ମାଧ୍ୟମ ବାହାର କରିଛନ୍ତି। ସେ ବଲିଉଡ୍ କଳାକର ହୁଅନ୍ତୁ ଅବା ଓଲିଉଡ୍ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ସିନେଷ୍ଟାରମାନେ ଦର୍ଶକଙ୍କୁ ମନୋରଞ୍ଜନ କରିବାର ଚେଷ୍ଟା କରୁଛନ୍ତି। ନିକଟରେ ବଲିଉଡ୍ ଅଭିନେତ୍ରୀ ଆଲିୟା ଭଟ୍ଟ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଥିବା ବେଳେ ଏବେ ଓଲିଉଡ ଅଭିନେତା ଆକାଶ ଦାସନାୟକ ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଛନ୍ତି। ଯାହାର ନାଁ ରହିଛି ‘ଆକାଶ ଇନ୍ସ୍ପାୟାରସ୍’। ଏହି ଚ୍ୟାନେଲ୍ ମାଧ୍ୟମରେ ଆକାଶ ନିଜ ଦୈନନ୍ଦିନ ଜୀବନର ଅନୁଭୂତି ବାଣ୍ଟିବା ସହ ବିଭିନ୍ନ ପ୍ରେରଣାଦାୟକ କାହାଣୀ ମଧ୍ୟ ଶେଆର କରୁଛନ୍ତି।
ଗତ ମାସ ୧୫ତାରିଖରେ ଆକାଶ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ରେ ପ୍ରଥମ ଭିଡିଓ ଶେଆର କରିଥିଲେ। ଏହି ଭିଡିଓରେ ସେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ଆଗକୁ ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ଭିଡିଓ ଶେଆର କରିବେ ବୋଲି କହିଥିଲେ।
ତେବେ ଓଲିଉଡ୍ରେ ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀଙ୍କ ସମେତ ବିଭିନ୍ନ ଗାୟକମାନଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Bollywood
ଭାରତର ଧନୀ ଅଭିନେତ୍ରୀ କିଏ? ମିସ ଇଣ୍ଡିଆ ଜିତିବା ପରେ ବଲିଉଡରେ କରିଥିଲେ ଏଣ୍ଟ୍ରୀ
ଆପଣ ଭାବୁଥିବେ ସେ ନିଶ୍ଚିତ ଦୀପିକା ପାଦୁକୋନ, କରିନା କପୁର କିମ୍ବା ଆଲିଆ ଭଟ୍ଟ ହୋଇଥିବେ। କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଭୁଲ।

Entertainment
ଉତ୍ତମ ମହାନ୍ତି: ଉତ୍ତମ ଅଭିନେତା, ଉତ୍ତମ ମଣିଷ
ଉତ୍ତମ ମହାନ୍ତିଙ୍କ ଅବର୍ତ୍ତମାନରେ ସମସ୍ତେ ତାଙ୍କୁ ଝୁରି ହେଉଛନ୍ତି।

Bollywood
ପତ୍ନୀ ସୁନୀତାଙ୍କ ଠାରୁ ଅଲଗା ହେବେ ସୁପରଷ୍ଟାର ଗୋବିନ୍ଦା!
ବେଶ କିଛି ମାସ ହେଲାଣି ଗୋବିନ୍ଦା ଓ ସୁନୀତା ଅଲଗା ରହୁଛନ୍ତି। ସେମାନଙ୍କ ମଧ୍ୟରେ ଆଗ ଭଳି ଆଉ କୌଣସି ସମ୍ପର୍କ ନାହିଁ।

National
କଳ୍ପନାକୁ ବାସ୍ତବ ରୂପ ଦିଅନ୍ତୁ
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଏଭିଟିଆର ମେଟା ଲ୍ୟାବ୍ସ ଦ୍ୱାରା ଆୟୋଜିତ ଏଆଇ ଅବତାର କ୍ରିଏଟର ଚ୍ୟାଲେଞ୍ଜ, ଉଦ୍ଭାବନକାରୀମାନଙ୍କୁ ଏଆଇ ଅବତାରର ଅସୀମ ସମ୍ଭାବନା ଅନୁସନ୍ଧାନ କରିବାକୁ ଆମନ୍ତ୍ରଣ କରୁଛି। ବର୍ତ୍ତମାନ ସୁଦ୍ଧା ୧୦୨ ଜଣ ଅନ୍ତର୍ଜାତୀୟ ପ୍ରତିଯୋଗୀଙ୍କୁ ମିଶାଇ ମୋଟ ୧୨୫୧ ଜଣ ପ୍ରତିଯୋଗୀ ପଞ୍ଜୀକରଣ କରିଛନ୍ତି।

Guest Column
ନାରୀ ଫିଲ୍ମ ଲାଗି ‘ମସଲା’ ନୁହେଁ, ସେ ସ୍ୱାଭିମାନୀ ଓ ସମ୍ମାନୀ ମଣିଷ
ଫିଲ୍ମ ‘ଲାଲପାନ ବିବିର ସ୍ମାର୍ଟ ଫ୍ୟାମିଲି’ ଟିଭିରେ ଦେଖୁଥିଲି। ଏହାର କଥାବସ୍ତୁ ଅମିତାଭ ବଚନ-ହେମା ମାଳିନୀଙ୍କ ଅଭିନୀତ ‘ବାଗୱାନ’ ଓ ରାଜେଶ ଖାନ୍ନା-ଶାବନା ଆଜମିଙ୍କ ‘ଅବତାର’ ସହିତ ସମାନ ହୋଇଥିଲେ ମଧ୍ୟ ବେଶ ଉନ୍ନତ। ମହିଳାଙ୍କ ନିଷ୍ପତ୍ତିକୁ ଏହି ଫିଲ୍ମରେ ଯେତେ ଗୁରୁତ୍ଵ ଦିଆଯାଇଛି ସେଭଳି ଗୁରୁତ୍ଵ ‘ଅବତାର’ ଓ ‘ବାଗୱାନ’ରେ ନାହିଁ।