Advertisment

ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲିଲେ ଆକାଶ: ଶେଆର କରୁଛନ୍ତି ପ୍ରେରଣାଦାୟକ କାହାଣୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିକାଲି କଳାକାରମାନେ ତାଙ୍କ ପ୍ରଶଂସକମାନଙ୍କ ସହ ଯୋଗାଯୋଗ କରିବାର ଏକ ମାଧ୍ୟମ ବାହାର କରିଛନ୍ତି। ସେ ବଲିଉଡ୍‌ କଳାକର ହୁଅନ୍ତୁ ଅବା ଓଲିଉଡ୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ମାଧ୍ୟମରେ ସିନେଷ୍ଟାରମାନେ ଦର୍ଶକଙ୍କୁ ମନୋରଞ୍ଜନ କରିବାର ଚେଷ୍ଟା କରୁଛନ୍ତି। ନିକଟରେ ବଲିଉଡ୍‌ ଅଭିନେତ୍ରୀ ଆଲିୟା ଭଟ୍ଟ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲିଥିବା ବେଳେ ଏବେ ଓଲିଉଡ ଅଭିନେତା ଆକାଶ ଦାସନାୟକ ନିଜର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲିଛନ୍ତି। ଯାହାର ନାଁ ରହିଛି ‘ଆକାଶ ଇନ୍‌ସ୍ପାୟାରସ୍‌’। ଏହି ଚ୍ୟାନେଲ୍‌ ମାଧ୍ୟମରେ […]

ଅଦ୍ୟତନ ହୋଇଛି
ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲିଲେ ଆକାଶ: ଶେଆର କରୁଛନ୍ତି ପ୍ରେରଣାଦାୟକ କାହାଣୀ

akash

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିକାଲି କଳାକାରମାନେ ତାଙ୍କ ପ୍ରଶଂସକମାନଙ୍କ ସହ ଯୋଗାଯୋଗ କରିବାର ଏକ ମାଧ୍ୟମ ବାହାର କରିଛନ୍ତି। ସେ ବଲିଉଡ୍‌ କଳାକର ହୁଅନ୍ତୁ ଅବା ଓଲିଉଡ୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ମାଧ୍ୟମରେ ସିନେଷ୍ଟାରମାନେ ଦର୍ଶକଙ୍କୁ ମନୋରଞ୍ଜନ କରିବାର ଚେଷ୍ଟା କରୁଛନ୍ତି। ନିକଟରେ ବଲିଉଡ୍‌ ଅଭିନେତ୍ରୀ ଆଲିୟା ଭଟ୍ଟ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲିଥିବା ବେଳେ ଏବେ ଓଲିଉଡ ଅଭିନେତା ଆକାଶ ଦାସନାୟକ ନିଜର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲିଛନ୍ତି। ଯାହାର ନାଁ ରହିଛି ‘ଆକାଶ ଇନ୍‌ସ୍ପାୟାରସ୍‌’। ଏହି ଚ୍ୟାନେଲ୍‌ ମାଧ୍ୟମରେ ଆକାଶ ନିଜ ଦୈନନ୍ଦିନ ଜୀବନର ଅନୁଭୂତି ବାଣ୍ଟିବା ସହ ବିଭିନ୍ନ ପ୍ରେରଣାଦାୟକ କାହାଣୀ ମଧ୍ୟ ଶେଆର କରୁଛନ୍ତି।

Advertisment

ଗତ ମାସ ୧୫ତାରିଖରେ ଆକାଶ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ପ୍ରଥମ ଭିଡିଓ ଶେଆର କରିଥିଲେ। ଏହି ଭିଡିଓରେ ସେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ଆଗକୁ ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ଭିଡିଓ ଶେଆର କରିବେ ବୋଲି କହିଥିଲେ।

ତେବେ ଓଲିଉଡ୍‌ରେ ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀଙ୍କ ସମେତ ବିଭିନ୍ନ ଗାୟକମାନଙ୍କର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe