Advertisment

ସରିଲା ଆକାଶ-ଶ୍ଲୋକାଙ୍କ ବିବାହ: ଅମ୍ବାନୀ ପରିବାର ସହ ଠୁମ୍‌କା ଲଗାଇଲେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ: ଆକାଶ ଅମ୍ବାନୀ ଏବଂ ଶ୍ଲୋକା ମେହେଟ୍ଟାଙ୍କର ବିବାହର ସମ୍ପନ୍ନ ହୋଇଛି। ଏହି ବିବାହର ଦେଶ ବିଦେଶର ନାମୀଦାମୀ ବ୍ୟକ୍ତି ଆସି ଯୋଗଦେଇଥିଲେ। ବିଶିଷ୍ଟ ଉଦ୍ୟୋଗପତିଙ୍କ ଠାରୁ ଆରମ୍ଭ କରି ବଲିଉଡ୍‌ର  ଅନେକ ନୂଆପୁରୁଣା ଚହେରା ଦେଖିବାକୁ ମିଳିଲା। ଏହି ହାଇପ୍ରୋଫାଇଲ୍‌ ବିବାହରେ ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନୀ ବ୍ଲେଆରଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଥିଲା। #AkashAmbani pays his respects to his grandfather, Late Dhirubhai Ambani, ahead of his big wedding. pic.twitter.com/XohK9yGVbb […]

author-image
Biswobandita Swain
ସରିଲା ଆକାଶ-ଶ୍ଲୋକାଙ୍କ ବିବାହ: ଅମ୍ବାନୀ ପରିବାର ସହ ଠୁମ୍‌କା ଲଗାଇଲେ ବଲିଉଡ୍‌ ସେଲିବ୍ରିଟି

800208-akash-shloka-wedding

ମୁମ୍ବାଇ: ଆକାଶ ଅମ୍ବାନୀ ଏବଂ ଶ୍ଲୋକା ମେହେଟ୍ଟାଙ୍କର ବିବାହର ସମ୍ପନ୍ନ ହୋଇଛି। ଏହି ବିବାହର ଦେଶ ବିଦେଶର ନାମୀଦାମୀ ବ୍ୟକ୍ତି ଆସି ଯୋଗଦେଇଥିଲେ। ବିଶିଷ୍ଟ ଉଦ୍ୟୋଗପତିଙ୍କ ଠାରୁ ଆରମ୍ଭ କରି ବଲିଉଡ୍‌ର  ଅନେକ ନୂଆପୁରୁଣା ଚହେରା ଦେଖିବାକୁ ମିଳିଲା। ଏହି ହାଇପ୍ରୋଫାଇଲ୍‌ ବିବାହରେ ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନୀ ବ୍ଲେଆରଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଥିଲା।

Advertisment

https://twitter.com/GetINdotcom/status/1104350303283929089

ବିବାହ  ରାଜକୀୟ ଠାଣିରେ ହୋଇଥିଲା। ଧଳା ସେରୱାନୀରେ ବର ବେଶରେ ଆକାଶ ବେଶ୍ ହ୍ୟାଣ୍ଡସମ୍‌ ଲାଗୁଥିବା ବେଳେ ଲାଲ୍‌ ଶାଢୀରେ ଶ୍ଲୋକା ମଧ୍ୟ ବେଶ୍‌ ସୁନ୍ଦର ଲାଗୁଥିଲେ। ବିବାହରେ ଯୋଗ ଦେଇଥିବା ଅତିଥି ମାନଙ୍କୁ ମଜାମସ୍ତି କରିବାର ଦେଖିବାକୁ ମିଳିଥିଲା।

ରଣବୀର କପୁର, ଶାହାରୁଖଙ୍କ ଠାରୁ ଆରମ୍ଭ କରି ଏବଂ କରନ୍‌ ଜୋହରଙ୍କ ପର୍ଯ୍ୟନ୍ତ ସମସ୍ତେ ବରଯାତ୍ରୀ ସମୟରେ ଅମ୍ବାନୀ ପରିବାର ସହ  ଅଣ୍ଟା ହଲାଇବାକୁ ଭୁଲିନଥିଲେ।

Advertisment

https://twitter.com/GetINdotcom/status/1104405902486990849

ସୂଚନା ଅନୁଯାୟୀ, ବିବାହ ଆରମ୍ଭ ପୂର୍ବରୁ ଆକାଶ ତାଙ୍କ ଜେଜେବାପା ସ୍ୱର୍ଗତ ଧୀରୁଭାଇ ଅମ୍ବାନୀ ଏବଂ ଅଜାଙ୍କ ଫଟୋରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଗତକାଲି ବିବାହ ସରିବା ପରେ ଆଜି  ସ୍ପେସିଆଲ୍‌ ରିସେପ୍‌ସନ୍‌ ରହିଛି। ଏହି ରିସେପ୍‌ସନ୍‌ର ଖାସ୍‌ ଆକର୍ଷଣ ହେଉଛି ଏକ ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌ କମ୍‌ ଡ୍ୟାନ୍ସ ଶୋ। ଯେଉଁଥିରେ ୱାଟର ଫାଉଣ୍ଟେନ୍‌ର ରଙ୍ଗବେରଙ୍ଗ ମୁଭ୍‌ମେଣ୍ଟ ଦେଖିବାକୁ ମିଳିବ।