Advertisment

ଆଖି ବୁଜିଲେ ଆଦେଶ

ଭୁବନେଶ୍ୱର: ବଲିଉଡରେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଆଦେଶ ଶ୍ରୀବାସ୍ତବଙ୍କ ୫୧ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଦୀର୍ଘ ଦିନ ଧରି ସେ କ୍ୟାନସରରେ ପୀଡ଼ିତ ଥିଲେ।  ତାଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ନବେ ଦଶକରେ ବଲିଉଡରେ ଯେତେବେଳେ ରୋମାଣ୍ଟିକ ଗୀତର ଧାରା ଜୋର୍ ଧରିଥିଲା ସେହି ସମୟରେ  ଗାୟକରୁ ସଙ୍ଗୀତ ନିର୍ଦ୍ଦେଶକ ବନିଥିବା ଆଦେଶ ଶ୍ରୀବାସ୍ତବଙ୍କର ଆବିର୍ଭାବ ଘଟିଥିଲା । ୧୯୯୪ର ‘ହାତୋ ମେ ଆଗାୟା ଜୋ କଲ୍ ରୁମାଲ ଆପକା’ ଗୀତ ତାଙ୍କୁ […]

ଆଖି ବୁଜିଲେ ଆଦେଶ

adesh sribastaba

Advertisment

adesh sribastabaଭୁବନେଶ୍ୱର: ବଲିଉଡରେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଆଦେଶ ଶ୍ରୀବାସ୍ତବଙ୍କ ୫୧ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଦୀର୍ଘ ଦିନ ଧରି ସେ କ୍ୟାନସରରେ ପୀଡ଼ିତ ଥିଲେ।  ତାଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ନବେ ଦଶକରେ ବଲିଉଡରେ ଯେତେବେଳେ ରୋମାଣ୍ଟିକ ଗୀତର ଧାରା ଜୋର୍ ଧରିଥିଲା ସେହି ସମୟରେ  ଗାୟକରୁ ସଙ୍ଗୀତ ନିର୍ଦ୍ଦେଶକ ବନିଥିବା ଆଦେଶ ଶ୍ରୀବାସ୍ତବଙ୍କର ଆବିର୍ଭାବ ଘଟିଥିଲା । ୧୯୯୪ର ‘ହାତୋ ମେ ଆଗାୟା ଜୋ କଲ୍ ରୁମାଲ ଆପକା’ ଗୀତ ତାଙ୍କୁ ଆଣି ଦେଇଥିଲା ପ୍ରଥମ ସଫଳତା। ‘କ୍ୟା ଆଦା କ୍ୟା ଜଲ୍ୱା ତେରେ ପାରୋ’ ମେଲୋଡି ସହ ମସ୍ତିକୁ ପରଦାରେ ରୂପ ଦେଇ ସେ ପାଲଟିଥିଲେ ଯୁବପିଢିଙ୍କ ପସନ୍ଦ। ଆଦେଶଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଫିଲ୍ମ ‘ମେଜର ସାବ’ରେ ‘ସୋନା ସୋନା’ ଡ୍ୟାନ୍ସ ନମ୍ୱରଟି ବିଗ ବି'ଙ୍କ କ୍ୟାରିୟରକୁ ସେତେବେଳେ ଏକ ନୂଆ ମୋଡ ଦେଇଥିଲା । କରନ୍ ଜୋହରଙ୍କ ‘କଭି ଖୁସି କଭି ଗମ୍’ ମ୍ୟୁଜିକାଲ ହିଟ୍ କରାବାର ଶ୍ରେୟ ଆଦେଶଙ୍କ ସଙ୍ଗୀତକୁ ହିଁ ଯିବ। ସେହିପରି ଫିଲ୍ମ ‘ବାଗବାନ’ରେ ବି’ ବଚ୍ଚନଙ୍କ ଉପରେ ପିକ୍ଚରାଇଜ ହୋଇଥିବା ‘ଚଲି ଚଲି ମେ ଚଲି ଚଲି’  ଗୀତ ସେତେବେଳେ ଯୁବପିଢିଙ୍କୁ କ୍ରେଜି କରିଥିଲା। ଏକାଧାରରେ ଜଣେ ଗାୟକ ଏବଂ ସଙ୍ଗୀତକାର ସହ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକରେ ମଧ୍ୟ ସେ ତାଙ୍କ ପାରଦର୍ଶିତା ଦେଖାଇ ଥିଲେ। ତେବେ ୨୦୧୦ରେ କ୍ୟାନସରରେ ଆକ୍ରାନ୍ତ ହେବା ପରଠାରୁ ସେ ସଙ୍ଗୀତ ଦୁନିଆରୁ ପ୍ରାୟ ଦୂରେଇ ରହିଥିଲେ। ଶେଷରେ ଗତକାଲି ନିଜର  ୫୧ତମ ଜନ୍ମଦିନରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଆଦେଶ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe