Advertisment

ଅକ୍ଷୟଙ୍କୁ ଠେଲି ଦେଲେ ସୋନାକ୍ଷୀ; ଭିଡିଓ ଭାଇରାଲ୍‌

ମୁମ୍ବାଇ: ବଲିଉଡ୍‌ର ଆକ୍ସନ୍‌ ହିରୋ ଅକ୍ଷୟ କୁମାର ଓ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଭଲ ବନ୍ଧୁ ବୋଲି ସମସ୍ତେ ଜାଣନ୍ତି। ତା’ହେଲେ ଏମିତି କ’ଣ ହେଲା ଯେ, ଅକ୍ଷୟଙ୍କୁ ଠେଲି ଦେଲେ ସୋନାକ୍ଷୀ। ସେ ଠେଲି ଦେବାରୁ ଚୌକିରେ ବସି ଗପୁଥିବା ଅକ୍ଷୟ ତଳେ ପଡ଼ି ଯାଇଥିଲେ। ଆଉ ଏହି ଦୃଶ୍ୟ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଛି। ହେଲେ କ’ଣ ପାଇଁ ଅକ୍ଷୟଙ୍କୁ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଲା? ଯେଉଁମାନେ ଭିଡିଓଟି ଦେଖିଥିବେ, ସେମାନେ […]

ଅଦ୍ୟତନ ହୋଇଛି
ଅକ୍ଷୟଙ୍କୁ ଠେଲି ଦେଲେ ସୋନାକ୍ଷୀ;  ଭିଡିଓ ଭାଇରାଲ୍‌

AAEjleD

Advertisment

ମୁମ୍ବାଇ: ବଲିଉଡ୍‌ର ଆକ୍ସନ୍‌ ହିରୋ ଅକ୍ଷୟ କୁମାର ଓ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଭଲ ବନ୍ଧୁ ବୋଲି ସମସ୍ତେ ଜାଣନ୍ତି। ତା’ହେଲେ ଏମିତି କ’ଣ ହେଲା ଯେ, ଅକ୍ଷୟଙ୍କୁ ଠେଲି ଦେଲେ ସୋନାକ୍ଷୀ। ସେ ଠେଲି ଦେବାରୁ ଚୌକିରେ ବସି ଗପୁଥିବା ଅକ୍ଷୟ ତଳେ ପଡ଼ି ଯାଇଥିଲେ। ଆଉ ଏହି ଦୃଶ୍ୟ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଛି। ହେଲେ କ’ଣ ପାଇଁ ଅକ୍ଷୟଙ୍କୁ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଲା? ଯେଉଁମାନେ ଭିଡିଓଟି ଦେଖିଥିବେ, ସେମାନେ ଏହାର ଉତ୍ତର ପାଇ ସାରିଥିବେ। ତା’ହେଲେ ଆସନ୍ତୁ ଜାଣିବା ଘଟଣାଟି କ’ଣ?

Advertisment

ଆପଣମାନେ ଜାଣିଥିବେ, ଅଗଷ୍ଟ ୧୫ ତାରିଖରେ ରିଲିଜ୍ ହେବ ବଲିଉଡ୍ ଫିଲ୍ମ ‘ମିଶନ୍‌ ମଙ୍ଗଲ୍‌’। ଏଥିରେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାରଙ୍କ ସହିତ ବିଦ୍ୟା ବାଲାନ୍‌, ତାପସୀ ପନ୍ନୁ, ସୋନାକ୍ଷୀ ଓ କୀର୍ତ୍ତି କୁହ୍ଲାରି ଅଭିନୟ କରିଛନ୍ତି। ଏବେ ପୂରା ଟିମ୍ ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଅଛି।

akhya ନିକଟରେ ଏକ ସାକ୍ଷାତକାର ସମୟରେ ସୋନାକ୍ଷୀଙ୍କ ପାଖରେ ଅକ୍ଷୟ ବସିଥିଲେ। କଥାବାର୍ତ୍ତା ଚାଲିଥିବା ବେଳେ ଅକ୍ଷୟଙ୍କୁ ହାଲ୍‌କା ଧକ୍କା ଦେଇଥିଲେ ସୋନାକ୍ଷୀ। ତଳେ ପଡ଼ିଯିବା ପରେ ଅକ୍ଷୟ ତାଙ୍କୁ କହିଥିଲେ, ଏ କ’ଣ ହେଉଛି? ଅନ୍ୟମାନେ ସଙ୍ଗେ ସଙ୍ଗେ ଭୟଭୀତ ହୋଇଯିବା ବେଳେ ସୋନାକ୍ଷୀ କହିଥିଲେ, ଯେଉଁମାନେ ମୋତେ ବିରକ୍ତ କରନ୍ତି, ମୁଁ ସେମାନଙ୍କ ସହିତ ଏମିତି କରେ।

Advertisment

ତେବେ ଏହା ଥିଲା ଉଭୟ ସୋନାକ୍ଷୀ ଓ ଅକ୍ଷୟଙ୍କ ପ୍ରିପ୍ଳାନ୍। ଅର୍ଥାତ୍ ପୂର୍ବ ଯୋଜନା ମୁତାବକ ଏହା ଘଟିଥିଲା। ଏ ଘଟଣା ଘଟିବା ପରେ ଏହାର ଖୁଲାସା କରିଥିଲେ ସେଠାରେ ଉପସ୍ଥିତ ତାପସୀ ପନ୍ନୁ। ସେ କହିଥିଲେ, ଦୁହେଁ ଯୋଜନାବଦ୍ଧ ଭାବେ ଏହା କରିଛନ୍ତି। ଆମକୁ ଡରାଇବାକୁ ଦୁହେଁ ଆଗରୁ ଏ ନେଇ କଥା ହୋଇଥିଲେ। ସେଥିପାଇଁ ଏହାର ଭିଡିଓ ରେକର୍ଡ ପ୍ଲାନ୍ ବି କରିଥିଲେ।

ଏହି ଭିଡିଓକୁ ସୋନାକ୍ଷୀ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର କରିଛନ୍ତି। ଭିଡିଓ ଶେଆର କରି ସେ କ୍ୟାପେସନ୍‌ରେ ‘ସୋନା ଆଣ୍ଡ ଅକି ପ୍ରାଙ୍କ’ ଲେଖିଛନ୍ତି।

https://www.instagram.com/p/B09-OSrBYkK/?utm_source=ig_web_button_share_sheet

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe