Advertisment

ରୋହିତ୍‌ଙ୍କ ‘ବ୍ୟାଡ୍‌ ବଏଜ୍‌’ରେ ଅକ୍ଷୟ ଓ ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର୍‌ ଓ ରଣବୀର ସିଂହ ଲଗାତାର ବକ୍ସ ଅଫିସ୍‌ରେ ସୁପରହିଟ୍‌ ଫିଲ୍ମ ଦେଇ ଚାଲିଛନ୍ତି। ତେବେ ଏ ଦୁହିଁଙ୍କୁ ଲିଡ୍ ରୋଲ୍‌ରେ ନେଇ ଏକ ଫିଲ୍ମ କରିବାକୁ ଯୋଜନା କରୁଛନ୍ତି ବଲିଉଡ୍‌ର ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ ରୋହିତ ଶେଟ୍ଟୀ। https://www.instagram.com/p/B72YrwnB_ZP/?utm_source=ig_web_copy_link ସେ ହଲିଉଡ୍‌ ଫିଲ୍ମ ‘ବ୍ୟାଡ୍‌ ବଏଜ୍‌’ର ହିନ୍ଦୀ ରିମେକ୍‌ କରିବାକୁ ଚାହୁଁଛନ୍ତି। ଆଉ ଏଥିପାଇଁ ସେ ନିଜ ପସନ୍ଦର କଳାକାରଙ୍କୁ ଫାଇନାଲ ମଧ୍ୟ କରିସାରିଛନ୍ତି। ନେହା ଧୂପିଆଙ୍କ ଚ୍ୟାଟ୍‌ ଶୋ’ରେ ରୋହିତ […]

ଅଦ୍ୟତନ ହୋଇଛି
ରୋହିତ୍‌ଙ୍କ ‘ବ୍ୟାଡ୍‌ ବଏଜ୍‌’ରେ ଅକ୍ଷୟ ଓ ରଣବୀର

AR

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର୍‌ ଓ ରଣବୀର ସିଂହ ଲଗାତାର ବକ୍ସ ଅଫିସ୍‌ରେ ସୁପରହିଟ୍‌ ଫିଲ୍ମ ଦେଇ ଚାଲିଛନ୍ତି। ତେବେ ଏ ଦୁହିଁଙ୍କୁ ଲିଡ୍ ରୋଲ୍‌ରେ ନେଇ ଏକ ଫିଲ୍ମ କରିବାକୁ ଯୋଜନା କରୁଛନ୍ତି ବଲିଉଡ୍‌ର ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ ରୋହିତ ଶେଟ୍ଟୀ।

Advertisment

https://www.instagram.com/p/B72YrwnB_ZP/?utm_source=ig_web_copy_link

ସେ ହଲିଉଡ୍‌ ଫିଲ୍ମ ‘ବ୍ୟାଡ୍‌ ବଏଜ୍‌’ର ହିନ୍ଦୀ ରିମେକ୍‌ କରିବାକୁ ଚାହୁଁଛନ୍ତି। ଆଉ ଏଥିପାଇଁ ସେ ନିଜ ପସନ୍ଦର କଳାକାରଙ୍କୁ ଫାଇନାଲ ମଧ୍ୟ କରିସାରିଛନ୍ତି। ନେହା ଧୂପିଆଙ୍କ ଚ୍ୟାଟ୍‌ ଶୋ’ରେ ରୋହିତ ଏ ସଂପର୍କରେ ଖୁ଼ଲାସା କରିଥିଲେ। ସେ ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ରଣବୀର ସିଂହ ଓ ଅକ୍ଷୟ କୁମାରଙ୍କୁ ନେବେ ବୋଲି ସ୍ଥିର କରିଛନ୍ତି।publive-image

ଗଣମାଧ୍ୟମକୁ ରୋହିତ କହିଛନ୍ତି ଯେ ‘ବ୍ୟାଡ ବଏଜ୍’ ହେଉଛି ତାଙ୍କ ମନପସନ୍ଦର ଫିଲ୍ମ ମଧ୍ୟରୁ ଗୋଟିଏ। ସେ ୨୦୧୧ରେ ଏହି ଫିଲ୍ମର ରିମେକ୍‌ ତିଆରି କରିବାକୁ ଚାହୁଁଥିଲେ। ହେଲେ ତାହା ସମ୍ଭବ ହୋଇପାରି ନଥିଲା। ତେବେ ଆଗକୁ ସେ ଏହି ଫିଲ୍ମକୁ ନିଶ୍ଚିତ ତିଆରି କରିବେ। ‘ସିଂଘମ୍‌’, ‘ସିଂଘମ୍‌ ୨’ ଓ ‘ସିମ୍ବା’ ପରେ ଏହି ସିରିଜ୍‌ର ନୂଆ ଫିଲ୍ମ ‘ସୂର୍ଯ୍ୟବଂଶୀ’ ନେଇ ଆସୁଛନ୍ତି ରୋହିତ ଶେଟ୍ଟୀ। ଫିଲ୍ମଟି ଚଳିତ ବର୍ଷ ମାର୍ଚ୍ଚ ୨୭ ତାରିଖରେ ରିଲିଜ୍ ହେବ। ଏହି ଫିଲ୍ମରେ ପ୍ରଥମଥର ପାଇଁ ଅକ୍ଷୟ କୁମାର, ଅଜୟ ଦେବଗନ ଓ ରଣବୀର ସିଂହ ଏକାଠି ନଜର ଆସିବେ। ‘ସିଂଘମ୍‌’ ଓ ‘ସିଂଘମ୍‌ ୨’ରେ ଅଜୟ ଲିଡ୍‌ ରୋଲ୍‌ରେ ଥିବା ବେଳେ ‘ସିମ୍ବା’ରେ ରଣବୀର ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ। ‘ସିମ୍ବା’ରେ ଅଜୟ ଦେବଗନ ମଧ୍ୟ ଥିଲେ। ‘ସୂର୍ଯ୍ୟବଂଶୀ’ ଅକ୍ଷୟ କୁମାର ଲିଡ୍ ରୋଲ୍‌ରେ ଅଭିନୟ କରିଛନ୍ତି।

Advertisment

https://www.instagram.com/p/BxHG2RQBBCq/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe