Advertisment

OTT ପ୍ଲାଟଫର୍ମରେ ରିଲିଜ୍ ହେବ 'ଲକ୍ଷ୍ମୀ ବମ୍ବ୍'

ମୁମ୍ବାଇ: କରୋନା ଭାଇରସ୍ ସହ ମୁକାବିଲା ପାଇଁ ଏବେ ଦେଶରେ ଲକଡାଉନ ଚାଲିଛି। ତେଣୁ ଅନ୍ୟ ସବୁ କ୍ଷେତ୍ର ପରି ଫିଲ୍ମ ଇଣ୍ଡଷ୍ଟ୍ରିର ମଧ୍ୟ ଏଥିରେ ବେଶ୍ ପ୍ରଭାବିତ ହୋଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସିନେମା ହଲଗୁଡ଼ିକୁ ବନ୍ଦ ରଖାଯାଇଛି। ତେଣୁ ପ୍ରାୟ ଫିଲ୍ମକୁ ଏବେ OTT ପ୍ଲାଟଫର୍ମରେ ରିଲିଜ୍ କରିଦିଆଯାଉଛି। କିଛିଦିନ ତଳେ ‘ଅଂରେଜୀ ମି଼ଡିୟମ୍’ ଓ ‘ଘୂମକେତୁ’ OTT ପ୍ଲାଟଫର୍ମରେ ରିଲିଜ୍ ହୋଇଯାଇଥିବାବେଳେ ‘ଶକୁନ୍ତଳାଦେବୀ’, ‘ଗୁଲାବୋ ସିତାବୋ’ ଓ ‘ଗୁଞ୍ଜନ ସକ୍ସେନା’ ପରି […]

OTT ପ୍ଲାଟଫର୍ମରେ ରିଲିଜ୍ ହେବ 'ଲକ୍ଷ୍ମୀ ବମ୍ବ୍'

laxmi-boomb

Advertisment

ମୁମ୍ବାଇ: କରୋନା ଭାଇରସ୍ ସହ ମୁକାବିଲା ପାଇଁ ଏବେ ଦେଶରେ ଲକଡାଉନ ଚାଲିଛି। ତେଣୁ ଅନ୍ୟ ସବୁ କ୍ଷେତ୍ର ପରି ଫିଲ୍ମ ଇଣ୍ଡଷ୍ଟ୍ରିର ମଧ୍ୟ ଏଥିରେ ବେଶ୍ ପ୍ରଭାବିତ ହୋଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସିନେମା ହଲଗୁଡ଼ିକୁ ବନ୍ଦ ରଖାଯାଇଛି। ତେଣୁ ପ୍ରାୟ ଫିଲ୍ମକୁ ଏବେ OTT ପ୍ଲାଟଫର୍ମରେ ରିଲିଜ୍ କରିଦିଆଯାଉଛି। କିଛିଦିନ ତଳେ 'ଅଂରେଜୀ ମି଼ଡିୟମ୍' ଓ 'ଘୂମକେତୁ' OTT ପ୍ଲାଟଫର୍ମରେ ରିଲିଜ୍ ହୋଇଯାଇଥିବାବେଳେ 'ଶକୁନ୍ତଳାଦେବୀ', 'ଗୁଲାବୋ ସିତାବୋ' ଓ 'ଗୁଞ୍ଜନ ସକ୍ସେନା' ପରି ଫିଲ୍ମର ରିଲିଜ୍ ମଧ୍ୟ ଏଥିରେ ହେବ ବୋଲି ଘୋଷଣା କରିଦିଆଯାଇଛି। ବର୍ତ୍ତମାନ ଏଥିରେ ସାମିଲ୍ ହୋଇଛି ଅକ୍ଷୟ କୁମାରଙ୍କ ଫିଲ୍ମ 'ଲକ୍ଷ୍ମୀ ବମ୍ବ୍'।

Advertisment

https://twitter.com/akshaykumar/status/1179629976896720896?s=20

ଅକ୍ଷୟଙ୍କ ଏହି ବହୁ ଚର୍ଚ୍ଚିତ ଫିଲ୍ମଟି ପ୍ରଥମେ ମେ 22ରେ ରିଲିଜ୍ କରାଯିବାକୁ ଯୋଜନା ହୋଇଥିଲା। ହେଲେ ମହାମାରୀ କରୋନା ଭାଇରସ୍ ଯୋଗୁ ଚାଲିଥିବା ଲକଡାଉନ୍ ପାଇଁ ଏହାକୁ ଅନଲାଇନ୍ ରିଲିଜ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ହେଲେ ବର୍ତ୍ତମାନ ଫିଲ୍ମର କିଛି କାମ ଅସମ୍ପୂର୍ଣ୍ଣ ରହିଛି, ଯାହାକୁ ପୂରା କରିବା ପାଇଁ ଅନ୍ତତଃ ମାସେ ଲାଗିବ। ତେଣୁ ପ୍ରାୟ ମାସେ ପରେ ଏହାକୁ ଡିଜିଟାଲ୍ ପ୍ଲାଟଫର୍ମ 'ହଟଷ୍ଟାର୍'ରେ ରିଲିଜ୍ କରାଯିବ। ସୂଚନା ମୁତାବକ, ଏଥିପାଇଁ ପ୍ରଥମେ ଫିଲ୍ମର କିଛି ସଦସ୍ୟ ରାଜି ନଥିଲେ। ହେଲେ ଅନ୍ୟ କୌଣସି ଉପାୟ ନ ମିଳିବାରୁ ବର୍ତ୍ତମାନ ସମସ୍ତେ ଏହାର ଅନଲାଇନ୍ ରିଲିଜ୍ ପାଇଁ ରାଜି ହୋଇଛନ୍ତି। ସୂଚନା ଅନୁଯାୟୀ, ଏହି ଫିଲ୍ମଟି OTT ପ୍ଲାଟଫର୍ମରେ 125 କୋଟି ଟଙ୍କାରେ ବିକ୍ରି ହୋଇଛି।

https://www.instagram.com/p/Bw1gLxXABdN/?utm_source=ig_web_copy_link

ସୂଚନାଯୋଗ୍ୟ, ‘ଲକ୍ଷ୍ମୀ ବମ୍ବ’ ଫିଲ୍ମଟି ତାମିଲ୍ ଫିଲ୍ମ ‘କଞ୍ଚନା’ର ରିମେକ୍। ଫିଲ୍ମରେ ଅକ୍ଷୟ ଜଣେ କିନ୍ନର ଭୂତ ଭୂମିକାରେ ଅଭିନୟ କରୁଛନ୍ତି। ଏଥିରେ କିୟାରା ଆଡଭାନୀଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମକୁ ନେଇ ଏହା ବି ଚର୍ଚ୍ଚା ହେଉଛି ଯେ ଏଥିରେ ଅମିତାଭ ବଚ୍ଚନ ମଧ୍ୟ କିନ୍ନର ଭୂତ ଭୂମିକାରେ ଅଭିନୟ କରିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe