Advertisment

ଅକ୍ଷୟଙ୍କ କିନ୍ନର ଲୁକ୍ ଭାଇରାଲ୍‌

ମୁମ୍ବାଇ: ରିଲିଜ୍‌ ହୋଇଯାଇଛି ଖିଲାଡ଼ୀ ଷ୍ଟାର୍‌ ଅକ୍ଷୟ କୁମାର୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଲକ୍ଷୀ ବମ୍ବ’ର ଫାଷ୍ଟ୍‌ ଲୁକ୍‌ର ପୋଷ୍ଟର୍। ସବୁବେଳେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିବା ଅକ୍ଷୟଙ୍କୁ ଏହି ପୋଷ୍ଟର୍‌ରେ କିନ୍ନର ଗେଟ୍‌ଅପ୍‌ରେ ଦେଖିବାକୁ ମିଳିଛି। ତାଙ୍କର ଏହି ଲୁକ୍‌ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେଉଛି। ପୋଷ୍ଟରରେ ଲାଲ୍‌ ଶାଢ଼ି ସହ ମୁଣ୍ଡରେ ଲାଲ୍‌ ବିନ୍ଦି ଲଗାଇ ଅକ୍ଷୟ ବେଶ୍ ପାୱାରଫୁଲ୍‌ ଲାଗୁଛନ୍ତି। ଦର୍ଶକ ତାଙ୍କର ଏହି ଲୁକ୍‌କୁ ବେଶ୍ […]

ଅକ୍ଷୟଙ୍କ କିନ୍ନର ଲୁକ୍ ଭାଇରାଲ୍‌

akhya

Advertisment

ମୁମ୍ବାଇ: ରିଲିଜ୍‌ ହୋଇଯାଇଛି ଖିଲାଡ଼ୀ ଷ୍ଟାର୍‌ ଅକ୍ଷୟ କୁମାର୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଲକ୍ଷୀ ବମ୍ବ’ର ଫାଷ୍ଟ୍‌ ଲୁକ୍‌ର ପୋଷ୍ଟର୍। ସବୁବେଳେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିବା ଅକ୍ଷୟଙ୍କୁ ଏହି ପୋଷ୍ଟର୍‌ରେ କିନ୍ନର ଗେଟ୍‌ଅପ୍‌ରେ ଦେଖିବାକୁ ମିଳିଛି। ତାଙ୍କର ଏହି ଲୁକ୍‌ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେଉଛି।

Advertisment

ପୋଷ୍ଟରରେ ଲାଲ୍‌ ଶାଢ଼ି ସହ ମୁଣ୍ଡରେ ଲାଲ୍‌ ବିନ୍ଦି ଲଗାଇ ଅକ୍ଷୟ ବେଶ୍ ପାୱାରଫୁଲ୍‌ ଲାଗୁଛନ୍ତି। ଦର୍ଶକ ତାଙ୍କର ଏହି ଲୁକ୍‌କୁ ବେଶ୍ ପସନ୍ଦ କରୁଛନ୍ତି। ଅକ୍ଷୟଙ୍କ ଲୁକ୍‌କୁ ଦେଖି ଜଣାପଡ଼ୁଛି ଯେ ଫିଲ୍ମରେ ତାଙ୍କ ଅଭିନୟ ମଧ୍ୟ ଜବରଦସ୍ତ ହୋଇଥିବ।

https://twitter.com/akshaykumar/status/1179629976896720896

ଏହି ପୋଷ୍ଟରଟିକୁ ଅକ୍ଷୟ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ଶେଆର କରି ଲେଖିଛନ୍ତି ଯେ ନବରାତ୍ରୀ ଭଳି ପବିତ୍ର ଅବସରରେ ସେ ତାଙ୍କ ଲକ୍ଷ୍ମୀ ଲୁକ୍‌କୁ ସମସ୍ତଙ୍କ ସହିତ ଶେଆର୍ କରିଛନ୍ତି। ଏହି ଚରିତ୍ରକୁ ନେଇ ସେ ଖୁବ୍ ଉତ୍ସାହିତ ଥିବା ସହ ନର୍ଭସ ବି ଅଛନ୍ତି ବୋଲି ଲେଖିଛନ୍ତି।

Advertisment

ସୂଚନାଯୋଗ୍ୟ, ‘ଲକ୍ଷ୍ମୀ ବମ୍ବ’ ଫିଲ୍ମଟି ତାମିଲ୍ ଫିଲ୍ମ ‘କଞ୍ଚନା’ର ରିମେକ୍। ଫିଲ୍ମରେ ଅକ୍ଷୟ ଜଣେ କିନ୍ନର ଭୂତ ଭୂମିକାରେ ଅଭିନୟ କରୁଛନ୍ତି। ଏଥିରେ କିୟାରା ଆଡଭାନୀଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମକୁ ନେଇ ଏହା ବି ଚର୍ଚ୍ଚା ହେଉଛି ଯେ ଏଥିରେ ଅମିତାଭ ବଚ୍ଚନ ମଧ୍ୟ କିନ୍ନର ଭୂତ ଭୂମିକାରେ ଅଭିନୟ କରିବେ। ରାଘବ ଲୋରେନ୍ସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ ୫ରେ ପରଦା ଉପରକୁ ଆସିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe