Advertisment

‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ୍’ରେ ଅକ୍ଷୟ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ପରେ ଏବେ ବଲିଉଡ୍‌ର ଖିଲାଡ଼ୀ କୁମାର୍ ନଜର ଆସିବେ ଆଡ଼ଭେଞ୍ଚର ଶୋ’ ‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ୍’ରେ। ସେ ଏହାର ଶୁଟିଂ ମଧ୍ୟ କରିସାରିଲେଣି। ଅକ୍ଷୟ ହେଉଛନ୍ତି ବଲିଉଡ୍‌ର ଷ୍ଟଣ୍ଟ ଓ ଆକ୍ସନ୍‌ ଖିଲାଡ଼ୀ। ତେବେ ଆପଣ ଭାବିନିଅନ୍ତୁ ଯେ କିଭଳିଭାବେ କରିଥିବେ ଏହି ଶୁଟ୍‌। ଶୁଟିଂ ସମୟର କିଛି ଫଟୋ ଏବେ ଭାଇରାଲ୍‌ ହେଉଛି। ଅକ୍ଷୟ କୁମାର କର୍ଣ୍ଣାଟକର ଜଙ୍ଗଲରେ ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ୍’ର ହୋଷ୍ଟ ବିୟର ଗ୍ରିଲ୍ସଙ୍କ ସହ ଶୁଟ୍‌ […]

author-image
Chinmayee Roy
‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ୍’ରେ ଅକ୍ଷୟ

bear-akhya

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ପରେ ଏବେ ବଲିଉଡ୍‌ର ଖିଲାଡ଼ୀ କୁମାର୍ ନଜର ଆସିବେ ଆଡ଼ଭେଞ୍ଚର ଶୋ’ ‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ୍’ରେ। ସେ ଏହାର ଶୁଟିଂ ମଧ୍ୟ କରିସାରିଲେଣି। ଅକ୍ଷୟ ହେଉଛନ୍ତି ବଲିଉଡ୍‌ର ଷ୍ଟଣ୍ଟ ଓ ଆକ୍ସନ୍‌ ଖିଲାଡ଼ୀ। ତେବେ ଆପଣ ଭାବିନିଅନ୍ତୁ ଯେ କିଭଳିଭାବେ କରିଥିବେ ଏହି ଶୁଟ୍‌। ଶୁଟିଂ ସମୟର କିଛି ଫଟୋ ଏବେ ଭାଇରାଲ୍‌ ହେଉଛି।

Advertisment

publive-imageଅକ୍ଷୟ କୁମାର କର୍ଣ୍ଣାଟକର ଜଙ୍ଗଲରେ ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ୍’ର ହୋଷ୍ଟ ବିୟର ଗ୍ରିଲ୍ସଙ୍କ ସହ ଶୁଟ୍‌ କରିଛନ୍ତି। ରଜନୀକାନ୍ତଙ୍କ ପରି ସେ ମଧ୍ୟ କର୍ଣ୍ଣାଟକର ବାନ୍ଦିପୁର ଟାଇଗର୍‌ ରିଜର୍ଭ ପାର୍କରେ ଏହାର ଶୁଟିଂ କରିଛନ୍ତି। ଏହି ପାର୍କର ଜଣେ ଅଧିକାରୀ କହିଛନ୍ତି ଯେ ଅକ୍ଷୟ ଗତ ଗୁରୁବାର ଦିନସାରା ଏହାର ଶୁଟିଂ କରିଥିଲେ। କାରଣ ଡିସ୍କଭରି ଚ୍ୟାନେଲ୍‌କୁ ଏହି ଶୁଟ୍‌ କରିବା ପାଇଁ ୨୦ ରୁ ୩୦ ତାରିଖ ପର୍ଯ୍ୟନ୍ତ ସମୟ ମିଳିଥିଲା। ଅକ୍ଷୟ ଏହି ଟାଇଗର୍‌ ରିଜର୍ଭକୁ ହେଲିକପ୍ଟରରେ ପହଞ୍ଚିଥିଲେ।  ଦୁଇ ଦିନ ଧରି ସେ ଜଙ୍ଗଲରେ ଆଡଭେଞ୍ଚର ଶୁଟ୍‌ କରିଥିଲେ। ବିୟର ଗ୍ରୀଲ୍ସ ଏବେ ଭାରତରେ ଅଛନ୍ତି। ଅକ୍ଷଙ୍କ ପୂର୍ବରୁ ରଜନୀକାନ୍ତ ସହ ସେ ଏହି ଶୋ’ର ଗୋଟିଏ ଏପିସୋଡ୍‌ ଶୁଟ୍ କରିଥିଲେ। କୁହାଯାଉଥିଲା ଯେ ରଜନୀକାନ୍ତ ଶୁଟିଂ ଭିତରେ ଆହତ ହୋଇଥିଲେ।

publive-image

ସୂଚନାଯୋଗ୍ୟ, ଅକ୍ଷୟ ଓ ରଜନୀକାନ୍ତଙ୍କ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଶୋ’ରେ ସାମିଲ୍‌ ହୋଇସାରିଛନ୍ତି। ଗତବର୍ଷ ଅଗଷ୍ଟ ୧୨ରେ ପ୍ରସାରିତ ହୋଇଥିବା ଏପିସୋଡ୍‌ରେ ନରେନ୍ଦ୍ର ମୋଦି ଶୋ’ର ହୋଷ୍ଟ ବିୟର୍‌ ଗ୍ରିଲ୍ସଙ୍କ ସହ ଉତ୍ତରାଖଣ୍ଡର ଜିମ୍‌ କର୍ବେଟ୍‌ରେ ନଜର ଆସିଥିଲେ। ପିଏମ୍‌ ମୋଦିଙ୍କର ଏହି ଏପିସୋଡ୍‌ ବେଶ୍‌ ଚର୍ଚ୍ଚାରେ ରହିଥିଲା। publive-image

Advertisment