Advertisment

ରେଟ୍ରୋ ଲୁକ୍‌ରେ ଅକ୍ଷୟ

ମୁମ୍ବାଇ: ଖିଲାଡ଼ି କୁମାରଙ୍କ ଫିଲ୍ମ ‘ହାଉସଫୁଲ୍‌ ୪’ ଏବେ ବକ୍ସ ଫିସ୍‌ରେ କମାଲ କରୁଛି। ଫିଲ୍ମଟି ପାଖାପାଖି ୨୦୦ କୋଟି ଟଙ୍କା ଆୟ କରିସାରିଲାଣି। ବ୍ୟାକ୍‌ ଟୁ ବ୍ୟାକ୍ ହିଟ୍‌ ଫିଲ୍ମ ଦେବା ପରେ ଏବେ ଅକ୍ଷୟଙ୍କ ହାତରେ ଗଦା ଗଦା ଅଫର ରହିଛି। କିଛିଦିନ ପୂର୍ବରୁ ଖବର ଆସିଥିଲା ଯେ ଅକ୍ଷୟ ଖୁବ୍‌ଶୀଘ୍ର ଫିଲ୍ମ ନିର୍ମାତା ବାସୁ ଭଗନାନିଙ୍କ ଫିଲ୍ମରେ କାମ କରିବାକୁ ଯାଉଛନ୍ତି ଏବଂ ଭଗନାନି ଏଥିପାଇଁ ତାଙ୍କୁ ୧୦୦ କୋଟି ଟଙ୍କା ପାରିଶ୍ରମିକ […]

ରେଟ୍ରୋ ଲୁକ୍‌ରେ ଅକ୍ଷୟ

akhya

Advertisment

ମୁମ୍ବାଇ: ଖିଲାଡ଼ି କୁମାରଙ୍କ ଫିଲ୍ମ ‘ହାଉସଫୁଲ୍‌ ୪’ ଏବେ ବକ୍ସ ଫିସ୍‌ରେ କମାଲ କରୁଛି। ଫିଲ୍ମଟି ପାଖାପାଖି ୨୦୦ କୋଟି ଟଙ୍କା ଆୟ କରିସାରିଲାଣି। ବ୍ୟାକ୍‌ ଟୁ ବ୍ୟାକ୍ ହିଟ୍‌ ଫିଲ୍ମ ଦେବା ପରେ ଏବେ ଅକ୍ଷୟଙ୍କ ହାତରେ ଗଦା ଗଦା ଅଫର ରହିଛି। କିଛିଦିନ ପୂର୍ବରୁ ଖବର ଆସିଥିଲା ଯେ ଅକ୍ଷୟ ଖୁବ୍‌ଶୀଘ୍ର ଫିଲ୍ମ ନିର୍ମାତା ବାସୁ ଭଗନାନିଙ୍କ ଫିଲ୍ମରେ କାମ କରିବାକୁ ଯାଉଛନ୍ତି ଏବଂ ଭଗନାନି ଏଥିପାଇଁ ତାଙ୍କୁ ୧୦୦ କୋଟି ଟଙ୍କା ପାରିଶ୍ରମିକ ଦେବେ ବୋଲି ଚର୍ଚ୍ଚା ହେଉଛି।  ତେବେ ଏହା ମଧ୍ୟରେ ତାଙ୍କର ଆଉ ଏକ ନୂଆ ଫିଲ୍ମର ଖବର ମିଳିଛି। ଅକ୍ଷୟ ଖୁବ୍‌ଶୀଘ୍ର ‘ବେଲ୍ ବଟମ୍’ ଫିଲ୍ମରେ ନଜର ଆସିବେ। ଫିଲ୍ମର ଫାଷ୍ଟ ଲୁକ୍ ମଧ୍ୟ ସାମ୍ନାକୁ ଆସିଯାଇଛି।

Advertisment

https://www.instagram.com/p/B4sKQTsn1UA/?utm_source=ig_web_copy_link

ନିଜେ ଅକ୍ଷୟ ଏହି ଫିଲ୍ମର ଫାଷ୍ଟ ଲୁକ୍‌ ପୋଷ୍ଟର୍‌କୁ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି।  ଏଥିରେ ଅକ୍ଷୟଙ୍କୁ ରେଟ୍ରୋ ଲୁକ୍‌ରେ ଦେଖିବାକୁ ମିଳିଛିା ସେ ଏକ ଷ୍ଟାଇଲ୍ସ କାର୍ ଉପରେ ବସିଛନ୍ତିା ଏହି ପୋଷ୍ଟର ଶେୟାର କରିବା ସହ ଅକ୍ଷୟ ଲେଖିଛନ୍ତି, ‘୮୦ ଦଶକକୁ ଯିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁା

https://www.instagram.com/p/B3Y0BmoHZvN/?utm_source=ig_web_copy_link

‘ବେଲ୍ ବଟମ୍’ ନାମକ ଏହି ଫିଲ୍ମର କାହାଣୀ ଲେଖା ଚାଲିଛି। ଏହା କନ୍ନଡ଼ ଫିଲ୍ମର ରିମେକ ବୋଲି କୁହାଯାଉଥିବା ବେଳେ ଏହାକୁ ଅକ୍ଷୟ କିନ୍ତୁ ଅସ୍ୱୀକାର କରିଛନ୍ତିା ଫିଲ୍ମର ନିର୍ଦ୍ଦେଶନା ଜୟତୀର୍ଥ ଦେଉଛନ୍ତି। ଫିଲ୍ମଟି ୮୦ ଦଶକର ଏକ ସତ ଘଟଣା ଉପରେ ଆଧାରିତ। ଚଳିତ ବର୍ଷ ଶେଷ ସୁଦ୍ଧା ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି କୁହାଯାଉଛି। ଏହି ଫିଲ୍ମ ୨୦୨୧ ଜାନୁୟାରୀ ୨୨ରେ ପରଦାକୁ ଆସିବ।

Advertisment

ସୂଚନାଯୋଗ୍ୟ, ଆଗକୁ ଅକ୍ଷୟଙ୍କର ଆହୁରି ଅନେକ ବଡ଼ ବଡ଼ ଫିଲ୍ମ ଆସୁଛି। ‘ପୃଥ୍ୱୀରାଜ, ‘ଲକ୍ଷ୍ମୀ ବମ୍ବ୍’, ‘ଗୁଡ୍‌ ନ୍ୟୁଜ୍’, ‘ସୂର୍ଯ୍ୟବଂଶୀ’, ‘ଧୂମ୍‌ ୪’ ଓ ‘ବଚ୍ଚନ ପାଣ୍ଡେ’ ଭଳି ଫିଲ୍ମ ତାଙ୍କ ହାତରେ ରହିଛି। ନିକଟରେ ରିଲିଜ୍ ହୋଇଥିବା ତାଙ୍କ ପ୍ରଥମ ମ୍ୟୁଜିକ୍‌ ଆଲବମ୍‌ ‘ଫିଲ୍‌ହାଲ୍’କୁ ଦର୍ଶକଙ୍କ ଭଲ ରେସପନ୍ସ ମିଳୁଛି। ଏଥିରେ ତାଙ୍କ ସହ ଅଭିନେତ୍ରୀ କୃତି ସାନନ୍‌ଙ୍କ ଭଉଣୀ ନଜର ଆସିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe