ଏକାଠି ଆସିବେ ଅକ୍ଷୟ, ସାରା ଓ ଧନୁଷ୍

ମୁମ୍ବାଇ: ଗତ ବର୍ଷଟି ଅକ୍ଷୟଙ୍କ ପାଇଁ ବେଶ୍ ଭଲ ଥିଲା। ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଦେଇ ସେ ଚର୍ଚ୍ଚାରେ ରହିଥିଲେ। ଏପରିକି ଫୋର୍ବସ ମାଗାଜିନ୍‌ ମଧ୍ୟ ତାଙ୍କୁ ସବୁଠୁ ଅଧିକ ଆୟ କରିଥିବା ଅଭିନେତାଙ୍କ ତାଲିକାରେ ସାମିଲ କରିଥିଲା। ସେହିପରି ୨୦୨୦ ମଧ୍ୟ ତାଙ୍କର ଭଲ ରହିବ ବୋଲି ଜଣାପଡ଼ୁଛି। ଏ ବର୍ଷ ତାଙ୍କ ହାତରେ ଏକାଧିକ ଫିଲ୍ମ ରହିଥିବା ବେଳେ ବର୍ଷ ଆରମ୍ଭରୁ ତାଙ୍କର ଏକ ନୂଆ ଫିଲ୍ମ ବି ଘୋଷଣା ହୋଇଯାଇଛି। ଏଥିରେ […]

ak

ak

Chinmayee Roy
  • Published: Monday, 13 January 2020
  • Updated: 13 January 2020, 11:42 AM IST

Sports

Latest News

ମୁମ୍ବାଇ: ଗତ ବର୍ଷଟି ଅକ୍ଷୟଙ୍କ ପାଇଁ ବେଶ୍ ଭଲ ଥିଲା। ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଦେଇ ସେ ଚର୍ଚ୍ଚାରେ ରହିଥିଲେ। ଏପରିକି ଫୋର୍ବସ ମାଗାଜିନ୍‌ ମଧ୍ୟ ତାଙ୍କୁ ସବୁଠୁ ଅଧିକ ଆୟ କରିଥିବା ଅଭିନେତାଙ୍କ ତାଲିକାରେ ସାମିଲ କରିଥିଲା। ସେହିପରି ୨୦୨୦ ମଧ୍ୟ ତାଙ୍କର ଭଲ ରହିବ ବୋଲି ଜଣାପଡ଼ୁଛି। ଏ ବର୍ଷ ତାଙ୍କ ହାତରେ ଏକାଧିକ ଫିଲ୍ମ ରହିଥିବା ବେଳେ ବର୍ଷ ଆରମ୍ଭରୁ ତାଙ୍କର ଏକ ନୂଆ ଫିଲ୍ମ ବି ଘୋଷଣା ହୋଇଯାଇଛି। ଏଥିରେ ତାଙ୍କ ସହିତ ସାରା ଅଲୀ ଖାନ୍‌ ଓ ସାଉଥ୍‌ ସୁପରଷ୍ଟାର ଧନୁଷ ଅଭିନୟ କରିବେ।

ପ୍ରଯୋଜକ ଆନନ୍ଦ ଏଲ୍‌ ରାୟ ଏହି ଫିଲ୍ମ ତିଆରି କରୁଛନ୍ତି। ଫିଲ୍ମ ପାଇଁ ତିନି ଜଣ ଯାକ ଚୁକ୍ତି ମଧ୍ୟ ସ୍ୱାକ୍ଷର କରି ସାରିଲେଣି। ଖୁବ୍‌ ଶୀଘ୍ର ନିର୍ମାତା ଏ ନେଇ ଘୋଷଣା କରିବେ ବୋଲି ଜଣାପଡ଼ିଛି।

ଫିଲ୍ମଟି ଏକ ଲଭ୍‌ଷ୍ଟୋରୀ ଉପରେ ଆଧାରିତ ହେବ, ଯେଉଁଥିରେ ଅକ୍ଷୟଙ୍କ ବିପକ୍ଷରେ ଅଭିନୟ କରିବେ ସାରା। ଏହି ଫିଲ୍ମ ମାଧ୍ୟମରେ ଦର୍ଶକ ଅକ୍ଷୟ ଓ ସାରାଙ୍କୁ ଏକ ନୂଆ ଯୋଡ଼ି ଭାବେ ଦେଖିବାକୁ ପାଇବେ। ଫିଲ୍ମର ଶୁଟିଂ ମଧ୍ୟ କିଛି ମାସ ଭିତରେ ଆରମ୍ଭ ହୋଇଯିବ। ଅନ୍ୟପକ୍ଷରେ ଆନନ୍ଦ ଏଲ୍‌ ରାୟଙ୍କ ସହ ଏହା ଧନୁଷଙ୍କର ଦ୍ୱିତୀୟ ଫିଲ୍ମ। ପୂର୍ବରୁ ସେ ତାଙ୍କ ଫିଲ୍ମ ‘ରାଞ୍ଝଣା’ରେ କାମ କରିଥିଲେ।

ସୂଚନାଯୋଗ୍ୟ, ଆଗକୁ ଅକ୍ଷୟଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଆସୁଛି। ଏଥିରେ ତାଙ୍କ ସହିତ କ୍ୟାଟ୍ରିନା କୈଫ୍‌ ରହିବେ। ତା’ସହିତ ଏ ବର୍ଷ ସେ ‘ଲକ୍ଷ୍ମୀ ବମ୍‌’, ‘ହେରାଫେରି ୩’ ଓ ‘ପୃଥ୍ୱୀରାଜ ଚୌହାନ୍’ ଆଦି ଫିଲ୍ମରେ ନଜର ଆସିବେ। ସେହିଭଳି ସାରା ମଧ୍ୟ ଆଗକୁ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହ ‘ଆଜ୍‌ କଲ୍‌’ ଓ ବରୁଣ ଧୱନଙ୍କ ସହ ଫିଲ୍ମ ‘କୁଲି’ରେ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story