Advertisment

ଜେଏନ୍‌ୟୁ ଛାତ୍ରଛାତ୍ରୀଙ୍କୁ ଦୀପିକାଙ୍କ ସମର୍ଥନ ପରେ ଟ୍ରୋଲ୍‌ ହେଉଛନ୍ତି ଅକ୍ଷୟ

ମୁମ୍ବାଇ: ଜେଏନ୍‌ୟୁରେ ଛାତ୍ରଛାତ୍ରୀଙ୍କ ଉପରେ କିଛି ଦୃର୍ବୃତ୍ତଙ୍କ ଆକ୍ରମଣ ପରେ ଚାଲୁ ରହିଥିବା ବିକ୍ଷୋଭରେ ଗତକାଲି ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଯୋଗ ଦେଇଥିଲେ। ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। କିଛିଲୋକ ଦୀପିକାଙ୍କୁ ସମାଲୋଚନା କରିବା ସହ ତାଙ୍କ ଫିଲ୍ମ ‘ଛପାକ୍‌’କୁ ବୟକଟ୍‌ କରିବାକୁ ଆହ୍ୱାନ ଦେଇଥିବାବେଳ କିଛି ଲୋକ ତାଙ୍କ ସମର୍ଥନରେ ବାହାରିଛନ୍ତି। ଇତି ମଧ୍ୟରେ ‘‌ଅକ୍ଷୟ କୁମାରଙ୍କର ଏକ ପୁରୁଣା ଫଟୋ ଭାଇରାଲ୍‌ ହେଉଛି, ଯେଉଁଥିରେ ସେ ଏବିଭିପିର ପତାକା ଧରିଥିବା ଦେଖିବାକୁ […]

author-image
Chinmayee Roy
ଜେଏନ୍‌ୟୁ ଛାତ୍ରଛାତ୍ରୀଙ୍କୁ ଦୀପିକାଙ୍କ ସମର୍ଥନ ପରେ ଟ୍ରୋଲ୍‌ ହେଉଛନ୍ତି ଅକ୍ଷୟ

akhya

ମୁମ୍ବାଇ: ଜେଏନ୍‌ୟୁରେ ଛାତ୍ରଛାତ୍ରୀଙ୍କ ଉପରେ କିଛି ଦୃର୍ବୃତ୍ତଙ୍କ ଆକ୍ରମଣ ପରେ ଚାଲୁ ରହିଥିବା ବିକ୍ଷୋଭରେ ଗତକାଲି ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଯୋଗ ଦେଇଥିଲେ। ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। କିଛିଲୋକ ଦୀପିକାଙ୍କୁ ସମାଲୋଚନା କରିବା ସହ ତାଙ୍କ ଫିଲ୍ମ ‘ଛପାକ୍‌’କୁ ବୟକଟ୍‌ କରିବାକୁ ଆହ୍ୱାନ ଦେଇଥିବାବେଳ କିଛି ଲୋକ ତାଙ୍କ ସମର୍ଥନରେ ବାହାରିଛନ୍ତି। ଇତି ମଧ୍ୟରେ ‘‌ଅକ୍ଷୟ କୁମାରଙ୍କର ଏକ ପୁରୁଣା ଫଟୋ ଭାଇରାଲ୍‌ ହେଉଛି, ଯେଉଁଥିରେ ସେ ଏବିଭିପିର ପତାକା ଧରିଥିବା ଦେଖିବାକୁ ମିଳିଛି। ତେବେ ଏହି ଫଟୋକୁ ଶେଆର୍‌ କରି ଲୋକମାନେ ଦୀପିକାଙ୍କୁ ସମର୍ଥନ ଓ ଅକ୍ଷୟଙ୍କୁ ଟ୍ରୋଲ୍‌ କରୁଛନ୍ତି।

Advertisment

https://twitter.com/Nehr_who/status/1214609219493609473

୨୦୧୮ରେ ରିଲିଜ୍‌ ହୋଇଥିବା ଅକ୍ଷୟଙ୍କ ଫିଲ୍ମ 'ପ୍ୟାଡମ୍ୟାନ୍‌‘ର ପ୍ରମୋଶନ୍‌ ସମୟରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏବିଭିପିର ପତାକା ଉଡ଼ାଇଥିଲେ। ଫିଲ୍ମର ପ୍ରମୋଶନ ପାଇଁ ସେ ସେଠାରେ ମହିଳା ମାରାଥନ୍‌କୁ ଏହି ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ। ଏହି ଅବସରେ ସେ କରମୁକ୍ତ ସ୍ୟାନିଟାରି ନାପ୍‌କିନ୍‌ ଓ ମହିଳା ସଶକ୍ତିକରଣ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ। ଅକ୍ଷୟ ଏବିଭିପିର ପତାକା ଉଡ଼ାଉଥିବା ସମୟର ଫଟୋକୁ ନିଜେ ଟ୍ୱିଟ୍‌ କରି ଶେଆର୍ କରିଥିଲେ। ତେବେ ସେ ସମୟରେ ମଧ୍ୟ ତାଙ୍କୁ ଟ୍ରୋଲ୍ କରାଯାଇଥିଲା।

https://twitter.com/alisohrab07/status/1214607072232267777

ବର୍ତ୍ତମାନ ଦୀପିକା ପାଦୁକୋନ୍‌ ଜେଏନ୍‌ୟୁ ଛାତ୍ରଙ୍କୁ ସମର୍ଥନ କରିବା ପରେ ଲୋକମାନେ ପୁଣିଥରେ ଅକ୍ଷୟଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରିଦେଇଛନ୍ତି। ଅକ୍ଷୟ ଓ ଦୀପିକାଙ୍କ ଫଟୋକୁ କୋଲାଜ୍ କରି ଟ୍ୱିଟର୍‌ରେ ଲୋକମାନେ ଭାରତ ଓ କାନାଡ଼ା ଭିତରେ ପାର୍ଥକ୍ୟ ଦର୍ଶାଇଛନ୍ତି। ଓ କିଛି ଲୋକ ଏହାକୁ ଗଣତନ୍ତ୍ରର ଦୁଇଟି ଭିନ୍ନ ଚେହେରା ବୋଲି କହିଛନ୍ତି।

Advertisment

https://twitter.com/hurtwidmalyf/status/1214606040982945792

ସୂଚନାଯୋଗ୍ୟ ଏବିଭିପି(ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ) ହେଉଛି ବିଜେପି(ଭାରତୀୟ ଜନତା ପାର୍ଟି)ର ସମର୍ଥକ ଛାତ୍ର ସଂଗଠନ। ତେବେ ଅଭିଯୋଗ ହୋଇଛି ଯେ ଏହି ଦଳର କିଛି କର୍ମୀ ବିଶ୍ୱବିଦ୍ୟାଳୟ ପରିସରରେ ପଶି ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଅନ୍ୟ ପକ୍ଷରେ ଏବିଭିପି ମଧ୍ୟ ବାମପନ୍ଥୀ ଦଳ ପ୍ରଥମେ ଆକ୍ରମଣ କରିଥିବା କହି ପାଲଟା ଅଭିଯୋଗ କରିଛି। ଅକ୍ଷୟଙ୍କୁ ବିଜେପି ସରକାରଙ୍କ ଏକ ବଡ଼ ସମର୍ଥକ ଭାବେ ଗ୍ରହଣ କରାଯାଏ। ତେବେ ଜେଏନ୍‌ୟୁ ଆକ୍ରମଣ ନେଇ ତାଙ୍କ ନିରବତାକୁ ଏବେ ଲୋକମାନେ ପ୍ରଶ୍ନ କରିଛନ୍ତି।

https://twitter.com/TarikSK19/status/1214669612975099904