Advertisment

ଗୋଟିଏ ଫିଲ୍ମ ପାଇଁ ଅକ୍ଷୟ ନେବେ ୧୦୦ କୋଟି !

ମୁମ୍ବାଇ: ବ୍ୟାକ୍ ଟୁ ବ୍ୟାକ୍‌ ହିଟ୍‌ ଫିଲ୍ମ ଦେଇ ଅକ୍ଷୟ ଏବେ ବ୍ରାଣ୍ଡ ଭାଲ୍ୟୁରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ଫିଲ୍ମ ‘ମିଶନ ମଙ୍ଗଲ’ ଓ ‘ହାଉସଫୁଲ୍‌ ୪’ ଏବେ ବକ୍ସ ଫିସ୍‌ରେ ଧମାଲ୍‌ କରୁଥିବାବେଳେ ତାଙ୍କ ହାତକୁ ଆସିଛି ଆଉ ଏକ ବଡ଼ ଅଫର୍‌। ସୂଚନା ଅନୁଯାୟୀ, ଅକ୍ଷୟ ଖୁବ୍‌ଶୀଘ୍ର ଫିଲ୍ମ ନିର୍ମାତା ବାଶୁ ଭଗନାନିଙ୍କ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ଚର୍ଚ୍ଚା ହେଉଛି, ଭଗନାନି ଏଥିପାଇଁ ତାଙ୍କୁ ୧୦୦ କୋଟି ଟଙ୍କା ପାରିଶ୍ରମିକ ଦେବେ। […]

ଅଦ୍ୟତନ ହୋଇଛି
ବିଶ୍ୱର ସବୁଠୁ ଧନୀ କଳାକାରଙ୍କ ତାଲିକାରେ ଅକ୍ଷୟ କୁମାର

akhya-kumar

Advertisment

ମୁମ୍ବାଇ: ବ୍ୟାକ୍ ଟୁ ବ୍ୟାକ୍‌ ହିଟ୍‌ ଫିଲ୍ମ ଦେଇ ଅକ୍ଷୟ ଏବେ ବ୍ରାଣ୍ଡ ଭାଲ୍ୟୁରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ଫିଲ୍ମ ‘ମିଶନ ମଙ୍ଗଲ’ ଓ ‘ହାଉସଫୁଲ୍‌ ୪’ ଏବେ ବକ୍ସ ଫିସ୍‌ରେ ଧମାଲ୍‌ କରୁଥିବାବେଳେ ତାଙ୍କ ହାତକୁ ଆସିଛି ଆଉ ଏକ ବଡ଼ ଅଫର୍‌। ସୂଚନା ଅନୁଯାୟୀ, ଅକ୍ଷୟ ଖୁବ୍‌ଶୀଘ୍ର ଫିଲ୍ମ ନିର୍ମାତା ବାଶୁ ଭଗନାନିଙ୍କ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ଚର୍ଚ୍ଚା ହେଉଛି, ଭଗନାନି ଏଥିପାଇଁ ତାଙ୍କୁ ୧୦୦ କୋଟି ଟଙ୍କା ପାରିଶ୍ରମିକ ଦେବେ। ଯଦି କଥାଟା ସତ ହୋଇଥାଏ, ତା’ହେଲେ ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟି ନେବାରେ ଅକ୍ଷୟ ହେବେ ପ୍ରଥମ ବଲିଉଡ୍ ଅଭିନେତା। ତେବେ ଭଗନାନି କିମ୍ବା ଅକ୍ଷୟ ଏ ନେଇ କିଛି କହି ନାହାନ୍ତି।

Advertisment

publive-imageଏହି ଫିଲ୍ମଟିକୁ ଭଗନାନି ଓ ନିର୍ଦ୍ଦେଶକ ନିଖିଲ୍ ଆଡଭାନୀ ମିଶିକି ତିଆରି କରିବେ। ଏବେ ଏହି ଫିଲ୍ମ ପାଇଁ ଅଭିନେତ୍ରୀ ଖୋଜା ଚାଲିଛି। ଷ୍ଟାରକାଷ୍ଟ ଫାଇନାଲ୍ ହୋଇଯିବା ପରେ ଫିଲ୍ମର ଶୁଟିଂ ଆରମ୍ଭ ହେବ। ଫିଲ୍ମର ଅଧିକାଂଶ ଭାଗର ଶୁଟିଂ ଲଣ୍ଡନରେ ହେବ ବୋଲି କୁହାଯାଉଛି। ଏକ ସମୟରେ ବଲିଉଡ୍‌ର ପ୍ରଡ୍ୟୁସର୍‌ ନମ୍ବର ୱାନ୍‌ ଥିବା ବାଶୁ ଭଗନାନି ନିଜ ଫିଲ୍ମରେ ବଡ଼ ବଡ଼ ତାରକା ନିଅନ୍ତି ତଥା ନୂଆ ନୂଆ ଲୋକେସନ୍‌ରେ ଶୁଟିଂ କରନ୍ତି। ଏ ଦୁଇଟି ଜିନିଷ ପାଇଁ ସେ ବେଶ୍ ପରିଚିତ।

https://www.instagram.com/p/B3Y0BmoHZvN/?utm_source=ig_web_copy_link

ସୂଚନା ଅନୁଯାୟୀ, ଅନେକ ଦିନ ହେବ ଅକ୍ଷୟ ଓ ଭଗନାନି ଏକାଠି କାମ କରିବାକୁ ଚାହୁଁଥିଲେ। ତିନିବର୍ଷ ପୂର୍ବେ ସେମାନେ ଏକାଠି ଫିଲ୍ମ ‘ଏୟାରଲିଫ୍ଟ’ରେ କାମ କରିଥିଲେ। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe