Advertisment

ବରୁଣ ଓ ଅନୁଷ୍କାଙ୍କ ଏହି ଚ୍ୟାଲେଞ୍ଜରେ ଫେଲ୍‌ ହୋଇଗଲେ ଅକ୍ଷୟ, ଶେୟାର କଲେ ଭିଡିଓ

ମୁମ୍ବାଇ: ବଲିଉଡ୍‌ର ‘ଖିଲାଡୀ ଷ୍ଟାର୍‌’ ହେଉଛନ୍ତି ଅକ୍ଷୟ କୁମାର। ସବୁଥିରେ ସେ ପର୍‌ଫେକ୍ଟ। ପ୍ରତ୍ୟେକଟି ଚରିତ୍ରରେ ତାଙ୍କର ଦକ୍ଷତା ପ୍ରତିପାଦିତ ହୁଏ। କେଉଁଥିରେ ବି ସେ ଫେଲ୍‌ ହୁଅନ୍ତି ନାହିଁ। କିନ୍ତୁ ଜାଣିଛନ୍ତି, ନିକଟରେ ବରୁଣ ଧୱନ ଓ ଅନୁଷ୍କା ଶର୍ମା ଦେଇଥିବା ଏକ ଚ୍ୟାଲେଞ୍ଜରେ ସେ ଫେଲ୍‌ ହୋଇ ଯାଇଛନ୍ତି। ଚ୍ୟାଲେଞ୍ଜଟି ସହଜ ଥିଲା, କିନ୍ତୁ ଅକ୍ଷୟ କରିପାରିଲେନି। ବରୁଣ ଓ ଅନୁଷ୍କା ତାଙ୍କୁ ଛୁଞ୍ଚିରେ ସୂତା ପୂରାଇବାର ଚ୍ୟାଲେଞ୍ଜ୍‌ ଦେଇଥିଲେ। ୧୦ ସେକେଣ୍ଡ ମଧ୍ୟରେ […]

ଅଦ୍ୟତନ ହୋଇଛି
ବରୁଣ ଓ ଅନୁଷ୍କାଙ୍କ ଏହି ଚ୍ୟାଲେଞ୍ଜରେ ଫେଲ୍‌ ହୋଇଗଲେ ଅକ୍ଷୟ, ଶେୟାର କଲେ ଭିଡିଓ

akhya12

Advertisment

ମୁମ୍ବାଇ: ବଲିଉଡ୍‌ର ‘ଖିଲାଡୀ ଷ୍ଟାର୍‌’ ହେଉଛନ୍ତି ଅକ୍ଷୟ କୁମାର। ସବୁଥିରେ ସେ ପର୍‌ଫେକ୍ଟ। ପ୍ରତ୍ୟେକଟି ଚରିତ୍ରରେ ତାଙ୍କର ଦକ୍ଷତା ପ୍ରତିପାଦିତ ହୁଏ। କେଉଁଥିରେ ବି ସେ ଫେଲ୍‌ ହୁଅନ୍ତି ନାହିଁ। କିନ୍ତୁ ଜାଣିଛନ୍ତି, ନିକଟରେ ବରୁଣ ଧୱନ ଓ ଅନୁଷ୍କା ଶର୍ମା ଦେଇଥିବା ଏକ ଚ୍ୟାଲେଞ୍ଜରେ ସେ ଫେଲ୍‌ ହୋଇ ଯାଇଛନ୍ତି।

Advertisment

[caption id="attachment_277573" align="alignnone" width="750"]akhayaa image credit-YouTube[/caption]

ଚ୍ୟାଲେଞ୍ଜଟି ସହଜ ଥିଲା, କିନ୍ତୁ ଅକ୍ଷୟ କରିପାରିଲେନି। ବରୁଣ ଓ ଅନୁଷ୍କା ତାଙ୍କୁ ଛୁଞ୍ଚିରେ ସୂତା ପୂରାଇବାର ଚ୍ୟାଲେଞ୍ଜ୍‌ ଦେଇଥିଲେ। ୧୦ ସେକେଣ୍ଡ ମଧ୍ୟରେ ଏହାକୁ କରି ଦେଖାଇବାକୁ ତାଙ୍କୁ କୁହାଯାଇଥିଲା।

Advertisment

[caption id="attachment_277574" align="alignnone" width="750"]varun image credit-Lifeberrys[/caption]

ସେମାନେ ତାଙ୍କୁ ଏମିତି ଏକ ଚ୍ୟାଲେଞ୍ଜ ଦେବା ପଛରେ ବି ଏକ କାରଣ ରହିଛି। ଆଗକୁ ତାଙ୍କ ଫିଲ୍ମ ‘ସୁଈ ଧାଗା’ ରିଲିଜ୍ ହେବ। ତା’ପୂର୍ବରୁ ସେ ଓ ଫିଲ୍ମର ହିରୋଇନ୍  ଅନୁଷ୍କା ଶର୍ମା ଏହାର ପ୍ରମୋସନ୍‌ରେ ଲାଗି ପଡ଼ିଛନ୍ତି। ଦେଶର ବିଭିନ୍ନ ସହରକୁ ଯାଇ ସେମାନେ ଏହାର ପ୍ରମୋସନ୍ କରୁଛନ୍ତି। ତା’ସହିତ ସେମାନେ ବଲିଉଡ୍ ଷ୍ଟାରଙ୍କୁ ଛୁଞ୍ଚିରେ ସୂତା ପୂରାଇବାର ଚ୍ୟାଲେଞ୍ଜ ଦେଇଛନ୍ତି।

ଚ୍ୟାଲେଞ୍ଜକୁ ଅକ୍ଷୟ ଗ୍ରହଣ କରିଥିଲେ। କିନ୍ତୁ ଫେଲ୍ ହୋଇଥିଲେ। ସେ ଏନେଇ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ବି ପୋଷ୍ଟ୍ କରିଛନ୍ତି।  ଭିଡିଓରେ ସେ ଉଭୟ ଅନୁଷ୍କା ଓ ବରୁଣଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଫିଲ୍ମ ପାଇଁ ଶୁଭକାମନା ବି ଜଣାଇଛନ୍ତି।

ୟଶ୍‌ରାଜ୍‌ ବ୍ୟାନର୍‌ରେ ନିର୍ମିତ ହୋଇଥିବା ‘ସୁଈ ଧାଗା’ ଫିଲ୍ମ ସେପ୍ଟେମ୍ବର ୨୮ ତାରିଖରେ ରିଲିଜ୍‌ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe