Advertisment

ଅକ୍ଷୟଙ୍କ ମନ ଜିତିଛନ୍ତି କୃତି

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ହାଉସ୍‌ଫୁଲ୍‌-୪’ ବକ୍ସ ଅଫିସ୍‌ରେ ଧମାକା କରୁଛି। ଖୁବ୍‌ଶୀଘ୍ର ଏହା ୨୦୦ କୋଟି କ୍ଲବ୍‌ରେ ସାମିଲ ହେବାକୁ ଯାଉଛି। ଫିଲ୍ମରେ ଅକ୍ଷୟ ଓ କୃତିଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ତେବେ ଉଭୟଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଆଉ ଏକ ଖୁସି ଖବର ରହିଛି। ପୁଣି ଥରେ ଅକ୍ଷୟ ଓ କୃତି ସ୍କ୍ରିନ୍ ଶେଆର୍ କରିବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ, ‘ହାଉସ୍‌ଫୁଲ୍-୪’ ସେଟ୍‌ରୁ ଅକ୍ଷୟ ଓ କୃତିଙ୍କ ମଧ୍ୟରେ ଭଲ ବଣ୍ଡିଂ […]

ଅଦ୍ୟତନ ହୋଇଛି
ଅକ୍ଷୟଙ୍କ ମନ ଜିତିଛନ୍ତି କୃତି

ak

Advertisment

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ହାଉସ୍‌ଫୁଲ୍‌-୪’ ବକ୍ସ ଅଫିସ୍‌ରେ ଧମାକା କରୁଛି। ଖୁବ୍‌ଶୀଘ୍ର ଏହା ୨୦୦ କୋଟି କ୍ଲବ୍‌ରେ ସାମିଲ ହେବାକୁ ଯାଉଛି। ଫିଲ୍ମରେ ଅକ୍ଷୟ ଓ କୃତିଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ତେବେ ଉଭୟଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଆଉ ଏକ ଖୁସି ଖବର ରହିଛି। ପୁଣି ଥରେ ଅକ୍ଷୟ ଓ କୃତି ସ୍କ୍ରିନ୍ ଶେଆର୍ କରିବାକୁ ଯାଉଛନ୍ତି।

Advertisment

ସୂଚନା ଅନୁଯାୟୀ, ‘ହାଉସ୍‌ଫୁଲ୍-୪’ ସେଟ୍‌ରୁ ଅକ୍ଷୟ ଓ କୃତିଙ୍କ ମଧ୍ୟରେ ଭଲ ବଣ୍ଡିଂ ହୋଇଯାଇଛି। ଏହି ଫିଲ୍ମରେ ପୂଜା ହେଗ୍‌ଡ଼େ ଓ କୃତି ଖରବନ୍ଦା ବି କାମ କରିଛନ୍ତି। ହେଲେ ଅକ୍ଷୟଙ୍କ ମନ ଜିତି ନେଇଛନ୍ତି କୃତି ସେନନ୍। କୃତିଙ୍କ କାମ ଅକ୍ଷୟଙ୍କୁ ବେଶ୍ ଭଲ ଲାଗିଛି। ତା’ ସହିତ କୃତିଙ୍କ ସହିତ ତାଙ୍କର ଅନ୍‌ସ୍କ୍ରିନ୍‌ ଯୋଡ଼ିକୁ ବି ଅକ୍ଷୟ ବହୁତ ପସନ୍ଦ କରିଛନ୍ତି।  ସେଥିପାଇଁ ତ ଯେତେବେଳେ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ପାଇଁ ଫିମେଲ୍‌ ଲିଡ୍‌ କାଷ୍ଟ କଥା ପଡ଼ିଲା, ଅକ୍ଷୟ ସର୍ବପ୍ରଥମେ ନିର୍ଦ୍ଦେଶକଙ୍କୁ କୃତିଙ୍କ ନାଁ କହିଥିଲେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଫିଲ୍ମ ପାଇଁ କୃତିଙ୍କ ନାଁ ଉପରେ ମୋହର ବାଜି ସାରିଛି। ଫିଲ୍ମଟି ଆସନ୍ତା ବର୍ଷ ବଡ଼ଦିନରେ ପରଦାକୁ ଆସିବ।

https://www.instagram.com/p/B39JkaPAkQK/?utm_source=ig_web_copy_link

ସୂଚନାଯୋଗ୍ୟ, ‘ବଚ୍ଚନ ପାଣ୍ଡେ’ ହେଉଛି ୨୦୧୪ରେ ରିଲିଜ୍ ହୋଇଥିବା ତେଲୁଗୁ ଫିଲ୍ମ ‘ବିରମ’ର ହିନ୍ଦୀ ରିମେକ୍‌। ଏହି ଫିଲ୍ମରେ ତମନ୍ନା ଭାଟ୍ଟିଆ ଓ ଅଜିତ୍ କୁମାର ଅଭିନୟ କରିଥିଲେ। ‘ବଚ୍ଚନ ପାଣ୍ଡେ’ର ପ୍ରଯୋଜନା ଭାର ସାଜିଦ ନାଦିଆଡ଼ୱାଲା ନେଇଥିବା ବେଳେ ନିର୍ଦ୍ଦେଶନା ଦେବେ ଫରହାଦ୍ ସାମଜୀ। ସେ ‘ହାଉସଫୁଲ୍‌-୪’ରେ ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe