Akshya-kumar
ମୁମ୍ବାଇ: ତାଜମହଲ ଆଗରେ ଖୁସିରେ ନାଚିଲେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର । ସେ ପୁଣି ହାତରେ ଗୋଲାପ ଫୁଲ ଧରି । କେବଳ ସେତିକି ନୁହେଁ ଐତିହାସିକ ଚରିତ୍ର ସଲିମ ଗେଟଅପରେ ସଜେଇ ହୋଇ ଅକ୍ଷୟ ହାତରେ ଗୋଲାପ ଧରି ନାଚିଛନ୍ତି । ତାଙ୍କର ଏହି ଡ୍ୟାନ୍ସ ଭିଡିଓକୁ ସେ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି । ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପ୍ରକୃତରେ ଅପକମିଂ ଫିଲ୍ମ ‘ଅତରଙ୍ଗିରେ’ ରେ ଅକ୍ଷୟ କୁମାରଙ୍କୁ ସଲିମ ଭୂମିକାରେ ଦେଖିବାକୁ ମିଳିବ । ନିକଟରେ ଏହି ଫିଲ୍ମର ଶୁଟିଂ ଆଗ୍ରାରେ ଚାଲିଛି । ଶୁଟିଂ ସେଟ ପଛର ଏକ ଭିଡିଓକୁ ଅକ୍ଷୟ ତାଙ୍କ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି । ଏହି ଭିଡିଓରେ ସେ ତାଜମହଲ ଠିକ୍ ସାମ୍ନାରେ ଥିବା ଗେଟ୍ ଆଗରେ ନାଚୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଦେଖି ଅନୁମାନ କରାଯାଉଛି ଯେ, ଫିଲ୍ମର କୌଣସି ଏକ ରୋମାଣ୍ଟିକ ଗୀତର ଶୁଟିଂ ଆଗ୍ରାରେ ଚାଲିଛି, ଯାହାକୁ ଏ.ଆର. ରହମାନ କମ୍ପୋଜ କରିଛନ୍ତି ।
ଆନନ୍ଦ ଏଲ.ରୟଙ୍କ ଫିଲ୍ମ ‘ଅତରଙ୍ଗି ରେ’ର ଶୁଟିଂ ଏବେ ଆଗ୍ରାରେ ଚାଲିଛି । ଫିଲ୍ମର ଲିଡ୍ ରୋଲରେ ଥିବା ବଲିଉଡ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ଆଗ୍ରାରେ ଡେରା ପକାଇଛନ୍ତି । ଏହି ଫିଲ୍ମର ଲିଡ ରୋଲରେ ଅକ୍ଷୟ କୁମାର , ସାରା ଅଲ୍ଲି ଖାନ ଏବଂ ସାଉଥ ସୁପରଷ୍ଟାର ଧନୁଷ ଅଛନ୍ତି । ଏଥିରେ ସାରା ଅଲ୍ଲି ଖାନଙ୍କୁ ଡବଲ ରୋଲରେ ଦେଖିବାକୁ ମିଳିବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/12/Akshya-kumar.jpg)