666
ମୁମ୍ବାଇ: ବଲିଉଡ୍ ଖିଲାଡ଼ି ଷ୍ଟାର୍ ଅକ୍ଷୟ କୁମାର ଏବେ ନିଜ ଫିଲ୍ମ ‘ହାଉସ୍ ଫୁଲ୍-୪’ର ଶୁଟିଂରେ ବ୍ୟସ୍ତ । ଫିଲ୍ମଟି ଜୈସଲ୍ମେର୍ରେ ଶୁଟିଂ ବେଳେ ଅକ୍ଷୟଙ୍କ ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।
ବାସ୍ତବରେ ନିଜ ଫିଟ୍ନେସ୍ ପାଇଁ ଅକ୍ଷୟ ବେଶ୍ ଜଣାଶୁଣା। ଆଉ ଏଥିପାଇଁ ସେ ରୀତିମତ ବ୍ୟାୟାମ୍ ବି କରନ୍ତି। ଫିଲ୍ମ ଶୁଟିଂବେଳେ ଏଇ ଅଭ୍ୟାସକୁ ସେ କେମିତି ଛାଡି ପାରିଥାନ୍ତେ କୁହନ୍ତୁ ତ?
ଅକ୍ଷୟ ସାଇକେଲିଂ କରୁଥିବାର ଏକ ଭିଡିଓ ଟ୍ୱିଟରରେ ଶେୟାର୍ କରିଛନ୍ତି। ଖାଲି ସାଇକେଲ ଚଳାଉ ନାହାନ୍ତି ବରଂ ସାଇକେଲ ଉପରେ ସେ ଷ୍ଟଣ୍ଟ୍ ବି କରୁଛନ୍ତି। ଏହା ସହ ସେ ବକ୍ସିଂ ଅଭ୍ୟାସ କରୁଥିବା ମଧ୍ୟ ଉକ୍ତ ଭିଡିଓରେ ଦେଖାଯାଇଛି। ଅକ୍ଷୟ ଏହି ଭିଡିଓ ଶେୟାର କରି ତାଙ୍କ ଫ୍ୟାନ୍ଙ୍କୁ ଚେତାବନୀ ଦେଇଛନ୍ତି ଆଉ ଲେଖିଛନ୍ତି, “କେହି ବି ରାସ୍ତାରେ ଏମିତି କରିବାକୁ ଚେଷ୍ଟା କରନ୍ତୁ ନାହିଁ।”
ସୂଚନାଯୋଗ୍ୟ, ଅକ୍ଷୟ ନିଜର ନିୟମିତ ଦିନଚର୍ଯ୍ୟାରେ ଖାଇବା ପିଇବା ଓ ଅନ୍ୟ କାମ ସହ ୱାର୍କଆଉଟ୍କୁ ବି ସାମିଲ୍ କରନ୍ତି।
ଏହା ପୂର୍ବରୁ ଅକ୍ଷୟ ଆଉ ଏକ ଭିଡିଓ ଶେୟାର କରିଥିଲେ। ଏହି ଭିଡିଓରେ ସେ ‘ନେକ୍ ଏକ୍ସରସାଇଜ୍ କରୁଥିବା ଦେଖିବାକୁ ମିଳିଥିଲା। ସେ ଏକ ରିଙ୍ଗ୍କୁ ନିଜ ବେକରେ ପୂରାଇ ବୁଲାଇଥିଲେ। ଏହି ଭିଡିଓରେ ସେ କ୍ୟାପ୍ସନ୍ ଦେଇଥିଲେ- “ସୁନ୍ଦର ସକାଳର ମୁଁ ସବୁବେଳେ ଦିୱାନା।” ଲେଖିଥିଲେ- “ଜୈଶଲମେର୍ରେ ସକାଳ ଆହୁରି ସୁନ୍ଦର। ମୁଁ ଏବେ ନେକ୍ ଏକ୍ସରସାଇଜ୍ କରୁଛି। ମୋତେ ବାହାରେ କସରତ କରିବା ଖୁବ୍ ପସନ୍ଦ। ଏହା ମନ ଓ ମସ୍ତିଷ୍କକୁ ସତେଜ ରଖିଥାଏ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/10/666.jpg)