ଅକ୍ଷୟଙ୍କୁ ଅନୁମତି ଦେଲେ ଯୋଗୀ

ମୁମ୍ବାଇ: ଉତ୍ତରପ୍ରଦେଶର ଅଯୋଧ୍ୟରେ ତିଆରି ହେବ ‘ରାମସେତୁ’। ଏଥିପାଇଁ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ଗ୍ରୀନ ସିଗନାଲ୍ ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ସିଏମଓ ଅଫିସରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି । ନିକଟରେ ଯୋଗୀ ଆଦିତ୍ୟ ନାଥ ମୁମ୍ବାଇ ଗସ୍ତରେ ଆସିଥିଲେ । ଯୋଗୀ ସରକାର ଉତ୍ତରପ୍ରଦେଶରେ ନିର୍ମାଣ ହେବାକୁ ଥିବା ଫିଲ୍ମ ସିଟି ବିଷୟରେ କେତେଜଣ କଳାକାରଙ୍କୁ ଭେଟିଥିଲେ । ଏହି ସମୟରେ ଅକ୍ଷୟ କୁମାର ମଧ୍ୟ […]

akshya-yogi

akshya-yogi

Madhupriya Mistry
  • Published: Saturday, 05 December 2020
  • Updated: 05 December 2020, 01:13 PM IST

ମୁମ୍ବାଇ: ଉତ୍ତରପ୍ରଦେଶର ଅଯୋଧ୍ୟରେ ତିଆରି ହେବ ‘ରାମସେତୁ’। ଏଥିପାଇଁ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ଗ୍ରୀନ ସିଗନାଲ୍ ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ସିଏମଓ ଅଫିସରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି ।

ନିକଟରେ ଯୋଗୀ ଆଦିତ୍ୟ ନାଥ ମୁମ୍ବାଇ ଗସ୍ତରେ ଆସିଥିଲେ । ଯୋଗୀ ସରକାର ଉତ୍ତରପ୍ରଦେଶରେ ନିର୍ମାଣ ହେବାକୁ ଥିବା ଫିଲ୍ମ ସିଟି ବିଷୟରେ କେତେଜଣ କଳାକାରଙ୍କୁ ଭେଟିଥିଲେ । ଏହି ସମୟରେ ଅକ୍ଷୟ କୁମାର ମଧ୍ୟ ଯୋଗୀ ଆଦିତ୍ୟ ନାଥଙ୍କୁ ଭେଟିଥିଲେ । ତାଙ୍କୁ ଭେଟି ଅପକମିଂ ଫିଲ୍ମ ‘ରାମସେତୁ’ ଶୁଟିଂ ଅଯୋଧ୍ୟା ନଗରୀର ରିଅଲ ଲୋକେସନରେ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏବେ ଖିଲାଡି ଷ୍ଟାରଙ୍କ ଏହି ଇଚ୍ଛାକୁ ଯୋଗୀ ସରକାର ଗ୍ରହଣ କରିବା ସହ ତାଙ୍କୁ ଅଯୋଧ୍ୟାରେ ଶୁଟିଂ କରିବା ପାଇଁ ଅନୁମତି ଦେଇଛନ୍ତି। ୨୦୨୧ର ମଧ୍ୟ ଭାଗରେ ଫିଲ୍ମ ‘ରାମ ସେତୁ’ର ଶୁଟିଂ ଅଯୋଧ୍ୟାର ରିଅଲ ଲୋକେସନରେ ହେବ ।

ଅକ୍ଷୟ କୁମାର ଦୀପାବଳି ଅବସରେ ନିଜ ଅପକମିଂ ଫିଲ୍ମ ‘ରାମ ସେତୁ’ର ଘୋଷଣା କରିଥିଲେ । ଏଥିସହ ସୋଶାଲ ମିଡିଆରା ଫିଲ୍ମର ଫାଷ୍ଟ ଲୁକ୍ ମଧ୍ୟ ଜାରି କରିଥିଲେ । ଏଥିରେ ଅକ୍ଷୟଙ୍କୁ ରାମ ସେତୁ ଉପରେ ଚାଲୁଥିବା ଦେଖିବାକୁ ମିଳିଥିଲା । ପୋଷ୍ଟର ବ୍ୟାକ ଗ୍ରାଉଣ୍ଡରେ ରାମଙ୍କ ଏକ ବଡ ଫଟୋ ଚିତ୍ର ସହ ‘ସତ ନା କଳ୍ପନା’ କ୍ୟାପସନ ଲେଖା ହୋଇଥିଲା । ଅଭିଷେକ ବର୍ମାଙ୍କ ନିର୍ଦ୍ଦେଶନାରେ ତିଆରି ହେବାକୁ ଯାଉଥିବା ଏହି ଫିଲ୍ମର ଲିଡ୍ ରୋଲରେ ଅକ୍ଷୟ କୁମାର ଥିବା ବେଳେ ତାଙ୍କ ଅପୋଜିଟରେ କେଉଁ ନାୟିକା ନଜର ଆସିବେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos