Advertisment

ଅକ୍ଷୟ ଆହତ

ମୁମ୍ବାଇ: ‘ହାଉସ୍‌ଫୁଲ୍‌ ୪’ ଜରିଆରେ ବକ୍ସ ଅଫିସ୍‌ରେ ଧମାଲ କରିଥିବା ବେଳେ ଅକ୍ଷୟ କୁମାର ଏବେ ଷ୍ଟାର ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ଖବର ଆସିଛି ଯେ ‘ସୂର୍ଯ୍ୟବଂଶୀ’ ସେଟ୍‌ରେ ସେ ଆହତ ହୋଇଯାଇଛନ୍ତି। କିନ୍ତୁ ଏଥିପାଇଁ ସେ ଶୁଟିଂ ବନ୍ଦ କରି ନାହାନ୍ତି। ସୂଚନା ଅନୁଯାୟୀ, ଅକ୍ଷୟ ଫିଲ୍ମରେ କିଛି ଆକ୍ସନ୍‌ ସିନ୍ ଶୁଟିଂ କରୁଥିବା ସମୟରେ ଆହତ ହୋଇଥିଲେ। ତାଙ୍କ ବାମ ହାତରେ ଆଘାତ ଲାଗିଛି। […]

ଅକ୍ଷୟ ଆହତ

ak

Advertisment

ମୁମ୍ବାଇ: ‘ହାଉସ୍‌ଫୁଲ୍‌ ୪’ ଜରିଆରେ ବକ୍ସ ଅଫିସ୍‌ରେ ଧମାଲ କରିଥିବା ବେଳେ ଅକ୍ଷୟ କୁମାର ଏବେ ଷ୍ଟାର ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ଖବର ଆସିଛି ଯେ ‘ସୂର୍ଯ୍ୟବଂଶୀ’ ସେଟ୍‌ରେ ସେ ଆହତ ହୋଇଯାଇଛନ୍ତି। କିନ୍ତୁ ଏଥିପାଇଁ ସେ ଶୁଟିଂ ବନ୍ଦ କରି ନାହାନ୍ତି।

Advertisment

ସୂଚନା ଅନୁଯାୟୀ, ଅକ୍ଷୟ ଫିଲ୍ମରେ କିଛି ଆକ୍ସନ୍‌ ସିନ୍ ଶୁଟିଂ କରୁଥିବା ସମୟରେ ଆହତ ହୋଇଥିଲେ। ତାଙ୍କ ବାମ ହାତରେ ଆଘାତ ଲାଗିଛି। କୁହାଯାଉଛି,  ତାଙ୍କ ହାତର ଶିରାରେ କିଛି ସମସ୍ୟା ଦେଖାଦେଇଛି। ପ୍ରାଥମିକ ଚିକିତ୍ସା ପରେ ସେ ଶୁଟିଂ ଆରମ୍ଭ କରି ଦେଇଛନ୍ତି। ଫିଲ୍ମର ଏକ ଟିଜର୍‌ ରିଲିଜ୍‌ ହୋଇଛି, ଯେଉଁଥିରେ ସେ ହାତରେ ଏକ କଳା ପଟି ବାନ୍ଧିଥିବା ସ୍ପଷ୍ଟ ଜଣାପଡ଼ୁଛି।

https://www.instagram.com/p/B4j3pV6Hze-/?utm_source=ig_web_copy_link

ଏହି ଫିଲ୍ମ ଜରିଆରେ ଦର୍ଶକ ପୁଣି ଥରେ ଅକ୍ଷୟ ଓ କ୍ୟାଟ୍ରିନାଙ୍କୁ ଏକାଠି ଦେଖିପାରିବେ। ପାଖାପାଖି ୯ ବର୍ଷ ପରେ ଏଦୁହେଁ ପୁଣି ପରଦାରେ ଏକାଠି ଦେଖାବାକୁ ମିଳିବ। ଶେଷଥର ପାଇଁ ଏମାନଙ୍କୁ ଫିଲ୍ମ ‘ତିସ୍‌ମାର୍‌ ଖାନ୍‌’ରେ ଏକାଠି ଦଖିବାକୁ ମିଳିଥିଲା। ଏହି ଯୋଡ଼ି ବଲିଉଡ୍‌କୁ 'ନମସ୍ତେ ଲଣ୍ଡନ୍‘, ‘ହମ୍‌କୋ ଦିୱାନା କର୍‌ଗୟେ’, ‘ସିହଂ ଇଜ୍ କିଙ୍ଗ୍’ ଓ ‘ୱେଲକମ୍‌’ ପରି ସୁପର୍‌ହିଟ୍‌ ଫିଲ୍ମ ଦେଇଛନ୍ତି।

Advertisment

https://www.instagram.com/p/B3bZrdyHdrZ/?utm_source=ig_web_copy_link

ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ବଲିଉଡର ଦୁଇ ଜଣ ବଡ଼ ନିର୍ମାତା ରୋହିତ ଶେଟ୍ଟୀ ଓ କରଣ ଜୋହର୍‌ ମିଶି ତିଆରି କରୁଛନ୍ତି। ଫିଲ୍ମର ଅଧିକାଂଶ ସିନ୍‌ର ଶୁଟିଂ ବ୍ୟାଙ୍କକ୍‌, ହାଇଦ୍ରାବାଦ୍‌ ଓ ମୁମ୍ବାଇରେ ହୋଇଛି। ଏହି ଫିଲ୍ମଟି ରୋହିତ୍‌ଙ୍କ କୋପ୍‌ (ପୁଲିସ୍) ସିରିଜ୍‌ର ଚତୁର୍ଥ ଫିଲ୍ମ। ଏହା ପୂର୍ବରୁ ଏହି ସିରିଜ୍‌ର ଫିଲ୍ମ ‘ସିଙ୍ଘମ୍‌’ ଓ ‘ସିଙ୍ଘମ୍ ରିଟର୍ନସ୍’ରେ ଅଜୟ ଦେବ୍‌ଗନ ଓ ତୃତୀୟ ଫିଲ୍ମ ‘ସିମ୍ବା’ରେ ରଣବୀର ସିଂହ ଅଭିନୟ କରିଥିଲେ। ଅକ୍ଷୟ ପ୍ରଥମଥର ପାଇଁ ଏହି ସିରିଜ୍‌ରେ କାମ କରୁଛନ୍ତି।  ସେ ଏଥିରେ ଏଟିଏସ୍ (ଆଣ୍ଟି ଟେରୋରିଜିମ୍ ସ୍କ୍ୱାଡ୍) ଚିଫ୍‌ ଭୂମିକାରେ ଅଭିନୟ କରିଛନ୍ତି। ସୂଚନା ଅନୁଯାୟୀ, ଏହି ଫିଲ୍ମରେ ଅଜୟ ଦେଭଗନ୍‌ ଓ ରଣବୀର ସିଂହଙ୍କୁ ଅତିଥି କଳାକାର ଭାବେ ଦେଖିବାକୁ ମିଳିବ। ଆସନ୍ତା ବର୍ଷ ମାର୍ଚ୍ଚ ୨୭ରେ ଫିଲ୍ମଟି ରିଲିଜ୍‌ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe