Advertisment

ଆଗାମୀ ଫିଲ୍ମ ପାଇଁ ଫିସ୍ ବଢ଼ାଇଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଖିଲାଡ଼ୀ ଅକ୍ଷୟ କୁମାର ଏବେ ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମ କରୁଛନ୍ତି। ନିକଟରେ ଦିୱାଲୀ ଅବସରରେ ଅକ୍ଷୟ ପ୍ରଶଂସକଙ୍କ ସହ ତାଙ୍କର ଆଗାମୀ ଫିଲ୍ମ ‘ରାମ ସେତୁ’ର ପୋଷ୍ଟର ରିଲିଜ କରି ଏହା ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ ‘ରାମ ସେତୁ’ ବ୍ୟତୀତ ଅକ୍ଷୟଙ୍କୁ ଆଗକୁ ଆଉ ଏକ ନୂଆ କମେଡ଼ି ଫିଲ୍ମରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଅକ୍ଷୟଙ୍କୁ ଫିସ୍‌କୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ସୂଚନା ମିଳୁଛ ଯେ ଅକ୍ଷୟ ଏହି […]

ଆଗାମୀ ଫିଲ୍ମ ପାଇଁ ଫିସ୍ ବଢ଼ାଇଲେ ଅକ୍ଷୟ

akshaya-kumar

Advertisment

ମୁମ୍ବାଇ: ବଲିଉଡ ଖିଲାଡ଼ୀ ଅକ୍ଷୟ କୁମାର ଏବେ ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମ କରୁଛନ୍ତି। ନିକଟରେ ଦିୱାଲୀ ଅବସରରେ ଅକ୍ଷୟ ପ୍ରଶଂସକଙ୍କ ସହ ତାଙ୍କର ଆଗାମୀ ଫିଲ୍ମ 'ରାମ ସେତୁ'ର ପୋଷ୍ଟର ରିଲିଜ କରି ଏହା ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ ‘ରାମ ସେତୁ’ ବ୍ୟତୀତ ଅକ୍ଷୟଙ୍କୁ ଆଗକୁ ଆଉ ଏକ ନୂଆ କମେଡ଼ି ଫିଲ୍ମରେ ଦେଖିବାକୁ ମିଳିବ।

Advertisment

ଏହି ଫିଲ୍ମରେ ଅକ୍ଷୟଙ୍କୁ ଫିସ୍‌କୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ସୂଚନା ମିଳୁଛ ଯେ ଅକ୍ଷୟ ଏହି କମେଡ଼ି ଫିଲ୍ମ ପାଇଁ ୧୦୦ କୋଟି ଟଙ୍କା ଫିସ୍ ମାଗିଛନ୍ତି। ଜ୍ୟାକି ଭାଗ୍ନାନୀ ଏହି କମେଡ଼ି ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଜ୍ୟାକି  ପୁର୍ବରୁ ଅକ୍ଷୟଙ୍କ ଫିଲ୍ମ ‘ବେଲ୍ ବଟମ୍’ର ମଧ୍ୟ ନିର୍ମାତା ଥିଲେ।

Advertisment

ସୂଚନା ଅନୁଯାୟୀ, ଫିଲ୍ମର ସ୍କ୍ରିପ୍କୁ ନେଇ ଆଲୋଚନା ଶେଷ ହୋଇ।ଯାଇଛି। ଅନ୍ୟପଟେ ଫିଲ୍ମର ପ୍ରଡକ୍ସନ୍ ବଜେଟ୍ ପ୍ରାୟ ୪୫ କୋଟି ହେଉଛି। ତେବେ ଫିଲ୍ମର ମୋଟ ବଜେଟ୍ ୧୫୦ କୋଟି ହୋଇଛି। ସୂଚନା ମୁତାବକ, ଅକ୍ଷୟ କୁମାର ମାତ୍ର ୪୫ ଦିନ ମଧ୍ୟରେ ଫିଲ୍ମର ଶୁଟିଂ ଶେଷ କରିବେ। ତେବେ ଫିଲ୍ମର ବଜେଟ୍‌ର ଅଧାରୁ ଅଧିକ ଭାଗ ଏହାର ସେଟେଲାଇଟ୍, ଗୀତ ଏବଂ ଡିଜିଟାଲ୍ ରାଇଟ୍ସରୁ ହିଁ ଆୟ କରିନେବ।

ସୂଚନାନୁସାରେ, ଏହି ଫିଲ୍ମ ବକ୍ସ ଅଫିସରୁ ମାତ୍ର ୫୦ ରୁ୬୦ କୋଟି ଟଙ୍କା ସଂଗ୍ରହ କରିପାରିବ। ଆସନ୍ତା ବର୍ଷ ଜୁଲାଇରୁ ଫିଲ୍ମର ସୁଟିଂ ଆରମ୍ଭ ହେବ। ତେବେ ନିର୍ମାତାମାନେ ଫିଲ୍ମ ରିଲିଜ୍ ୨୦୨୨ରେ କରିବାକୁ ଯୋଜନା କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe