Advertisment

ଆଖି ବୁଜିଲେ ଅକ୍ଷୟ କୁମାରଙ୍କ ମା’

ମୁମ୍ବାଇ: ବଲିଉଡର ଖିଲାଡି ଷ୍ଟାର୍ ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କର ପରଲୋକ ହୋଇଯାଇଛି। ଆଜି ସକାଳେ ମୁମ୍ବାଇର ହୀରାନନ୍ଦାନୀ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା ଯୋଗୁ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଅକ୍ଷୟ କୁମାର ସୋଶାଲ୍ ମିଡିଆ ଯୋଗେ ତାଙ୍କ ମା’ଙ୍କ ଦେହାନ୍ତ ଖବରକୁ ସାର୍ବଜନୀନ କରିଛନ୍ତି।  ଗତ କିଛି ଦିନ ଧରି ଅକ୍ଷୟ ତାଙ୍କର ଆଗାମୀ ଫିଲ୍ମ ‘ସିଣ୍ଡ୍ରେଲା’ର ଶୁଟିଂରେ ବ୍ୟସ୍ତ ଥିଲେ। ହେଲେ ମା’ଙ୍କ […]

ଅଦ୍ୟତନ ହୋଇଛି
ଆଖି ବୁଜିଲେ ଅକ୍ଷୟ କୁମାରଙ୍କ ମା’

akshay-kumar with mother

Advertisment

ମୁମ୍ବାଇ: ବଲିଉଡର ଖିଲାଡି ଷ୍ଟାର୍ ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କର ପରଲୋକ ହୋଇଯାଇଛି। ଆଜି ସକାଳେ ମୁମ୍ବାଇର ହୀରାନନ୍ଦାନୀ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା ଯୋଗୁ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଆଇସିୟୁରେ ରଖାଯାଇଥିଲା।

Advertisment

ଅକ୍ଷୟ କୁମାର ସୋଶାଲ୍ ମିଡିଆ ଯୋଗେ ତାଙ୍କ ମା’ଙ୍କ ଦେହାନ୍ତ ଖବରକୁ ସାର୍ବଜନୀନ କରିଛନ୍ତି।  ଗତ କିଛି ଦିନ ଧରି ଅକ୍ଷୟ ତାଙ୍କର ଆଗାମୀ ଫିଲ୍ମ ‘ସିଣ୍ଡ୍ରେଲା’ର ଶୁଟିଂରେ ବ୍ୟସ୍ତ ଥିଲେ। ହେଲେ ମା’ଙ୍କ ଅସୁସ୍ଥତା ହେତୁ ସେ ଲଣ୍ଡନରୁ ମୁମ୍ବାଇ ଫେରି ଆସିଥିଲେ

ଅକ୍ଷୟ ନିଜ ସୋଶାଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି, ସେ ମୋ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ। ଆଜି ଅସହନୀୟ ଯନ୍ତ୍ରଣା ହେଉଛି। ଆଜି ସକାଳେ ମୋ ମା’ ଦୁନିଆକୁ ଅଲବିଦା କହିଦେଲେ। ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଏବେ ମା’ ବି ତାଙ୍କ ପାଖକୁ ଚାଲି ଯାଇଛନ୍ତି। ମୁଁ ଓ ମୋ ପରିବାର ଏବେ ଏକ କଷ୍ଟକର ସମୟ ଦେଇ ଗତି କରୁଥିବା ବେଳେ ଆପଣମାନଙ୍କ ପ୍ରାର୍ଥନା ପାଇଁ ବହୁତ ବହୁତ ଧନ୍ୟବାଦ ।

Advertisment

https://www.instagram.com/p/CTi9v8ToZ-d/?utm_source=ig_web_copy_link

Bollywood Akshay Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe