Advertisment

ଶେଷରେ ମୁହଁ ଖୋଲିଲେ ଅକ୍ଷୟ, କହିଲେ 'ସମସ୍ତେ ସମାନ ନୁହନ୍ତି'

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ନେଇ ଯେପରି ବଲିଉଡ୍ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ପରେ ଗୋଟିଏ ବିବାଦ ବଲିଉଡରୁ ସାମ୍ନାକୁ ଆସୁଛି। ଏହାରି ଭିତରେ ଏମସ୍ ପ୍ୟାନେଲ୍ ରିପୋର୍ଟରୁ ଜଣାପଡ଼ିଛି ସୁଶାନ୍ତ ଆତ୍ମହତ୍ୟା କରିଥିଲେ। ତାଙ୍କର ହତ୍ୟା କରାଯାଇ ନାହିଁ। ଏହା ପରେ ପରେ ବଲିଉଡ୍ ସୁପରଷ୍ଟାର୍ ଅକ୍ଷୟ କୁମାର ଶେଷରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ପ୍ରାୟ 4 ମିନିଟର ଏକ ଭିଡିଓ ଶେୟାର କରି ଅକ୍ଷୟ ସମସ୍ତଙ୍କୁ ଅପିଲ୍ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଶେଷରେ ମୁହଁ ଖୋଲିଲେ ଅକ୍ଷୟ, କହିଲେ 'ସମସ୍ତେ ସମାନ ନୁହନ୍ତି'

akshay

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ନେଇ ଯେପରି ବଲିଉଡ୍ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ପରେ ଗୋଟିଏ ବିବାଦ ବଲିଉଡରୁ ସାମ୍ନାକୁ ଆସୁଛି। ଏହାରି ଭିତରେ ଏମସ୍ ପ୍ୟାନେଲ୍ ରିପୋର୍ଟରୁ ଜଣାପଡ଼ିଛି ସୁଶାନ୍ତ ଆତ୍ମହତ୍ୟା କରିଥିଲେ। ତାଙ୍କର ହତ୍ୟା କରାଯାଇ ନାହିଁ। ଏହା ପରେ ପରେ ବଲିଉଡ୍ ସୁପରଷ୍ଟାର୍ ଅକ୍ଷୟ କୁମାର ଶେଷରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

Advertisment

ପ୍ରାୟ 4 ମିନିଟର ଏକ ଭିଡିଓ ଶେୟାର କରି ଅକ୍ଷୟ ସମସ୍ତଙ୍କୁ ଅପିଲ୍ କରିଛନ୍ତି। ଏହାସହ କ୍ୟାପଶନରେ ଲେଖିଛନ୍ତି, "ଅନେକ ଦିନ ହେଲା ମନରେ କିଛି କଥା ଥିଲା। ହେଲେ ବୁଝିପାରୁ ନ ଥିଲି କଣ କହିବି, କେମିତି କହିବି। ଆଜି ଆପଣମାନଙ୍କ ସହ ଶେୟାର କରିବାକୁ ସ୍ଥିର କରିଛି।"

ଭିଡିଓରେ ଅକ୍ଷୟ କହିଛନ୍ତି, ଆଜି କୋହଭରା ହୃଦୟ ନେଇ ଆପଣଙ୍କ ସହ କଥା ହେଉଛି। ଗତ କିଛି ସପ୍ତାହ ହେଲା ଅନେକ କିଛି କହିବାକୁ ଚାହୁଥିଲି। ହେଲେ ଚାରିଆଡ଼େ ଏତେ ମାତ୍ରାରେ ନକାରାତ୍ମକତା ଯେ, ବୁଝିପାରୁ ନ ଥିଲି କଣ କହିବି, କାହାକୁ କହିବି, କେତିକି କହିବି। ଆମେ ଯଦିଓ ତାରକା, ହେଲେ ବଲିଉଡକୁ ଆପଣ ଆପଣଙ୍କ ଭଲପାଇବା ଦେଇ ତିଆରି କରିଛନ୍ତି। ଆମେ କେବଳ ଇଣ୍ଡଷ୍ଟ୍ରୀ ନୁହନ୍ତି, ଆମେ ଫିଲ୍ମ ଜରିଆରେ ଆମ ଦେଶର ସଂସ୍କୃତି, ମହତ୍ୱକୁ ଦୁନିଆର ପ୍ରତ୍ୟେକ କୋଣରେ ପହଞ୍ଚାଇଛୁ। ଯେତେବେଳେ ଦର୍ଶକ ଯାହା ଚାହିଁଛନ୍ତି, ତାହା ସିନେମାରେ ଦେଖାଇବାକୁ ସବୁବେଳେ ଚେଷ୍ଟା କରିଛୁ।

Advertisment

ଏଭଳି ପରିସ୍ଥିତିରେ ଆଜି ଯଦି ଆପଣଙ୍କ ଭାବନାରେ କ୍ରୋଧ ରହିଛି। ତାହା ବି ଆମେ ସ୍ୱିକାର କରୁଛୁ। ସୁଶାନ୍ତ ସିଂହ ରାଜପୁତଙ୍କ ଅଚାନକ ମୃତ୍ୟୁ ପରେ ଏଭଳି ଅନେକ ପ୍ରସଙ୍ଗ ସାମ୍ନାକୁ ଆସିଛି, ଯଦ୍ଦ୍ୱାରା ଆପଣମାନେ ଯେତିକି କଷ୍ଟ ପାଇଛନ୍ତି, ଆମକୁ ବି ସେତିକି ଦେଇଛି। ଏହି ପ୍ରସଙ୍ଗଗୁଡ଼ିକ ଆଜି ଆମକୁ ନିଜର ତର୍ଜମା କରିବାକୁ ବାଧ୍ୟ କରିଛି। ଏହି ପ୍ରସଙ୍ଗଗୁଡ଼ିକ ଆମ ଫିଲ୍ମ ଇଣ୍ଡଷ୍ଚ୍ରୀର ଅନେକ ତ୍ରୁଟିକୁ ଦେଖିବାକୁ ବାଧ୍ୟ କରିଛି, ଯାହା ଉପରେ ଧ୍ୟାନ ଦିଆଯିବା ନିହାତି ଆବଶ୍ୟକ। ଯେପରି ନାରକୋଟିକ୍ସ ଓ ଡ୍ରଗ୍ସ ବିଷୟରେ ଏବେ ଚର୍ଚ୍ଚା ହେଉଛି। ମୁଁ କେବେ ବି ଛାତି ଉପରେ ହାତ ରଖି ଏହାକୁ ଅସ୍ୱୀକାର କରିପାରିବି ନାହିଁ।

ସେ ପୁଣି କହିଛନ୍ତି, ଯେପରି ପ୍ରତ୍ୟେକ ଇଣ୍ଡଷ୍ଟ୍ରୀରେ ସବୁ ପେସାରେ ଏଭଳି ହୋଇପାରେ। କିନ୍ତୁ ପ୍ରତ୍ୟେକ ଇଣ୍ଡଷ୍ଟ୍ରୀର ପ୍ରତ୍ୟେକ ପେସାଦାର ଏଥିରେ ଜଡ଼ିତ ହୋଇ ନ ପାରେ। ଡ୍ରଗ୍ସ ଏକ ଆଇନଗତ ମାମଲା। ଏହାର ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଉ ଏଥିରେ ଫିଲ୍ମ ଇଣ୍ଡଷ୍ଚ୍ରୀର ପ୍ରତ୍ୟେକ ବ୍ୟକ୍ତି ତଦନ୍ତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ କରିବ ମୁଁ ଜାଣିଛି। ହେଲେ ହାତ ଯୋଡ଼ି ଅନୁରୋଧ କରୁଛି, ସମ୍ପୂର୍ଣ୍ଣ ଫିଲ୍ମ ଇଣ୍ଡଷ୍ଚ୍ରୀକୁ ଏକ ବଦନାମ ଦୁନିଆ ଭଳି ଦେଖନ୍ତୁ ନାହିଁ। ଏହା ଠିକ୍ ନୁହେଁ। ଏହା ଭୁଲ୍।

ସେ ଆହୁରି ମଧ୍ୟ କହିଛନ୍ତି, ବ୍ୟକ୍ତିଗତ ଭାବେ ମିଡିଆର ଶକ୍ତି ଉପରେ ମୋର ସବୁବେଳେ ବିଶ୍ୱାସ ରହିଛି। ମିଡିଆର ସଠିକ୍ ପ୍ରସଙ୍ଗ ସଠିକ୍ ସମୟରେ ନ ଉଠାଇଲେ ଅନେକ ଲୋକଙ୍କୁ ନ୍ୟାୟ ମିଳିପାରିବ ନାହିଁ। ମୁଁ ହୃଦୟରୁ ଅନୁରୋଧ କରି କହୁଛି ଯେ, ମିଡିଆ ସ୍ୱର ଉତ୍ତୋଳନ କରିବା ବେଳେ ଟିକେ ସମ୍ବେଦନଶୀଳ ହେଉ। କାରଣ ଗୋଟିଏ ନକାରାତ୍ମକ ଖବର ଜଣେ ବ୍ୟକ୍ତିଙ୍କ ବର୍ଷ ବର୍ଷର ସମ୍ମାନ ଏବଂ ପରିଶ୍ରମକୁ ବରବାଦ୍ କରିପାରେ। ଶେଷରେ ଫ୍ୟାନମାନଙ୍କୁ ଏତିକି ଅନୁରୋଧ, ଆପଣମାନେ ଆମକୁ ତିଆରି କରିଛନ୍ତି। ଆପଣଙ୍କ ବିଶ୍ୱାସ ଭାଙ୍ଗିବାକୁ ଦେବୁନାହିଁ। ଆପଣ ଯଦି ରାଗିଛନ୍ତି, ଆମେ ନିଜର ଦୋଷ ତ୍ରୁଟି ସୁଧାରିବାକୁ ଆହୁରି ପରିଶ୍ରମ କରିବୁ। ଆପଣ ଥିଲେ, ଆମେ ଅଛୁ। ଆପଣଙ୍କ ସମର୍ଥନ ରଖିଥାନ୍ତୁ।

Bollywood Akshay Kumar