Advertisment

ଫୋର୍ବସ୍ ତାଲିକାରେ ଅକ୍ଷୟ ଏକମାତ୍ର ଭାରତୀୟ ତାରକା

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କୁ କିଏ ବା ନ ଭଲ ପାଏ। ଅଭିନୟ ଯେତିକି ଭଲ, ହୃଦୟଟି ବି ସେତିକି ଭଲ। ସେ ରିଲ୍ ଲାଇଫ ହେଉ ବା ରିୟଲ ଲାଇଫ୍ ସବୁବେଳେ କିଛି ନିଆରା କରି ଅକ୍ଷୟ ସବୁବେଳେ ଚର୍ଚ୍ଚା ସାଉଁଟି ଥାନ୍ତି। ଏବେ ଲକଡାଉନ୍ ପରିସ୍ଥିତିରେ ପୁଣି ଅକ୍ଷୟଙ୍କ ସଫଳତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅକ୍ଷୟ କୁମାର ବଲିଉଡର ଏଭଳି ଜଣେ ସୁପରଷ୍ଟାର, ଯିଏ ବର୍ଷକରେ ୪-୫ଟି ଫିଲ୍ମ ନିଶ୍ଚୟ କରନ୍ତି। […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଫୋର୍ବସ୍ ତାଲିକାରେ ଅକ୍ଷୟ ଏକମାତ୍ର ଭାରତୀୟ ତାରକା

akshaya-kumar

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କୁ କିଏ ବା ନ ଭଲ ପାଏ। ଅଭିନୟ ଯେତିକି ଭଲ, ହୃଦୟଟି ବି ସେତିକି ଭଲ। ସେ ରିଲ୍ ଲାଇଫ ହେଉ ବା ରିୟଲ ଲାଇଫ୍ ସବୁବେଳେ କିଛି ନିଆରା କରି ଅକ୍ଷୟ ସବୁବେଳେ ଚର୍ଚ୍ଚା ସାଉଁଟି ଥାନ୍ତି। ଏବେ ଲକଡାଉନ୍ ପରିସ୍ଥିତିରେ ପୁଣି ଅକ୍ଷୟଙ୍କ ସଫଳତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Advertisment

akshaya-kumar

ଅକ୍ଷୟ କୁମାର ବଲିଉଡର ଏଭଳି ଜଣେ ସୁପରଷ୍ଟାର, ଯିଏ ବର୍ଷକରେ ୪-୫ଟି ଫିଲ୍ମ ନିଶ୍ଚୟ କରନ୍ତି। ଆଉ ସବୁ ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇ ଭଲ ବ୍ୟବସାୟ ମଧ୍ୟ କରେ। ଗତ ବର୍ଷ ଅକ୍ଷୟଙ୍କ କେସରୀ, ମିଶନ ମଙ୍ଗଲ, ହାଉସଫୁଲ୍-୪ ଏବଂ ଗୁଡ୍-ନ୍ୟୁଜ୍ ଫିଲ୍ମ ହିଟ୍ ରହିଥିଲା। ବକ୍ସ-ଅଫିସରେ ସବୁ ଫିଲ୍ମ ଖୁବ୍ ବ୍ୟବସାୟ କରିଥିଲା। ଆଉ ଏବେ ସେ ୨୦୨୦ ମସିହାର ସର୍ବାଧିକ ଆୟ କରିଥିବା ଟପ୍-୧୦୦ ସେଲିବ୍ରିଟିଙ୍କ ତାଲିକାରେ ସାମିଲ ହୋଇଯାଇଛନ୍ତି।

akshaya-kumar

ଫୋର୍ବସ୍ ପତ୍ରିକା ପ୍ରକାଶ କରିଛି ୨୦୨୦ ମସିହାର ସବୁଠାରୁ ଅଧିକ ଆୟ କରିଥିବା ଟପ୍-୧୦୦ ସେଲିବ୍ରିଟିଙ୍କ ତାଲିକା। ଏହି ତାଲିକାରେ ଏକମାତ୍ର ଭାରତୀୟ ସେଲିବ୍ରିଟି ଭାବେ ବଲିଉଡ୍ ଖିଲାଡି ଅକ୍ଷୟ କୁମାରଙ୍କ ନାମ ରହିଛି। ଫୋର୍ବସର ଏହି ତାଲିକାରେ ଅକ୍ଷୟ ୫୨ ସ୍ଥାନରେ ରହିଛନ୍ତି। ତେବେ ଟ୍ୟାକ୍ସ ଦେବା ପୂର୍ବରୁ ଅକ୍ଷୟଙ୍କ ଆୟ ୪.୮ କୋଟି ଡଲାର ଅର୍ଥାତ୍ ପ୍ରାୟ ୩୬୨ କୋଟି ଟଙ୍କା ବୋଲି ପତ୍ରିକାରେ କୁହାଯାଇଛି। ସବୁଠାରୁ ମଜାଦାର ବିଷୟ ହେଲା, ହଲିଉଡ୍ ଷ୍ଟାର୍ ବ୍ରାଣ୍ଡ୍ ପିଟ୍ ଏବଂ ଟମ୍ କ୍ରୁଜ୍ ମଧ୍ୟ ଅକ୍ଷୟଙ୍କ ପଛରେ ରହିଛନ୍ତି।

Advertisment

akshaya-kumar

ଫୋର୍ବସ୍ ତାଲିକାରେ ଅକ୍ଷୟଙ୍କ ନାମ ପ୍ରକାଶ ପାଇବା ପରେ ଏନେଇ ଅକ୍ଷୟ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ସେ କହିଛନ୍ତି, ମୁଁ କେବଳ ୧ କୋଟି ଆୟ କରିବାକୁ ଲକ୍ଷ୍ୟ ରଖିଥିଲି। ଯେତେବେଳେ ମୁଁ ପ୍ରଥମେ ୧ କୋଟି ଟଙ୍କା ଆୟ କଲି, ଭାବିଲି ୧୦୦ କୋଟି ମଧ୍ୟ ମୁଁ ଆୟ କରିପାରିବି। ସଚ୍ଚୋଟତାର ସହ କହିବି ଯଦି, ଏହାପରେ ମୁଁ କେବେ ଅଟକିବାକୁ ଚାହିଁନି ବୋଲି ଅକ୍ଷୟ କହିଛନ୍ତି। ଏହିପରି ଆଜି ଫୋର୍ବସ୍ ତାଲିକାରେ ଅକ୍ଷୟ ଏକମାତ୍ର ଭାରତୀୟ ହୋଇ ସ୍ଥାନ ପାଇଛନ୍ତି।

akshaya

ଅନ୍ୟପଟେ ଲକଡାଉନ ପରିସ୍ଥିତିରେ ଅକ୍ଷୟ କୁମାର ଅନ୍ୟମାନଙ୍କ ଭଳି ଘରେ ରହି ପରିବାର ସହ ସମୟ କାଟୁଛନ୍ତି। ନିକଟରେ ଦେଶ ଅନଲକ୍-୧କୁ ନେଇ ଏକ ସରକାରୀ ବିଜ୍ଞାପନ ଶୁଟ୍ କରିଛନ୍ତି। ତେବେ ଆଗକୁ ଅକ୍ଷୟଙ୍କ ସୂର‌୍ୟ୍ୟବଂଶୀ, ବୋଲ ବଚ୍ଚନ, ପୃଥ୍ୱୀରାଜ୍ ଚୌହାନ୍ ଏବଂ ଲକ୍ଷ୍ମୀବମ୍ୱ ରିଲିଜ୍ ହେବାକୁ ଅଛି।