Advertisment

ଜଣେ ନୌସେନାଧିକାରୀଙ୍କ କଥା କହୁଛି ‘ରୁସ୍ତମ୍’ର ଫାଷ୍ଟଲୁକ୍‌

ମୁମ୍ବାଇ: ଏୟାରଲିଫ୍ଟର ସଫଳତା ପରେ ରିଲିଜ ହେବାକୁ ଯାଉଛି ଖିଲାଡିଷ୍ଟାର ଅକ୍ଷୟ କୁମାରଙ୍କ ଆଉ ଏକ ଦମଦାର ଦେଶାତ୍ମବୋଧକ ଫିଲ୍ମ ‘ରୁସ୍ତମ’। ଗୁରୁବାର ଏହି ଫିଲ୍ମର ଫାଷ୍ଟଲୁକ୍ ରିଲିଜ୍ ହୋଇଛି। ଏହି ଫିଲ୍ମର ଫାଷ୍ଟଲୁକ୍‌ରେ ରହିଛି ଜଣେ କର୍ତ୍ତବ୍ୟନିଷ୍ଠ ନୌସେନାଧିକାରୀଙ୍କ କଥା। ଏଥିରେ ଜଣେ ନୌସେନାର ୟୁନିଫର୍ମରେ ସେ ନଜରକୁ ଆସୁଛନ୍ତି। ଯେଉଁ ୟୁନିଫର୍ମରେ ଲାଗିଛି ବହୁ ମେଡାଲ ଓ ଷ୍ଟାର। ଏ ନେଇ ସେ ଆଜି ତାଙ୍କ ଟ୍ୱିଟର ପେଜ୍‌ରେ ଏହାର ଫଟୋ ପୋଷ୍ଟ କରିଛନ୍ତି। […]

ଜଣେ ନୌସେନାଧିକାରୀଙ୍କ କଥା କହୁଛି ‘ରୁସ୍ତମ୍’ର ଫାଷ୍ଟଲୁକ୍‌

russtam fist-look

Advertisment

[embed]https://twitter.com/akshaykumar/status/702667398269108224[/embed]

Advertisment

ମୁମ୍ବାଇ: ଏୟାରଲିଫ୍ଟର ସଫଳତା ପରେ ରିଲିଜ ହେବାକୁ ଯାଉଛି ଖିଲାଡିଷ୍ଟାର ଅକ୍ଷୟ କୁମାରଙ୍କ ଆଉ ଏକ ଦମଦାର ଦେଶାତ୍ମବୋଧକ ଫିଲ୍ମ ‘ରୁସ୍ତମ’। ଗୁରୁବାର ଏହି ଫିଲ୍ମର ଫାଷ୍ଟଲୁକ୍ ରିଲିଜ୍ ହୋଇଛି। ଏହି ଫିଲ୍ମର ଫାଷ୍ଟଲୁକ୍‌ରେ ରହିଛି ଜଣେ କର୍ତ୍ତବ୍ୟନିଷ୍ଠ ନୌସେନାଧିକାରୀଙ୍କ କଥା। ଏଥିରେ ଜଣେ ନୌସେନାର ୟୁନିଫର୍ମରେ ସେ ନଜରକୁ ଆସୁଛନ୍ତି। ଯେଉଁ ୟୁନିଫର୍ମରେ ଲାଗିଛି ବହୁ ମେଡାଲ ଓ ଷ୍ଟାର। ଏ ନେଇ ସେ ଆଜି ତାଙ୍କ ଟ୍ୱିଟର ପେଜ୍‌ରେ ଏହାର ଫଟୋ ପୋଷ୍ଟ କରିଛନ୍ତି। ଏହାକୁ ନେଇ ବି-ଟାଉନରେ ଚର୍ଚ୍ଚା ବି ଜୋର ଧରିଛି। ଫିଲ୍ମଟି ଆସନ୍ତା ଅଗଷ୍ଟ ୧୨ ତାରିଖରେ ବି-ଟାଉନ୍‌କୁ ଆସିବ। ଏହାକୁ ନୀରଜ ପାଣ୍ଡେ ନିର୍ଦ୍ଦେଶନା ଦେଇଛନ୍ତି। ଅକ୍ଷୟଙ୍କ ବିପକ୍ଷରେ ନାୟିକା ସାଜିବେ ଦକ୍ଷିଣ ସୁନ୍ଦରୀ ଇଲିଆନା। ତାଙ୍କ ସହ ଈଶା ଗୁପ୍ତା, ସଚିନ ଖାଡେକର, ପୱନ ମାଲୋହୋତ୍ରା, ପ୍ରରମିତ୍‌ ସେଠୀ, ଅର୍ଜନ ବେଜୱା, କେ.ସିଂହ ଓ ବ୍ରିଜେନ୍ଦ୍ର କଲା ପ୍ରମୁଖ ବିଭିନ୍ନ ଭୂମିକାରେ ନଜରକୁ ଆସିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe