Advertisment

ଆମୀର୍‌ଙ୍କ ପାଇଁ କୁର୍ବାନୀ ଦେଲେ ଅକ୍ଷୟ

ମୁମ୍ବାଇ: ଗୋଟିଏ ବର୍ଷରେ ୩ଟି ବ୍ଲକବଷ୍ଟର ଦେଇ ରେକର୍ଡ଼ କରିଛନ୍ତି ଅକ୍ଷୟ କୁମାର୍‌। ‘ମିଶନ ମଙ୍ଗଲ’ ଓ ‘ ହାଉସଫୁଲ୍‌ ୪’ ପରେ ଏବେ ତାଙ୍କ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ ମଧ୍ୟ ୨୦୦ କୋଟି ଟଙ୍କାର ଆୟ କରିସାରିଛି। ଏବେ ତାଙ୍କୁ ନେଇ ସବୁଆଡ଼େ ଚର୍ଚ୍ଚା। ହେଲେ ଏବେ ଖିଲାଡ଼ୀ କୁମାର ପୁଣିଥରେ ପ୍ରମାଣ କରିଦେଇଛନ୍ତି ଯେ ସେ ନିଜ ଫିଲ୍ମକୁ ନେଇ କେତେ କନ୍‌ଫିଡେଣ୍ଟ। ଆମୀର୍‌ଙ୍କ ଫିଲ୍ମ ପାଇଁ ସେ ନିଜ ଫିଲ୍ମ ସହ କରିଛନ୍ତି ବିଗ୍‌ ସାକ୍ରିଫାଇସ୍। […]

ଆମୀର୍‌ଙ୍କ ପାଇଁ କୁର୍ବାନୀ ଦେଲେ ଅକ୍ଷୟ

akhya-kumar

Advertisment

ମୁମ୍ବାଇ: ଗୋଟିଏ ବର୍ଷରେ ୩ଟି ବ୍ଲକବଷ୍ଟର ଦେଇ ରେକର୍ଡ଼ କରିଛନ୍ତି ଅକ୍ଷୟ କୁମାର୍‌। ‘ମିଶନ ମଙ୍ଗଲ’ ଓ ‘ ହାଉସଫୁଲ୍‌ ୪’ ପରେ ଏବେ ତାଙ୍କ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ ମଧ୍ୟ ୨୦୦ କୋଟି ଟଙ୍କାର ଆୟ କରିସାରିଛି। ଏବେ ତାଙ୍କୁ ନେଇ ସବୁଆଡ଼େ ଚର୍ଚ୍ଚା। ହେଲେ ଏବେ ଖିଲାଡ଼ୀ କୁମାର ପୁଣିଥରେ ପ୍ରମାଣ କରିଦେଇଛନ୍ତି ଯେ ସେ ନିଜ ଫିଲ୍ମକୁ ନେଇ କେତେ କନ୍‌ଫିଡେଣ୍ଟ। ଆମୀର୍‌ଙ୍କ ଫିଲ୍ମ ପାଇଁ ସେ ନିଜ ଫିଲ୍ମ ସହ କରିଛନ୍ତି ବିଗ୍‌ ସାକ୍ରିଫାଇସ୍।

Advertisment

ସୂଚା ଅନୁଯାୟୀ ଅକ୍ଷୟ ନିଜ ଅପକମିଂ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ରିଲିଜ ତାରିଖ ଘୁଂଚାଇ ଦେଇଛନ୍ତି। ଆଉ ଏ ସବୁ ସେ କରିଛନ୍ତି ମିଷ୍ଟର ପର୍‌ଫେକ୍‌ସନିଷ୍ଟ ଆମୀର୍‌ ଖାନ୍‌ଙ୍କ ପାଇଁ। ଆମୀରଙ୍କ ଫିଲ୍ମ ‘ଲାଲ୍‌ ସିଂହ ଚଡ୍ଡା’ ଓ ଅକ୍ଷୟଙ୍କ ‘ବଚ୍ଚନ ପାଣ୍ଡେ’ ଏକା ସହ ୨୦୨୦ କ୍ରିସ୍‌ମସ୍‌ରେ ରିଲିଜ୍‌ ହେବାର ଥିଲା। ହେଲେ ଆମୀର୍‌ ଅକ୍ଷୟଙ୍କୁ ଏହି ଦିନଟି ତାଙ୍କ ଫିଲ୍ମ ପାଇଁ ଛାଡ଼ିବାକୁ ଅନୁରୋଧ କରିଥିଲେ। ଯାହା ପରେ ଅକ୍ଷୟ ତାଙ୍କ କଥାରେ ରାଜି ହୋଇ ନିଜ ଫିଲ୍ମର ରିଲିଜ୍‌ ଦିନକୁ ଆହୁରି ଆଗକୁ ଗଡ଼େଇ ଦେଲେ। ଅକ୍ଷୟଙ୍କ ଏଭଳି କରିବା ପୁଣିଥରେ ଫ୍ୟାନସ୍‌ଙ୍କ ହୃଦୟ ଜିତିନେଇଛି। ଏହା ପୂର୍ବରୁ ମଧ୍ୟ ସେ ଦୀପିକା ପାଦୁକୋନଙ୍କ ଅଭିନୀତ ସଞ୍ଜୟ ଲୀଲା ଭଂଶାଳୀଙ୍କ ଫିଲ୍ମ ‘ପଦ୍ମାବତ୍’ ପାଇଁ ନିଜ ଫିଲ୍ମର ରିଲିଜ୍‌କୁ ଘୁଞ୍ଚାଇ ଦେଇଥିଲେ।

https://www.instagram.com/p/B70Ce7LH0Ye/?utm_source=ig_web_copy_link

ସୂଚନାଯୋଗ୍ୟ, ଅକ୍ଷୟଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ୨୦୨୧ ଜାନୁଆରୀ ୨୨ରେ ରିଲିଜ୍‌ ହେବ। ଅକ୍ଷୟଙ୍କ ଏହି ଫିଲ୍ମରେ ଲିଡ୍‌ ହିରୋଇନ୍‌ ହେବେ କୃତି ସେନନ୍‌। ତେବେ କିଛି ସମୟ ପୂର୍ବରୁ ଫିଲ୍ମରେ ଅକ୍ଷୟଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି। ଏଥିରେ ଅକ୍ଷୟଙ୍କୁ ପୂରା ହଟ୍‌କେ ଅଦାଜ୍‌ରେ ଦେଖିବାକୁ ମିଳିଛି। ଫିଲ୍ମଟିକୁ ଫରହାଦ୍‌ ସାମଜି ନିର୍ଦ୍ଦେଶନା ଦେଉଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe