Advertisment

ଘୋଷଣା ହେଲା ଧନୁଷ, ସାରା ଓ ଅକ୍ଷୟଙ୍କ ଫିଲ୍ମ

ମୁମ୍ବାଇ:  ୨୦୧୯ରେ ଗୋଟିଏ ବର୍ଷରେ ୩ଟି ବ୍ଲକବଷ୍ଟର ଦେଇ ଅକ୍ଷୟ କୁମାର୍‌ ରେକର୍ଡ଼ କରିଛନ୍ତି । ‘ମିଶନ ମଙ୍ଗଲ’ ଓ ‘ ହାଉସଫୁଲ୍‌ ୪’ ଓ ‘ଗୁଡ୍‌ ନ୍ୟୁଜ୍‌’ ୨୦୦ କୋଟି ଟଙ୍କାର ଆୟ କରିସାରିଛି। ତେବେ ଏ ବର୍ଷ ମଧ୍ୟ ତାଙ୍କ ହାତରେ ଏକାଧିକ ଫିଲ୍ମ ରହିଥିବା ବେଳେ ବର୍ଷ ଆରମ୍ଭରୁ ତାଙ୍କର ଏକ ନୂଆ ଫିଲ୍ମ ବି ଘୋଷଣା ହୋଇଯାଇଛି। ଏଥିରେ ତାଙ୍କ ସହିତ ସାରା ଅଲୀ ଖାନ୍‌ ଓ ସାଉଥ୍‌ ସୁପରଷ୍ଟାର ଧନୁଷ ଅଭିନୟ କରିବେ। ପ୍ରଯୋଜକ […]

ଘୋଷଣା ହେଲା ଧନୁଷ, ସାରା ଓ ଅକ୍ଷୟଙ୍କ ଫିଲ୍ମ

SARA

Advertisment

ମୁମ୍ବାଇ:  ୨୦୧୯ରେ ଗୋଟିଏ ବର୍ଷରେ ୩ଟି ବ୍ଲକବଷ୍ଟର ଦେଇ ଅକ୍ଷୟ କୁମାର୍‌ ରେକର୍ଡ଼ କରିଛନ୍ତି । ‘ମିଶନ ମଙ୍ଗଲ’ ଓ ‘ ହାଉସଫୁଲ୍‌ ୪’ ଓ ‘ଗୁଡ୍‌ ନ୍ୟୁଜ୍‌’ ୨୦୦ କୋଟି ଟଙ୍କାର ଆୟ କରିସାରିଛି। ତେବେ ଏ ବର୍ଷ ମଧ୍ୟ ତାଙ୍କ ହାତରେ ଏକାଧିକ ଫିଲ୍ମ ରହିଥିବା ବେଳେ ବର୍ଷ ଆରମ୍ଭରୁ ତାଙ୍କର ଏକ ନୂଆ ଫିଲ୍ମ ବି ଘୋଷଣା ହୋଇଯାଇଛି। ଏଥିରେ ତାଙ୍କ ସହିତ ସାରା ଅଲୀ ଖାନ୍‌ ଓ ସାଉଥ୍‌ ସୁପରଷ୍ଟାର ଧନୁଷ ଅଭିନୟ କରିବେ।

Advertisment

ପ୍ରଯୋଜକ ଆନନ୍ଦ ଏଲ୍‌ ରାୟଙ୍କ ଫିଲ୍ମ ‘ଅତରଙ୍ଗୀ’ରେ ଏମାନେ ଏକାଠି ନଜର ଆସିବେ। ଆଉ ଏଥିପାଇଁ ଏହି ତିନି ଜଣ ଯାକ ଚୁକ୍ତି ମଧ୍ୟ ସ୍ୱାକ୍ଷର କରି ସାରିଲେଣି। ସାରା ଅଲ୍ଲୀ ଖାନ୍‌ ନିଜ ଇନ୍‌ଷ୍ଟାରେ ଏନେଇ କିଛି ଫଟୋ ଶେଆର୍‌ କରିଛନ୍ତି। ଯେଉଁଥିରେ ସେ ସେ ନିଜେ ଅକ୍ଷୟ ଓ ଧନୁଷ ଏକାଠି ଭିନ୍ନ ଭିନ୍ନ ପୋଜ୍‌ ଦେଇଥିବା ଦେଖିବାକୁ ମିଳିଛି। ଏହି ଫଟୋଗୁଡ଼ିକ ଏବେ ସୋଶାଲ ମିଡିଆର ଏଭାଇରାଲ୍‌ ହେଉଛି। ଏହି ତିନିଜଣଙ୍କ ଯୋଡ଼ି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି।

https://www.instagram.com/p/B78ANNNpskz/?utm_source=ig_web_copy_link

ନିର୍ମାତା ଆନନ୍ଦ ଏଲ୍‌ ରାୟଙ୍କ ଅନୁଯାୟୀ ଏହି ଫିଲ୍ମରେ ଅକ୍ଷୟ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ। ଫିଲ୍ମର କାହାଣୀ ଶୁଣିବାପରେ ଅକ୍ଷୟଙ୍କୁ ଏହା ଏତେ ଭଲ ଲାଗିଥିଲା ଯେ ସେ ଏଥିପାଇଁ ୧୦ ମିନିଟ୍‌ ମଧ୍ୟରେ ହିଁ ‘ହଁ’ କରିଦେଇଥିଲେ। ସେ କହିଛନ୍ତି ଯେ ଏହି ଫିଲ୍ମରେ ତାଙ୍କର ଯେଉଁ ଭୂମିକା ରହିଛି ତାକୁ ପରଦାରେ ଦେଖାଇବା ବେଶ୍ କଷ୍ଟକର। ଏହା ଏକ ବହୁତ ବିଶେଷ ଭୂମିକା ଯାହାକୁ ତାଙ୍କ ହୃଦୟ ମନା କରିପାରିଲା ନାହିଁ ଓ ସେ ଏହାକୁ  ସାରା ଜୀବନ ମନେ ରଖିବେ। ଏହା ବ୍ୟତୀତ ଅକ୍ଷୟ ସାରା ଓ ଧନୁଷଙ୍କ ସହ ପ୍ରଥମଥର ପାଇଁ ସ୍କ୍ରିନ୍‌ ଶେଆର୍‌ କରିଥିବାରୁ ବେଶ୍‌ ଉତ୍ସାହିତ ଅଛନ୍ତି।

Advertisment

https://www.instagram.com/p/B77iGHQJlos/?utm_source=ig_web_copy_link

ଫିଲ୍ମର ଶୁଟିଂ ମାର୍ଚ୍ଚ ମାସ ଭିତରେ ଆରମ୍ଭ ହୋଇଯିବ। ଅନ୍ୟପକ୍ଷରେ ଆନନ୍ଦ ଏଲ୍‌ ରାୟଙ୍କ ସହ ଏହା ଧନୁଷଙ୍କର ଦ୍ୱିତୀୟ ଫିଲ୍ମ। ପୂର୍ବରୁ ସେ ତାଙ୍କ ଫିଲ୍ମ ‘ରାଞ୍ଝଣା’ରେ କାମ କରିଥିଲେ। ତେବେ ଏହି ଫିଲ୍ମ ପୂର୍ବରୁ ଅକ୍ଷୟ ଫିଲ୍ମ ‘ସୂର୍ଯ୍ୟବଂଶୀ’ ‘ଲକ୍ଷ୍ମୀ ବମ୍‌’, ‘ଓ ‘ପୃଥ୍ୱୀରାଜ ଚୌହାନ୍’ ଆଦି ଫିଲ୍ମରେ ନଜର ଆସିବେ। ସେହିଭଳି ସାରା ମଧ୍ୟ ଆଗକୁ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହ ‘ଲଭ୍‌ ଆଜ୍‌ କଲ୍‌’ ଓ ବରୁଣ ଧୱନଙ୍କ ସହ ଫିଲ୍ମ ‘କୁଲି’ରେ ନଜର ଆସିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe