Alejandra Marisa Rodriguez
ଜଣେ ୬୦ ବର୍ଷୀୟ ମହିଳା ମିସ୍ ୟୁନିଭର୍ସ ବ୍ୟୁନ୍ସ ଆୟର୍ସ୍ ୨୦୨୪ ଟାଇଟଲ୍ ବିଜୟୀ ହୋଇଛନ୍ତି। ଆର୍ଜେଣ୍ଟିନାର ଏଲେଜାନ୍ଦ୍ରା ମାରିସା ରୋଡ୍ରିଗଜ୍ ଷ୍ଟେରିଓଟାଇପ୍ ମିସ୍ ୟୁନିଭର୍ସ ବ୍ୟୁନ୍ସ ଆୟର୍ସ୍ ୨୦୨୪ ବିଜେତା ହୋଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।
ସଫଳତା କ୍ଷେତ୍ରରେ ବୟସ ଓ ସୁନ୍ଦରତା ଏକ ବାଧକ ନୁହେଁ ସେ ଏହା ପ୍ରମାଣ କରି ଦେଖାଇଛନ୍ତି। ଏଥିସହ କୋଟି କୋଟି ଲୋକଙ୍କୁ ଅନୁପ୍ରାଣିତ କରିଛନ୍ତି। ବାସ୍ତବରେ ରୋଡ୍ରିଗଜ୍ ପେଶାରେ ଜଣେ ଓକିଲ ଏବଂ ସାମ୍ବାଦିକା। ସେ ପ୍ରଥମ ମହିଳା ଭାବେ ୬୦ ବର୍ଷରେ ଏହି ସମ୍ମାନଜନକ ସଫଳତା ହାସଲ କରିବାର କୃତ୍ତିତ୍ୱ ଅର୍ଜନ କରିଛନ୍ତି।
ସେ ମିସ୍ ୟୁନିଭର୍ସ ବ୍ୟୁନ୍ସ ଆୟର୍ସ୍ ୨୦୨୪ ବିଜେତା ହେବା ପରେ ମିସ୍ ୟୁନିଭର୍ସ ଆର୍ଜେଣ୍ଟିନାରେ ପ୍ରତିନ୍ଦ୍ୱନ୍ଦ୍ୱିତା କରିବେ। ଏହି ପ୍ରତିଯୋଗିତା ମେ'ରେ ଅନୁଷ୍ଠିତ ହେବ। ଯଦି ସେ ଏଥିରେ ସଫଳ ହୁଅନ୍ତି, ତେବେ ମିସ୍ ୟୁନିଭର୍ସରେ ଭାଗ ନେବେ। ମିସ୍ ୟୁନିଭର୍ସ ଚଳିତ ବର୍ଷ ସେପ୍ଟେମ୍ବର ୨୮ରେ ଆୟୋଜିତ ହେବ।
ପ୍ରକାଶ ଥାଉକି, ଗତବର୍ଷ ପରଠାରୁ ମିସ୍ ୟୁନିଭର୍ସରେ ଭାଗ ନେବା ପାଇଁ ବୟସସୀମାକୁ ହଟାଇ ଦିଆଯାଇଛି। ପୂର୍ବରୁ ୧୮-୨୮ ବର୍ଷ ବୟସର ଯୁବତୀ ଏଥିରେ ଭାଗ ନେଇପାରିବାର କଟକଣା ଥିଲା। କିନ୍ତୁ ଗତବର୍ଷର ଘୋଷଣାନାମା ପରଠାରୁ ୧୮ ବର୍ଷରୁ ଅଧିକ ଯେକୌଣସି ବୟସ ବର୍ଗ ମିସ୍ ୟୁନିଭର୍ସରେ ପ୍ରତିନ୍ଦ୍ୱନ୍ଦ୍ୱିତା କରିପାରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us