Advertisment

ତୁମେ ବହୁତ ମନେ ପଡ଼ିବ ଆମ୍ମା...

ମୁମ୍ୱାଇ : ବଲିଉଡ୍‌ ଅଭିନେତା ଅଲ୍ଲୀ ଫୈଜଲ୍‌ଙ୍କ ମା’ଙ୍କର ବୁଧବାର ନିଧନ ହୋଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପୂର୍ବରୁ ଠିକ୍‌ ନଥିଲା। ହଠାତ୍‌ ଦେହ ଅଧିକ ଅସୁସ୍ଥ ହେବାରୁ ଲକ୍ଷ୍ନୌରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଲ୍ଲୀ ସୋଶାଲ ମିଡିଆରେ ମା’ଙ୍କର ଏକ ଫଟୋ ଶେଆର୍‌ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ମୁଁ ଆପଣଙ୍କ ପାଇଁ ବଞ୍ଚିବି। ତୁମେ ବହୁତ ମନେ ପଡ଼ିବ ଆମ୍ମା। ଜାଣେ ନାହିଁ କାହିଁକି, ତୁମର ମୋ ସହିତ ଏତିକି […]

ତୁମେ ବହୁତ ମନେ ପଡ଼ିବ ଆମ୍ମା...

alli

Advertisment

ମୁମ୍ୱାଇ : ବଲିଉଡ୍‌ ଅଭିନେତା ଅଲ୍ଲୀ ଫୈଜଲ୍‌ଙ୍କ ମା’ଙ୍କର ବୁଧବାର ନିଧନ ହୋଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପୂର୍ବରୁ ଠିକ୍‌ ନଥିଲା। ହଠାତ୍‌ ଦେହ ଅଧିକ ଅସୁସ୍ଥ ହେବାରୁ ଲକ୍ଷ୍ନୌରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ଅଲ୍ଲୀ ସୋଶାଲ ମିଡିଆରେ ମା’ଙ୍କର ଏକ ଫଟୋ ଶେଆର୍‌ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ମୁଁ ଆପଣଙ୍କ ପାଇଁ ବଞ୍ଚିବି। ତୁମେ ବହୁତ ମନେ ପଡ଼ିବ ଆମ୍ମା। ଜାଣେ ନାହିଁ କାହିଁକି, ତୁମର ମୋ ସହିତ ଏତିକି ସମୟ ହିଁ ରହିବାର ଥିଲା। ତୁମେ ମୋର ସୃଜନଶୀଳତାର କାରଣ ଥିଲ। ସବୁ କିଛି ଥିଲ। ତୁମକୁ ବର୍ଣ୍ଣନା କରିବା ପାଇଁ ମୋ ପାଖରେ ଆଉ ଶବ୍ଦ ନାହିଁ।’

Advertisment

ଅଲ୍ଲୀଙ୍କ ମ୍ୟାନେଜର ମିଡିଆକୁ ସୂଚନା ଦେଇ କହିଛନ୍ତି, ଆମେ ଦୁଃଖିତ ଯେ, ଅଲ୍ଲୀଙ୍କ ମା’ଙ୍କର ୧୭ ଜୁନ୍‌ ସକାଳେ ଦେହାନ୍ତ ହୋଇଛି। ଏଭଳି ଅଚାନକ ମୃତ୍ୟୁ ପାଇଁ ଆମେ ଆତ୍ମାର ଶାନ୍ତି କାମନା କରୁଛୁ। ଏପରି ସମୟରେ ଅଲ୍ଲୀଙ୍କର ସାଥ୍‌ ଦେଇଥିବାରୁ ଅଲ୍ଲୀ ସବୁ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏତେ ବଡ଼ କ୍ଷତି ପରେ ଶାନ୍ତିର ଆବଶ୍ୟକତା ରହିଛି। ତାଙ୍କୁ କିଛି ସମୟ ଏକୁଟିଆ ରହିବାକୁ ଦିଆଯାଉ ବୋଲି ଅଲ୍ଲୀ ତାଙ୍କର ଫ୍ୟାନ୍ସଙ୍କୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଅଲ୍ଲୀ ଫୈଜଲ୍‌ ଖୁବ୍‌ଶୀଘ୍ର ଅଭିନେତ୍ରୀ ଋଚା ଚଡ୍ଡାଙ୍କୁ ବିବାହ କରିବେ ବୋଲି ଘୋଷଣା କରିଥିଲେ। କିନ୍ତୁ କରୋନା ଭାଇରସ୍‌ ଯୋଗୁଁ ସେ ତାଙ୍କ ବିବାହକୁ ଘୁଞ୍ଚାଇ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe