Advertisment

ନୂଆ ଫିଲ୍ମ ଦେଖିବା ପରେ କିଆରାଙ୍କ ଫ୍ୟାନ୍ ହେଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ କିଆରା ଆଡଭାନୀଙ୍କ ପାଇଁ ୨୦୧୯ ବେଶ୍ ଲକି ସାବ୍ୟସ୍ତ ହୋଇଥିଲା। ସେ ଦୁଇ ଦୁଇଟି ବ୍ୟାକ୍‌ ଟୁ ବ୍ୟାକ୍‌ ବ୍ଲକବଷ୍ଟର ଦେଇଥିଲେ। ତାଙ୍କ ଅଭିନୀତ ଫିଲ୍ମ ‘କବୀର ସିଂହ’ ଓ ‘ଗୁଡ୍ ନ୍ୟୁଜ୍’ ବକ୍ସ ଅଫିସ୍‌ରେ ଧମାକେଦାର୍‌ ପ୍ରଦର୍ଶନ କରିଥିଲା। ବିଶେଷ କରି ଫିଲ୍ମ ‘କବୀର ସିଂହ’ରେ ଜବରଦସ୍ତ ଅଭିନୟ ପାଇଁ ଚର୍ଚ୍ଚାରେ ଆସିଥିଲେ କିଆରା।  ଫିଲ୍ମରେ ପ୍ରୀତି ଭୂମିକାରେ ନିଜର ଶାନ୍ତ ସରଳ ସ୍ୱଭାବରେ ସମସ୍ତଙ୍କ ମନ ଜିତି ନେଇଥିଲେ। ହେଲେ ଗତକାଲି […]

ନୂଆ ଫିଲ୍ମ ଦେଖିବା ପରେ କିଆରାଙ୍କ ଫ୍ୟାନ୍ ହେଲେ ଆଲିଆ

alia

Advertisment

ମୁମ୍ବାଇ: ଅଭିନେତ୍ରୀ କିଆରା ଆଡଭାନୀଙ୍କ ପାଇଁ ୨୦୧୯ ବେଶ୍ ଲକି ସାବ୍ୟସ୍ତ ହୋଇଥିଲା। ସେ ଦୁଇ ଦୁଇଟି ବ୍ୟାକ୍‌ ଟୁ ବ୍ୟାକ୍‌ ବ୍ଲକବଷ୍ଟର ଦେଇଥିଲେ। ତାଙ୍କ ଅଭିନୀତ ଫିଲ୍ମ ‘କବୀର ସିଂହ’ ଓ ‘ଗୁଡ୍ ନ୍ୟୁଜ୍’ ବକ୍ସ ଅଫିସ୍‌ରେ ଧମାକେଦାର୍‌ ପ୍ରଦର୍ଶନ କରିଥିଲା। ବିଶେଷ କରି ଫିଲ୍ମ ‘କବୀର ସିଂହ’ରେ ଜବରଦସ୍ତ ଅଭିନୟ ପାଇଁ ଚର୍ଚ୍ଚାରେ ଆସିଥିଲେ କିଆରା।  ଫିଲ୍ମରେ ପ୍ରୀତି ଭୂମିକାରେ ନିଜର ଶାନ୍ତ ସରଳ ସ୍ୱଭାବରେ ସମସ୍ତଙ୍କ ମନ ଜିତି ନେଇଥିଲେ। ହେଲେ ଗତକାଲି ନେଟ୍‌ ଫ୍ଲିକ୍ସରେ ତାଙ୍କର ନୂଆ ଫିଲ୍ମ ‘ଗିଲ୍ଟି’ ରିଲିଜ୍‌ ହୋଇଯାଇଛି, ଯେଉଁଥିରେ ସେ ପୂରା ଅଲଗା ଅନ୍ଦାଜ୍‌ରେ ନଜର ଆସିଛନ୍ତି। ନୂଆ ଫିଲ୍ମରେ କୁଲ୍‌, ସ୍ମାର୍ଟ ଓ ଫଙ୍କି ଅନ୍ଦାଜରେ କିଆରା ଏକଦମ୍‌ ହଟକେ ଲାଗୁଛନ୍ତି।

Advertisment

https://www.instagram.com/p/B9ON_2jhgw-/?utm_source=ig_web_copy_link

ଗତକାଲି ଫିଲ୍ମ ଇଣ୍ଡଷ୍ଟ୍ରୀର ବନ୍ଧୁମାନଙ୍କ ପାଇଁ ଏହି ଫିଲ୍ମର ସ୍ପେଶାଲ୍‌ ସ୍କ୍ରିନିଂ ରଖାଯାଇଥିଲା। ଫିଲ୍ମକୁ ସମସ୍ତେ ବେଶ୍ ପସନ୍ଦ କରିଛନ୍ତି। ଅଭିନେତ୍ରୀ ଆଲିଆ ଭଟ୍ଟ କିଆରାଙ୍କ ଅଭିନୟରେ ଏତେ ଇମ୍ପ୍ରେସ୍‌ ହୋଇଯାଇଛନ୍ତି ଯେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରି ଶେଆର୍‌ କରି ଫିଲ୍ମର ଢେର ପ୍ରଶଂସା କରିଛନ୍ତି। ଆଲିଆଙ୍କ ପାଇଁ ଏହି ଫିଲ୍ମଟି ରହିଛି ବହୁତ ଖାସ୍‌ । କାରଣ ଏଥିରେ ତାଙ୍କ ବେଷ୍ଟ ଫ୍ରେଣ୍ଡ ଆକାଂକ୍ଷା ରଞ୍ଜନ କପୁର ଡେବ୍ୟୁ କରିଛନ୍ତି। ନିଜ ପୋଷ୍ଟରରେ ସେ ଲେଖିଛନ୍ତି, ‘ମୁଁ ବେବି ଗର୍ଲ ଆକାଂକ୍ଷାଙ୍କୁ ନେଇ ବହୁତ ଗର୍ବ ଅନୁଭବ କରୁଛି। ମୋତେ ବିଶ୍ୱାସ ହେଉନାହିଁ ଯେ ଏହା ତୁମର ପ୍ରଥମ ଫିଲ୍ମ। କିଆରା ତୁମେ ଜଣେ ଷ୍ଟାର୍‌। ତୁମ ଅଭିନୟ ଦେଖି ମଜା ଆସିଗଲା।’ ଆଲିଆଙ୍କ ପ୍ରଶଂସା ଶୁଣି କିଆରା ମଧ୍ୟ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।

https://www.instagram.com/p/BuJF-GZBYTH/?utm_source=ig_web_copy_link

ଆକାଂକ୍ଷା ହେଉଛନ୍ତି ଆଲିଆଙ୍କ ପିଲାବେଳର ସାଙ୍ଗ। ସେ ଏହି ଫିଲ୍ମରୁ ଡିଜିଟାଲ୍‌ ଡେବ୍ୟୁ କରିଛନ୍ତି। ବହୁତ ସମୟରେ ସୋଶାଲ୍‌ ମିଡିଆରେ ଏମାନଙ୍କ ଏକାଠି ଫଟୋ ଦେଖିବାକୁ ମିଳିଛି। ପୂର୍ବରୁ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହେବା ସମୟରେ ମଧ୍ୟ ଆଲିଆ ଇନ୍‌ଷ୍ଟାଗ୍ରାମରେ ଏହାକୁ ଶେଆର୍‌ କରିଥିଲେ।  ଆକାଂକ୍ଷା କ୍ରିକେଟର୍‌ କେଏଲ୍‌ ରାହୁଲ୍‌ଙ୍କୁ ଡେଟ୍‌ କରୁଥିବା ଖବର ମଧ୍ୟ ଏବେ ଚର୍ଚ୍ଚାରେ ରହିଛି। ଉଭୟଙ୍କୁ ଏକାଠି ଡିନର୍‌, ଫିଲ୍ମ ହଲ୍‌ ଓ ହାଉସ ପାର୍ଟିରେ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ଆକାଂକ୍ଷାଙ୍କୁ ରାହୁଲଙ୍କ ଘରେ ମଧ୍ୟ ଦେଖିବାକୁ ମିଳିଛି। ତେବେ ଏମାନେ ପରସ୍ପରକୁ ଡେଟ୍‌ କରୁଛନ୍ତି କି ସେମାନେ କେବଳ ଭଲ ବନ୍ଧୁ, ସେ ବିଷୟରେ କିଛି ଘୋଷଣା କରିନାହାନ୍ତି। ତେବେ ଆକାଂକ୍ଷା ଡିଜିଟାଲ୍‌ ପରେ ଖୁବ୍‌ଶୀଘ୍ର ବଲିଉଡ୍‌ରେ ମଧ୍ୟ ଡେବ୍ୟୁ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। କିଆରାଙ୍କ କଥା କହିଲେ ସେ ଏବେ ‘ଲକ୍ଷ୍ମୀ ବମ୍ବ’, ‘ଇନ୍ଦୁ କୁ ଜୱାନୀ’, ‘ଭୁଲ୍‌ଭୁଲେୟା ୨’ ଓ ‘ଶେରଶାହ’ ପରି ବଡ଼ ବଡ଼ ପ୍ରୋଜେକ୍ଟରେ କାମ କରୁଛନ୍ତି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe