Advertisment

ଆଲିଆ ଭଟ୍ଟ ଅସୁସ୍ଥ

ମୁମ୍ବାଇ: ଅସୁସ୍ଥ ହୋଇପଡିଲେ ବଲିଉଡ ଅଭିନେତ୍ରୀ ତଥା ରାଜି ଗାର୍ଲ ଆଲିଆ ଭଟ୍ଟ। ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାମ ପ୍ରେସର ଯୋଗୁଁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିବା ସୂଚନା ମିଳିଛି। ମିଡିଆ ରିପୋର୍ଟ ମୁତାବକ ଆଲିଆ ଏକାସହ ଅେନକ ଗୁଡିଏ ଫିଳ୍ମର ଶୁଟିଂରେ ବ୍ୟସ୍ତ ଥିଲେ।  ଏଭଳି ପରିସ୍ଥିତିରେ ଅଧିକ କାମ ପ୍ରେସର ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପଡିଥିଲା । ଏଥିଯୋଗୁଁ ଗତକାଲି ତାଙ୍କୁ ଏଚଏନ ରିଲାଏନ୍ସ ହସ୍ପିଟାଲରେ […]

ଅଦ୍ୟତନ ହୋଇଛି
ଆଲିଆ ଭଟ୍ଟ ଅସୁସ୍ଥ

alia bhatt

Advertisment

ମୁମ୍ବାଇ: ଅସୁସ୍ଥ ହୋଇପଡିଲେ ବଲିଉଡ ଅଭିନେତ୍ରୀ ତଥା ରାଜି ଗାର୍ଲ ଆଲିଆ ଭଟ୍ଟ। ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାମ ପ୍ରେସର ଯୋଗୁଁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିବା ସୂଚନା ମିଳିଛି।publive-image

Advertisment

ମିଡିଆ ରିପୋର୍ଟ ମୁତାବକ ଆଲିଆ ଏକାସହ ଅେନକ ଗୁଡିଏ ଫିଳ୍ମର ଶୁଟିଂରେ ବ୍ୟସ୍ତ ଥିଲେ।  ଏଭଳି ପରିସ୍ଥିତିରେ ଅଧିକ କାମ ପ୍ରେସର ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପଡିଥିଲା । ଏଥିଯୋଗୁଁ ଗତକାଲି ତାଙ୍କୁ ଏଚଏନ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ପରେ ଗତକାଲି ହିଁ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଯାଇଥିବା ଜଣାପଡିଛି।  ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଅଛି। ସୁସ୍ଥ ହେବା ପରେ ସେ ପୁଣି ଥରେ ଶୁଟିଂକୁ ଫେରିଛନ୍ତି।

ସୂଚନା ଯୋଗ୍ୟ ଯେ, ଆଲିଆ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଂସାଲିଙ୍କ ଅପକମିଂ ଫିଲ୍ମ 'ଗଙ୍ଗୁବାଈ କାଠିଆୱାଡି'ର ଶୁଟିଂରେ ବ୍ୟସ୍ତ ଅଛନ୍ତି।  ଲକଡାଉନଯୋଗୁଁ ଏହି ଫିଲ୍ମର ଶୁଟିଂ ଅଟକି ଯାଇଥିଲା। କିନ୍ତୁ ସ୍ଥିତି ସ୍ୱାଭାବିକ ହେବା ପରେ ପୁଣି ଥରେ ଶୁଟିଂ ଆରମ୍ଭ ହୋଇଛି। ଏହି ଫିଲ୍ମରେ ଆଲିଆଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଚଳିତ ବର୍ଷ ଏହି ଫିଲ୍ମ ବ୍ୟତୀତ ଆଲିଆଙ୍କୁ ବ୍ରହ୍ମାସ୍ତ୍ର ଏବଂ ଏସଏସ୍‌ ରାଜାମୌଲିଙ୍କ ଫିଲ୍ମ 'ଆର୍‌ଆର୍‌ଆର୍‌'ରେ ମଧ୍ୟ ଦେଖିବାକୁ ମିଳିବ।

Advertisment

ଅଧିକ ପଢ଼ନ୍ତୁ : ‘ତାଣ୍ଡବ’ ଓ୍ୱେବ୍ ସିରିଜ ନିର୍ମାତାଙ୍କୁ ଜବାବ ତଲବ

Alia Bhatt Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe