ସଜେଇ ହେଲାଣି ଆରକେ ଷ୍ଟୁଡିଓ, ବିବାହରେ ଯୋଗ ଦେବେ ମାତ୍ର ୨୮ ଅତିଥି

ମୁମ୍ବାଇ: ଦୀର୍ଘ ଦିନର ଲଭ ବାର୍ଡ ସାଜିବେ ରିଅଲ କପଲ । ବାଜିବ ସାହାନାଇ । ହାତରେ ମେହେନ୍ଦୀ ପିନ୍ଧି ସବ୍ୟସାଚୀଙ୍କ ଲେହେଙ୍ଗାରେ ରଣବୀର କପୁରଙ୍କ ଦୁଲହନ ସାଜିବେ ଗାଙ୍ଗୁବାଇ ଓରଫ ଆଲିଆ ଭଟ୍ଟ। ଆରକେ ଷ୍ଟୁଡିଓରେ ପଡ଼ିବ ହାତଗଣ୍ଠି। ଏଥିପାଇଁ ଜୋରସୋରରେ ଚାଲିଲାଣି ସଜବାଜ । ବି-ଟାଉନ୍‌ର ଏହି ହାଇ ପ୍ରୋଫାଇଲ ମ୍ୟାରେଜ ସେରିମନି ପାଇଁ ସଜେଇ ହେଲାଣି ଆରକେ ଷ୍ଟୁଡିଓ । ଉଭୟଙ୍କ ବିବାହ କେବେ ହେବ ସେ ନେଇ ଅଫିସିଆଲି କିଛି ଘୋଷଣା […]

alia-ranbir

alia-ranbir

Niharika Rout
  • Published: Tuesday, 12 April 2022
  • Updated: 12 April 2022, 01:44 PM IST

Sports

Latest News

ମୁମ୍ବାଇ: ଦୀର୍ଘ ଦିନର ଲଭ ବାର୍ଡ ସାଜିବେ ରିଅଲ କପଲ । ବାଜିବ ସାହାନାଇ । ହାତରେ ମେହେନ୍ଦୀ ପିନ୍ଧି ସବ୍ୟସାଚୀଙ୍କ ଲେହେଙ୍ଗାରେ ରଣବୀର କପୁରଙ୍କ ଦୁଲହନ ସାଜିବେ ଗାଙ୍ଗୁବାଇ ଓରଫ ଆଲିଆ ଭଟ୍ଟ। ଆରକେ ଷ୍ଟୁଡିଓରେ ପଡ଼ିବ ହାତଗଣ୍ଠି। ଏଥିପାଇଁ ଜୋରସୋରରେ ଚାଲିଲାଣି ସଜବାଜ । ବି-ଟାଉନ୍‌ର ଏହି ହାଇ ପ୍ରୋଫାଇଲ ମ୍ୟାରେଜ ସେରିମନି ପାଇଁ ସଜେଇ ହେଲାଣି ଆରକେ ଷ୍ଟୁଡିଓ ।

ଉଭୟଙ୍କ ବିବାହ କେବେ ହେବ ସେ ନେଇ ଅଫିସିଆଲି କିଛି ଘୋଷଣା କରାଯାଇ  ନ ଥିବା ବେଳେ ୧୩ରେ ମେହେନ୍ଦୀ , ୧୪ରେ ସଙ୍ଗିତ ଓ ହଳଦି ଫଙ୍କସନ୍‌ ହେବ । ଆରକେ ଷ୍ଟୁଡିଓରେ ହିଁ ଏହି ସବୁ ଫଙ୍କସନ୍‌ ହେବ ବୋଲି ଶୁଣିବାକୁ ମିଳୁଥିବା ବେଳେ ଏଥିପାଇଁ ଆରମ୍ଭ ହୋଇ ଯାଇଛି ଖାସ୍‌ ପ୍ରସ୍ତୁତି । ତେବେ ବିବାହ ତାରିଖ ନେଇ କିଛି ନିର୍ଦ୍ଦିଷ୍ଟ ସୂଚନା ମିଳିନି। ରଣବୀରଙ୍କ ପିତାମାତା ରିଷି କପୁର ଓ ନୀତୁ କପୁରଙ୍କ ବିବାହ ଆରକେ ଷ୍ଟୁଡିଓରେ ହୋଇଥିବାରୁ ଉଭୟ ରଣବୀର- ଆଲିଆ ମଧ୍ୟ ନିଜ ୱେଡିଙ୍ଗ ପାଇଁ ଏହି ସ୍ଥାନ ବାଛିଥିବା ଜଣାଯାଇଛି । ବିବାହ ପରେ ଆଲିଆ ଓ ରଣବୀରଙ୍କ ନୂଆ ଠିକଣା ପାଲଟିବ କ୍ରୀଷ୍ଣା ରାଜ ଆପାର୍ଟମେଣ୍ଟ । ଏହାକୁ ମଧ୍ୟ ଆଲୋକମାଳାରେ ସଜାଇବା କାମ ଜୋରସୋରରେ ଆଗେଇ ଚାଲିଛି।

[caption id="attachment_726746" align="aligncenter" width="650"]rk-studio ରଣବୀର-ଆଲିଆଙ୍କ ବିବାହ ନିମନ୍ତେ ସଜେଇ ହୋଇଛି ଆର.କେ ଷ୍ଡୁଡିଓ ।[/caption]

ବଲିଉଡର ଏହି ଗର୍ଜିଅସ୍‌ ଲଭ ବାର୍ଡଙ୍କ ମ୍ୟାରେଜରେ କେବଳ ୨୮ ଅତିଥି ଯୋଗ ଦେବେ। ସେଥିମଧ୍ୟରୁ ଅଧିକାଂଶ ପରିବାର ସଦସ୍ୟ ଓ ନିକଟତର ବନ୍ଧୁ ବୋଲି ଜଣାପଡ଼ିଛି। ଏହା ସ୍ପଷ୍ଟ କରିଛନ୍ତି ଆଲିଆଙ୍କ ଭାଇ ରାହୁଲ ଭଟ୍ଟ । ଏହାପରେ ବଲିଉଡର ସେଲିବ୍ରିଟିଙ୍କ ପାଇଁ ଗ୍ରାଣ୍ଡ ରିସେପସନ ଆୟୋଜିତ ହେବ ବୋଲି ଜଣାଯାଇଛି।

[caption id="attachment_726751" align="aligncenter" width="650"]krishna-raj-bungalow ଆଲୋକମାଳାରେ ସଜେଇ ହୋଇଛି କ୍ରୀଷ୍ଣାରାଜ ଆପାର୍ଟମେଣ୍ଟ ।[/caption]

 

ବି-ଟାଉନ୍‌ର ଏହି ଗ୍ରାଣ୍ଡ ବିବାହକୁ ଜଗିବେ ୨୦୦ ବାଉନ୍ସର୍‌। ୟୁସୁଫ ଭାଇଙ୍କୁ ଆଲିଆ ଓ ରଣବୀରଙ୍କ ବିବାହ ସୁରକ୍ଷା ଦାୟିତ୍ୱ ଦିଆଯାଇଛି। ଏହି ଏଜେନ୍ସିରୁ ପ୍ରାୟ ୨୦୦ ବାଉନ୍ସରଙ୍କୁ ଡକାଯାଇଛି । ଏନେଇ ଆଲିଆ ଭଟ୍ଟଙ୍କ ଭାଇ ରାହୁଲ ଭଟ୍ଟ ଖୁଲାସା କରିଛନ୍ତି। କେବଳ ସେତିକି ନୁହେଁ ତାଙ୍କ ଟିମ୍‌ରୁ ମଧ୍ୟ ୧୦ଜଣ ଯିବେ ବୋଲି ସେ କହିଛନ୍ତି। ଏହି ବାଉନ୍ସରମାନେ ଆର୍‌କେ ଷ୍ଟୁଡିଓ ଓ ବାସ୍ତୁ ହାଉସ୍‌ରେ ସୁରକ୍ଷା ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos