Advertisment

ଯଦି ଆଲିଆ ଭଟ୍ଟ ନିର୍ବାଚନ ଲଢ଼ନ୍ତି, ତେବେ କେଉଁ ଚିହ୍ନରେ ଲଢ଼ିବେ ଜାଣିଛନ୍ତି?

ମୁମ୍ବାଇ: ଲୋକସଭା ନିର୍ବାଚନକୁ ନେଇ ବଲିଉଡ୍‌ ସେଲିବ୍ରିଟି ମଧ୍ୟ ନିଜ ମତ ରଖିବାରେ ପଛରେ ନାହାନ୍ତି। ତେବେ ବହୁ ଲୋକପ୍ରିୟ ଟେଲିଭିଜନ ଶୋ’ “ଦ କପିଲ୍‌ ଶର୍ମା ଶୋ’ରେ ମଧ୍ୟ ଏମିତି କିଛି ଦେଖିବାକୁ ମିଳିଛି। ଶୋ’ରେ ଫିଲ୍ମ “କଲଙ୍କ୍‌”ର ପ୍ରମୋସନ୍‌ କରିବାକୁ ଆଲିଆ ଭଟ୍ଟ, ବରୁନ୍‌ ଧାୱନ୍‌, ଆଦିତ୍ୟ ରଏ କପୁର୍‌ ଏବଂ ସୋନାକ୍ଷୀ ସିହ୍ନା ପହଞ୍ଚିଥିଲେ। କପିଲ୍‌ ମଧ୍ୟ ନିବାଚନୀ ମାହୋଲ୍‌କୁ ନେଇ ତାଙ୍କୁ ପ୍ରଶ୍ନ ପଚାରିଥିଲେ। ସେଲିବ୍ରିଟିମାନେ ଏହାର ଉତ୍ତର  ଦେବାକୁ ଯାଇ […]

ଅଦ୍ୟତନ ହୋଇଛି
ଯଦି ଆଲିଆ ଭଟ୍ଟ ନିର୍ବାଚନ ଲଢ଼ନ୍ତି, ତେବେ କେଉଁ ଚିହ୍ନରେ ଲଢ଼ିବେ ଜାଣିଛନ୍ତି?

x11

Advertisment

ମୁମ୍ବାଇ: ଲୋକସଭା ନିର୍ବାଚନକୁ ନେଇ ବଲିଉଡ୍‌ ସେଲିବ୍ରିଟି ମଧ୍ୟ ନିଜ ମତ ରଖିବାରେ ପଛରେ ନାହାନ୍ତି। ତେବେ ବହୁ ଲୋକପ୍ରିୟ ଟେଲିଭିଜନ ଶୋ’ “ଦ କପିଲ୍‌ ଶର୍ମା ଶୋ’ରେ ମଧ୍ୟ ଏମିତି କିଛି ଦେଖିବାକୁ ମିଳିଛି। ଶୋ’ରେ ଫିଲ୍ମ “କଲଙ୍କ୍‌”ର ପ୍ରମୋସନ୍‌ କରିବାକୁ ଆଲିଆ ଭଟ୍ଟ, ବରୁନ୍‌ ଧାୱନ୍‌, ଆଦିତ୍ୟ ରଏ କପୁର୍‌ ଏବଂ ସୋନାକ୍ଷୀ ସିହ୍ନା ପହଞ୍ଚିଥିଲେ।

Advertisment

କପିଲ୍‌ ମଧ୍ୟ ନିବାଚନୀ ମାହୋଲ୍‌କୁ ନେଇ ତାଙ୍କୁ ପ୍ରଶ୍ନ ପଚାରିଥିଲେ। ସେଲିବ୍ରିଟିମାନେ ଏହାର ଉତ୍ତର  ଦେବାକୁ ଯାଇ ଦର୍ଶକଙ୍କୁ ବହୁତ ହସାଇଛନ୍ତି। ଯାହା ପ୍ରୋମୋରେ ଆପଣ ଦେଖିବାକୁ ପାଇବେ।

ତେବେ କପିଲ୍‌ ସେମାନଙ୍କୁ ନିର୍ବାଚନୀ ଚିହ୍ନ ବିଷୟରେ ପଚାରିଥିଲେ। ସେ, ପଚାରିଥିଲେ ଯେ, ଯଦି ଆପଣ ନିର୍ବାଚନ ଲଢ଼ନ୍ତି ତାହାଲେ ଆପଣଙ୍କ ଚିହ୍ନ କ’ଣ ହେବ।
ପ୍ରଥମେ ବରୁନ୍‌ ଏହାର ଉତ୍ତର ଦେବାକୁ ଯାଇ କହିଥିଲେ ଯେ, ମୋର ନିବାଚନୀ ଚିହ୍ନ ହେବ “କଚ୍ଛା” “କଚ୍ଛା ସବ୍‌ସେ ଆଚ୍ଛା”। ଏହା କହିବା ପରେ ଆହୁରି ମଧ୍ୟ ସେ କହିଥିଲେ ଯେ, “କଚ୍ଛା ହୈ ତୋ ଇଜ୍ଜତ୍‌ ହୈ, ଆପ୍‌ନେ କଚ୍ଛେସେ ମତ୍‌ଲବ୍‌ ରଖେ”।

Advertisment

https://www.instagram.com/p/BwOouhqlMmp/?utm_source=ig_web_copy_link

ଆଦିତ୍ୟଙ୍କୁ ଏହି ପ୍ରଶ୍ନ ପଚରାଯିବାରୁ ସେ, ଏହାର ଉତ୍ତର ଦେବାକୁ ଯାଇ କହିଥିଲେ ଯେ- “ମୋର ନିର୍ବାଚନୀ ଚିହ୍ନ ଆଶିକି ଫିଲ୍ମର ଜ୍ୟାକେଟ୍‌ ହେବ”। ଏହା ଉପରେ କପିଲ୍‌ କହିଥିଲେ ଯେ, “ଅଚ୍ଛେ ଜ୍ୟାକେଟ୍‌ କେ ଅନ୍ଦର ହି ସବ୍‌କୁଚ୍ଛ୍‌ ହୋତା ହୈ”। ପୁଣି ଆଦିତ୍ୟ କହିଥିଲେ ଯେ, ଏହାର ମାନେ ହେଉଛି, “ପ୍ୟାର୍‌ କରନେ ବାଲୋକୋ ଛୁପ୍‌ନେ କି ଜରୁରତ୍‌ ନେହିଁ ହୈ”।

ସେହିପରି ଆଲିଆ ମଧ୍ୟ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ। ସେ କହିଥିଲେ ଯେ, “ମୋର ରାଜନୀତିକ ଚିହ୍ନ ହେବ “ଥାଳି”। କାରଣ ସେ କହିଥିଲେ ଯେ, “ରାଜନୀତିରେ ଚାମ୍‌ଚା ତ ବହୁତ ଅଛନ୍ତି କିନ୍ତୁ, ଥାଳି କେହି ନାହାନ୍ତି। ଏଥିପାଇଁ ମୋର ଚିହ୍ନ ‘ଥାଳି’ ହେବ”।

ଏହା ପରେ ସୋନାକ୍ଷୀ କହିଥିଲେ ଯେ, ମୋର ନିର୍ବାଚନୀ ଚିହ୍ନ “ଖାମୋସ୍‌” ରହିବ। କାରଣ, ମୋ ପାର୍ଟି କଥା କମ୍‌ ଏବଂ କାମ ଅଧିକା କରିବ”।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe