Advertisment

ରଣବୀରଙ୍କ ଜନ୍ମଦିନକୁ ଖାସ୍‌ ବନାଇଲେ ଆଲିଆ

ମୁମ୍ବାଇ: ବି-ଟାଉନ୍‌ରେ ଏବେ ଲଭ୍‌ବାର୍ଡ୍ସ ଆଲିଆ ଓ ରଣବୀରଙ୍କୁ ନେଇ ଚାଲିଛି ଚର୍ଚ୍ଚା। ଦୁହେଁ ପରସ୍ପରଙ୍କ ପ୍ରେମରେ ଯେ ଉବୁଟୁବୁ ଏ କଥା ଆଉ କାହାକୁ ଲୁଚା ନାହିଁ। ଗତକାଲି ରଣବୀର କପୁରଙ୍କ ଜନ୍ମଦିନ ଥିଲା। ବୟଫ୍ରେଣ୍ଡଙ୍କ ଜନ୍ମଦିନରେ ଆଲିଆ କିଛି ନା କିଛି ସ୍ପେଶାଲ୍‌ କରିଥିବେ ବୋଲି ସମସ୍ତଙ୍କୁ ଜଣାଥିଲା। ହେଲେ ସେ  କ’ଣ ସ୍ପେଶାଲ କରିଛନ୍ତି, ତାହା ବୋଧ ହୁଏ ଆପଣଙ୍କୁ ଜଣା ନଥିବ। https://www.instagram.com/p/B29CAeQnXk1/?utm_source=ig_web_copy_link ସୋଶାଲ୍‌ ମିଡିଆରେ ଆଲିଆଙ୍କର ଏକ ଭିଡିଓ ଭାଇରାଲ୍‌ […]

author-image
Chinmayee Roy
ଅଦ୍ୟତନ ହୋଇଛି
ରଣବୀରଙ୍କ ଜନ୍ମଦିନକୁ ଖାସ୍‌ ବନାଇଲେ ଆଲିଆ

ranvir

ମୁମ୍ବାଇ: ବି-ଟାଉନ୍‌ରେ ଏବେ ଲଭ୍‌ବାର୍ଡ୍ସ ଆଲିଆ ଓ ରଣବୀରଙ୍କୁ ନେଇ ଚାଲିଛି ଚର୍ଚ୍ଚା। ଦୁହେଁ ପରସ୍ପରଙ୍କ ପ୍ରେମରେ ଯେ ଉବୁଟୁବୁ ଏ କଥା ଆଉ କାହାକୁ ଲୁଚା ନାହିଁ। ଗତକାଲି ରଣବୀର କପୁରଙ୍କ ଜନ୍ମଦିନ ଥିଲା। ବୟଫ୍ରେଣ୍ଡଙ୍କ ଜନ୍ମଦିନରେ ଆଲିଆ କିଛି ନା କିଛି ସ୍ପେଶାଲ୍‌ କରିଥିବେ ବୋଲି ସମସ୍ତଙ୍କୁ ଜଣାଥିଲା। ହେଲେ ସେ  କ’ଣ ସ୍ପେଶାଲ କରିଛନ୍ତି, ତାହା ବୋଧ ହୁଏ ଆପଣଙ୍କୁ ଜଣା ନଥିବ।

Advertisment

https://www.instagram.com/p/B29CAeQnXk1/?utm_source=ig_web_copy_link

ସୋଶାଲ୍‌ ମିଡିଆରେ ଆଲିଆଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି। ଏଥିରେ ସେ ରଣବୀରଙ୍କ ପାଇଁ ନିଜ ହାତରେ କେକ୍‌ ତିଆରି କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ସେ ବେଶ୍‌ ଖୁସିଥିବା ଦେଖାଯାଉଛି। ସୂଚନା ମୁତାବକ ଆଲିଆ ଗତବର୍ଷ ମଧ୍ୟ ରଣବୀରଙ୍କ ଜନ୍ମଦିନରେ କେକ୍‌ ତିଆରି କରିଥିଲେ। ଏଥିସହ ଆଲିଆ ଇନ୍‌ଷ୍ଟାଗ୍ରମରେ ରଣବୀରଙ୍କ ଏକ ଫଟୋ ପୋଷ୍ଟ କରି ଜନ୍ମିନର ଶୁଭେଚ୍ଛା ଜଣାଇଥିଲେ।

https://www.instagram.com/p/B28lAifFHUC/?utm_source=ig_web_copy_link

ଆଲିଆ ଓ ରଣବୀର ନିଜ ସମ୍ପର୍କକୁ ଗତ ବର୍ଷ ସର୍ବସମ୍ମୁଖରେ ଘୋଷଣା କରିଥିଲେ। ଆଲିଆଙ୍କୁ ବହୁତ ଥର ରଣବୀରଙ୍କ ମାତାପିତାଙ୍କ ସହ ଦେଖିବାକୁ ମିଳିଛି। ସୂଚନା ମିଳିଛି ଯେ ଖୁବ୍‌ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏବେ ଦୁହେଁ ନିଜ ଅପକମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ଆଲିଆ ଓ ରଣବୀରଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ନାଗାର୍ଜୁନ ଓ ମୌନି ରୟଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମଟି ୨୦୨୦ରେ ପରଦାକୁ ଆସିବ।

Advertisment