Advertisment

ଭାଇରାଲ୍‌ ହେଉଛି ଆଲିଆଙ୍କ ଫଟୋ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଫିଲ୍ମରେ ନିଜର ଜବରଦସ୍ତ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ସେତିକି ତାଙ୍କ ଫ୍ୟାଶନ୍‌ ଷ୍ଟାଇଲ୍‌କୁ ନେଇ ମଧ୍ୟ ଚର୍ଚ୍ଚିତ। ଅନେକ ସମୟରେ ସେ ସୋଶାଲ୍‌ ମିଡିଆରେ ନିଜର ଭିନ୍ନ ଭିନ୍ନ ଫଟୋ ଛାଡ଼ନ୍ତି। ତାଙ୍କ ପ୍ରତିଟି ଫଟୋକୁ ଲୋକେ ବେଶ୍ ପସନ୍ଦ କରନ୍ତି। ନିକଟରେ ବି ସେ କିଛି ଫଟୋ ଶେଆର କରିଛନ୍ତି,  ଯାହା ଭାଇରାଲ୍‌ ହେଉଛି। ଏହି ଫଟୋଗୁଡ଼ିକରେ ଆଲିଆଙ୍କୁ ଏକ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଛି। ଫ୍ୟାନଙ୍କଠୁ […]

ଅଦ୍ୟତନ ହୋଇଛି
ଭାଇରାଲ୍‌ ହେଉଛି ଆଲିଆଙ୍କ ଫଟୋ

alia-bhat

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଫିଲ୍ମରେ ନିଜର ଜବରଦସ୍ତ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ସେତିକି ତାଙ୍କ ଫ୍ୟାଶନ୍‌ ଷ୍ଟାଇଲ୍‌କୁ ନେଇ ମଧ୍ୟ ଚର୍ଚ୍ଚିତ। ଅନେକ ସମୟରେ ସେ ସୋଶାଲ୍‌ ମିଡିଆରେ ନିଜର ଭିନ୍ନ ଭିନ୍ନ ଫଟୋ ଛାଡ଼ନ୍ତି। ତାଙ୍କ ପ୍ରତିଟି ଫଟୋକୁ ଲୋକେ ବେଶ୍ ପସନ୍ଦ କରନ୍ତି। ନିକଟରେ ବି ସେ କିଛି ଫଟୋ ଶେଆର କରିଛନ୍ତି,  ଯାହା ଭାଇରାଲ୍‌ ହେଉଛି। ଏହି ଫଟୋଗୁଡ଼ିକରେ ଆଲିଆଙ୍କୁ ଏକ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଛି। ଫ୍ୟାନଙ୍କଠୁ ଆରମ୍ଭ କରି ବଲିଉଡ୍‌ ସେଲେବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଆଲିଆଙ୍କ ଫଟୋରେ ଫିଦା ହୋଇଯାଇଛନ୍ତି।

Advertisment

https://www.instagram.com/p/B4fXMfZlH4m/?utm_source=ig_web_copy_link

https://www.instagram.com/p/B4fW42GleY6/?utm_source=ig_web_copy_link

https://www.instagram.com/p/B4fd9BLBg-n/?utm_source=ig_web_copy_link

ଏ ଫଟୋଗୁଡ଼ିକ ହେଉଛି ନିକଟରେ ସେ କରାଇଥିବା ଏକ ଅଣ୍ଡର ୱାଟର୍‌ ଫଟୋଶୁଟ୍‌ର। ଏଥିରେ ଆଲିଆ ମନୋକିନି ପିନ୍ଧି ବେଶ୍ ହଟ୍‌ ଏବଂ ଗ୍ଲାମରସ ଲାଗୁଛନ୍ତି। ଏହି ଫଟୋଗୁଡ଼ିକୁ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି।

ସୂଚନା ଅନୁଯାୟୀ ଆଲିଆ ଏହି ଫଟୋଶୁଟ୍‌ VOGUE ପତ୍ରିକା ପାଇଁ କରାଇଛନ୍ତି। ତାଙ୍କ ଏହି ଫଟୋଗୁଡ଼ିକୁ ସମସ୍ତେ ବେଶ୍ ପସନ୍ଦ କରୁଛନ୍ତି ଓ ଅନେକ କମେଣ୍ଟ ମଧ୍ୟ ଦେଉଛନ୍ତି। ଏହାପୂର୍ବରୁ ଆଲିଆ ଆଉ ଏକ ଅଣ୍ଡର ୱାଟର୍‌ ଫଟୋଶୁଟ୍‌ର ଫଟୋ ଶେଆର କରିଥିଲେ। ଏଥିରେ ସେ ନିଓନ୍‌ କଲର୍‌ ଡ୍ରେସ୍‌ ପିନ୍ଧିଥିଲେ। ଆଲିଆ ଏହି ଡ୍ରେସ୍‌ରେ କୌଣସି ଜଳପରୀଠୁ କମ୍‌ ସୁନ୍ଦର ଲାଗୁ ନଥିଲେ।

Advertisment

https://www.instagram.com/p/B31MsuJlmWO/?utm_source=ig_web_copy_link

ଆଲିଆଙ୍କୁ ଖୁବ୍‌ଶୀଘ୍ର ତାଙ୍କ ବୟଫ୍ରେଣ୍ଡ ରଣବୀର କପୁରଙ୍କ ସହ ଫିଲ୍ମ ବ୍ରହ୍ମାସ୍ତ୍ରରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ସେ ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମ ଗଙ୍ଗୁବାଈରେ ମଧ୍ୟ ଅଭିନୟ କରୁଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe